ETV Bharat / bharat

ସାଧୁଙ୍କ ଅସାଧୁ କାମ, ପୁରୁଷ ସିକ୍ୟୁରିଟି ଗାର୍ଡକୁ ଦେଲେ ଯୌନ ନିର୍ଯାତନା

ଇସ୍କନ ମନ୍ଦିର ସାଧୁଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ । ପୁରୁଷ ସିକ୍ୟୁରିଟି ଗାର୍ଡକୁ ଯୌନ ନିର୍ଯାତନା ପରେ ସାଧୁଙ୍କୁ ଖୋଜୁଛି ପୋଲିସ । ଅଧିକ ପଢନ୍ତୁ

Case Against Iskcon Monk
Case Against Iskcon Monk
author img

By

Published : May 8, 2023, 10:09 AM IST

କୋଲକାତା: ସୀମା ଟପିଲା ପାଶବିକତା । ସାଧୁ କରିଲେ ଅସାଧୁ କାମ । ସିକ୍ୟୁରିଟି ଗାର୍ଡକୁ ଯୌନ ନିର୍ଯାତନା ଦେଲେ ସାଧୁ । ଇସ୍କନ ମନ୍ଦିରର ଜଣେ ସାଧୁ ଏପରି ଲଜ୍ଜାଜନକ ଘଟଣା ଘଟାଇ ଏବେ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଏନେଇ ଥାନାରେ ଅଭିଯୋଗ ପରେ ସାଧୁ ଜଣଙ୍କୁ ଖୋଜୁଛି ପୋଲିସ । ପଶ୍ଚିମବଙ୍ଗର ମାୟାପୁରରେ ଥିବା ଇସ୍କନ ମନ୍ଦିରର ସାଧୁ ସେଠାକାର ସିକ୍ୟୁରିଟି ଗାର୍ଡ ସହ ଏପରି କରିଥିବା ଅଭିଯୋଗ ହୋଇଛି ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ''ସାଧୁ ଜଣଙ୍କ ବର୍ତ୍ତମାନ ଫେରାର ରହିଛନ୍ତି । ତାଙ୍କୁ ଗିରଫ ପାଇଁ ଖୋଜୁଛି ପୋଲିସ । ପ୍ରଥମେ ପୀଡିତ ପୁରୁଷ ସିକ୍ୟୁରିଟି ଗାର୍ଡ ସହ ପ୍ରଥମେ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ ସାଧୁ ଜଣଙ୍କ । କିଛି ଦିନ ପୂର୍ବରୁ ସାଧୁ ଜଣଙ୍କ ତାଙ୍କୁ ନିଜ କାର୍ଯ୍ୟାଳୟରେ କାମ କରିବାକୁ ଡାକିଥିଲେ । ସେଠାକୁ ପୀଡିତ ଜଣଙ୍କ ଯିବା ପରେ ସାଧୁ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ।''

ଏହି ଘଟଣାକୁ ଲୁଚାଇବାକୁ ସାଧୁ ଜଣଙ୍କ ପୀଡିତ ସିକ୍ୟୁରିଟି ଗାର୍ଡ ଜଣଙ୍କୁ ଧମକାଇଥିଲେ । ଯଦି ଏହି କଥା ବାହାରେ ପ୍ରଘଟ ହୁଏ ତେବେ ସିକ୍ୟୁରିଟିଙ୍କୁ ଚାକିରିରୁ ବାହାର କରିଦେବାକୁ କହିଥିଲେ ସାଧୁ ଜଣଙ୍କ । କିନ୍ତୁ ପୀଡିତ ଜଣଙ୍କ ଘଟଣା ସମ୍ପର୍କରେ ଅନ୍ୟ ସିକ୍ୟୁରିଟି ଗାର୍ଡଙ୍କୁ କହିଥିଲେ । ଶେଷରେ ପୋଲିସ ଷ୍ଟେସନରେ ସାଧୁ ଜଣଙ୍କ ବିରୋଧରେ ଥାନାରେ ଯୌନ ନିର୍ଯାତନାର ଅଭିଯୋଗ କରିଥିଲେ ପୀଡିତ ।

ଏହାପରେ ପୋଲିସ ସାଧୁଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି । ଏନେଇ ଇସ୍କନ ମନ୍ଦିର ଜନସମ୍ପର୍କ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ''ମୁଁ ଏହି ଘଟଣା ଉପରେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହିଁ । ଆପଣ ଉଚ୍ଚ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ ।'' ଜଣେ ସାଧୁ ହୋଇ କିପରି ଏପରି ଅସାଧୁ କାମ କଲେ ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଫେରାର ଥିବା ସାଧୁ ଜଣଙ୍କୁ ବର୍ତ୍ତମାନ ଖୋଜୁଛି ପୋଲିସ । ସାଧୁଙ୍କ ପରିବାର ପକ୍ଷରୁ ମଧ୍ୟ ଏନେଇ କିଛି ସୂଚନା ମିଳିପାରି ନାହିଁ ।

ଗତ କିଛିଦିନ ତଳେ ଜାତୀୟ ରାଜଧାନୀ ଦିଲ୍ଲୀର ଏକ ହସ୍ପିଟାଲରେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ଗୋବିନ୍ଦ ବଲ୍ଲଭ ପନ୍ତ ହସ୍ପିଟାଲରେ ଏହି ଅଭାବନୀୟ ଘଟଣା ଘଟିଥିଲା । ମହିଳାଙ୍କୁ ଦୁଷ୍କର୍ମ ପରେ ତାଙ୍କ ମୁଣ୍ଡକୁ ଆଘାତ କରିଥିଲେ ଦୁର୍ବୃତ୍ତ । ଏନେଇ ପୀଡିତା ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.