ETV Bharat / bharat

ମେ 2 ଗାନ୍ଧୀ ପରିବାର ପାଇଁ ଡେଡ୍‌ ଲାଇନ !

2 ମଇରେ ଆସିବ ବିଧାନସଭା ନିର୍ବାଚନ ଫଳାଫଳ । ତେବେ ଏହି ଦିନକୁ ଗାନ୍ଧୀ ପରିବାର ପାଇଁ ଡେଡଲାଇନ ବୋଲି ମଧ୍ୟ କୁହାଯାଇପାରେ । ଅଧିକ ପଢନ୍ତୁ...

ମେ 2 ଗାନ୍ଧୀ ପରିବାର ପାଇଁ ଡେଡ୍‌ ଲାଇନ !
ମେ 2 ଗାନ୍ଧୀ ପରିବାର ପାଇଁ ଡେଡ୍‌ ଲାଇନ !
author img

By

Published : Feb 28, 2021, 11:03 PM IST

ନୂଆଦିଲ୍ଲୀ: ଘୋଷଣା ହୋଇସାରିଛି 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ତାରିଖ । ଏପଟେ କଂଗ୍ରେସର ଅସନ୍ତୁଷ୍ଟ ନେତା ଓ ଦଳର ନେତୃତ୍ବ ମଧ୍ୟରେ ଟଣାଓଟରା ମଧ୍ୟ ଚରମ ସ୍ଥିତିରେ ପହଞ୍ଚିସାରିଛି । ଦୀର୍ଘ ଦିନରୁ ଚାଲିଆସୁଥିବା ଏହି ସଂଘର୍ଷର ପରିଣାମ 5 ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ନିର୍ଭର କରେ । 2 ମଇରେ ଆସିବ ବିଧାନସଭା ନିର୍ବାଚନ ଫଳାଫଳ । ତେବେ ଏହି ଦିନକୁ ଗାନ୍ଧୀ ପରିବାର ପାଇଁ ଡେଡଲାଇନ ବୋଲି ମଧ୍ୟ କୁହାଯାଇପାରେ ।

ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କ ତ୍ରିମୁଖୀ ନେତୃତ୍ବରେ ଗାନ୍ଧୀ ପରିବାର ନିର୍ବାଚନୀ ସଫଳତା ହାସଲ କରିବା ପ୍ରୟାସରେ ଲାଗିଛି । ହେଲେ ଯଦି ସ୍ଥିତି ଉପରେ ନଜର ପକାଇବା ତାହେଲେ କଂଗ୍ରେସକୁ ଏଥର ବିଧାନସଭା ନିର୍ବାଚନରେ ସଫଳାତା ମିଳିବା ଆଶା କ୍ଷୀଣ ରହିଛି । ଗାନ୍ଧୀ ପରିବାର ପାଇଁ ଏହା ଏକ ଚିନ୍ତାଜନକ ସଙ୍କେତ ।

ଯଦି ମେ 2ରେ କଂଗ୍ରେସ ଆସାମରେ ସର୍ବାଦନନ୍ଦ ସୋନୱାଲ ଓ କେରଳରେ ବଜୟନଙ୍କୁ କ୍ଷମତାରୁ ଦେଦଖଲ କରିବାରେ ସକ୍ଷମ ହେଉଛି ତେବେ ଦଳକୁ ଏକଜୁଟ କରି ଏହାର ନେତୃତ୍ବକୁ ରାହୁଲଙ୍କ ହାତରେ ଦେବାର ପୁରା ହେବା ନେଇ ନଜର ଆସିବ । ଏଭଳିସ୍ଥିତିରେ ତାଙ୍କୁ ଦଳରେ ନିରପେକ୍ଷ ନିର୍ବାଚନ କରାଇବାକୁ ପଡିବ । ହେଲେ ଆଜିକାଲି ଗାନ୍ଧୀ ପରିବାରର ରାଜନୈତିକ ନେତୃତ୍ବ କମଜୋର ହେବା ସ୍ଥିତିରେ ରହିଛି ।

ଚ୍ୟାଲେଞ୍ଜର ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ଗାନ୍ଧୀ ପରିବାରର ରାଜକୁମାର ଦକ୍ଷିଣ ଭାରତକୁ ଅଧିକ ଫୋକସ ଦେଉଛନ୍ତି । ନିକଟରେ ଉତ୍ତର ବନାମ ଦକ୍ଷିଣ ଭାରତ ବୟାନ ପରେ କେରଳ ରାହୁଲ ଗାନ୍ଧୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି ।

ସେପଟେ ପ୍ରିୟଙ୍କା ଗାନ୍ଧୀ ଆସାମରେ କଂଗ୍ରେସର ସମ୍ଭାବନାକୁ ଖୋଜିା ତଥା ଏହାକୁ ପୂନର୍ଜୀବୀତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ହେଲେ ଏହାରି ମଧ୍ୟରେ କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ଜି-23 ବୈଠକ ଗାନ୍ଧୀ ପରିବାରର ଚିନ୍ତାକୁ ଆହୁରି ବଢାଇଦେଇଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.