ETV Bharat / bharat

କାଶୀ ବିଶ୍ୱନାଥ ଦର୍ଶନ କରିବେ ମରିସସ ପ୍ରଧାନମନ୍ତ୍ରୀ, ବାରାଣାସୀ ସହ ରହିଛି ଖାସ୍‌ କନେକ୍ସନ - ଦଶାଶ୍ୱମେଧ ଘାଟ ଗଙ୍ଗା ଆଳତୀ

2 ଦିନିଆ ବାରାଣାସୀ ଗସ୍ତରେ ପ୍ରବୀନ୍ଦ କୁମାର ଜୁଗନ୍ନାଥ । ଜି 20 ସମ୍ମିଳନୀରେ ଯୋଗ ଦେବା ପରେ ଆଜି ବାରାଣାସୀ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ । ବାରାଣାସୀରେ ବାବା ବିଶ୍ୱନାଥଙ୍କୁ ଦର୍ଶନ କରିବା ସହ ଗଙ୍ଗା ଆଳତୀରେ ବି ହେବେ ସାମିଲ ।

Mauritius Prime Minister Pravind Jugannath  2 days Varanasi visit

author img

By ETV Bharat Odisha Team

Published : Sep 11, 2023, 1:42 PM IST

ଲକ୍ଷ୍ମୌ: 2 ଦିନିଆ ଉତ୍ତରପ୍ରଦେଶ ବାରାଣାସୀ ଗସ୍ତରେ ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜୁଗନାଥ । ଜି 20 ସମ୍ମିଳନୀରେ ସାମିଲ ହେବା ପରେ ଆଜି(ସୋମବାର) ବାରାଣାସୀ ଗସ୍ତ କରିଛନ୍ତି । ସ୍ୱତନ୍ତ୍ର ବିମାନ ଯୋଗେ ବାରାଣାସୀରେ ପହଞ୍ଚିଛନ୍ତି ପ୍ରବୀନ୍ଦ କୁମାର । ସେଠାରେ ପ୍ରସିଦ୍ଧ ବାବା କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବା ପରେ ନିଜ ପରିବାର ସହ ଗଙ୍ଗା ଆଳତୀରେ ସାମିଲ ହେବେ । ଆଜିକୁ ମିଶାଇ ତୃତୀୟ ଥର ପାଇଁ ବାରାଣାସୀ ଗସ୍ତ କରିଛନ୍ତି ମରିସସ ପ୍ରଧାନମନ୍ତ୍ରୀ ।

ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାରଙ୍କ ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ଦିନ 10ଟା ସମୟରେ ସ୍ୱତନ୍ତ୍ର ବିମାନ ଯୋଗେ ବାରାଣାସୀରେ ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ତାଙ୍କର ଭବ୍ୟ ସ୍ୱାଗତ କରିଛନ୍ତି । ବିମାନବନ୍ଦରରୁ ସେ ବାରାଣାସୀର ଏକ ପଞ୍ଚ ତାରକା ହୋଟେଲରେ ରହିଛନ୍ତି । କଡା ସୁରକ୍ଷା ମଧ୍ୟରେ ସେଠାରେ ତାଙ୍କର ରହଣୀବ୍ୟବସ୍ଥା କରାଯାଇଛି । ହୋଟେଲରେ ବିଶ୍ରାମ କରିବା ସହ କିଛି ଲୋକଙ୍କୁ ଭେଟିବେ ଆଲୋଚନା କରିବେ । ପରେ ଅପରାହ୍ନରେ କାଶୀ ବିଶ୍ୱନାଥ ମନ୍ଦିର ଯିବେ ମରିସସ ପ୍ରଧାନମନ୍ତ୍ରୀ । ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଶ୍ୱନାଥଙ୍କ ପୂଜାର୍ଚ୍ଚନା କରିବା ପରେ ସନ୍ଧ୍ୟା ସମୟରେ ଦଶାଶ୍ୱମେଧ ଘାଟ ଯିବେ । ସେଠାରେ ନିଜ ପରିବାରଙ୍କ ସହ ଗଙ୍ଗା ଆଳତୀରେ ସାମିଲ ହେବେ ।

ମରିସସ ପ୍ରଧାନମନ୍ତ୍ରୀଙ୍କ ବାରାଣାସୀ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସନ୍ଧ୍ୟା 5ଟା ପରେ ପୁରା ଅଞ୍ଚଳକୁ ସିଲ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଦଶାଶ୍ୱମେଧ ଘାଟରେ ପୋଲିସ ଫୋର୍ସ ଛାଉଣୀ ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. G20 Summit: ସରିଲା ଦୁଇଦିନିଆ ସମ୍ମିଳନୀ, ବ୍ରାଜିଲକୁ ଜି20 ଅଧ୍ୟକ୍ଷତା ହସ୍ତାନ୍ତର କଲା ଭାରତ

ସୂଚନାଯୋଗ୍ୟ, ମରିସସ ପ୍ରଧାନମନ୍ତ୍ରୀଙ୍କ ବାରାଣାସୀ ପ୍ରତି ବିଶେଷ ଆନ୍ତରିକତା ରହିଛି । ତାଙ୍କ ପୂର୍ବପୁରୁଷ ବାରାଣାସୀ ନିକଟ ବଲିୟାର ବାସିନ୍ଦା ହୋଇଥିବା ସୂଚନା ରହିଛି । ଏହାପୂର୍ବରୁ ବି ଦୁଇ ଥର ବାରାଣାସୀ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ପ୍ରବିନ୍ଦ । 2019 ମସିହାରେ ସେ ପ୍ରଥମଥର ପାଇଁ ବାରାଣାସୀ ଗସ୍ତ କରିଥିଲେ । ସେତେବେଳେ ସେ କାଶୀର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହାପରେ 2021ରେ ସେ ଦ୍ୱିତୀୟ ଥର ପାଇଁ ବାରାଣାସୀ ଆସିଥିଲେ । ସେହି ସମୟରେ ସେ ଗଙ୍ଗା ଆଳତୀରେ ସାମିଲ ହେବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ, ଦିଲ୍ଲୀରେ ଆୟୋଜିତ ଜି 20 ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିଥିଲେ ମରିସସ ପ୍ରଧାନମନ୍ତ୍ରୀ । ସୋମବାର ଦିନ ସେ ବାରାଣାସୀରେ ରହିବା ପରେ ମଙ୍ଗଳବାର ଦିନ ଦିଲ୍ଲୀ ଗମନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.