ETV Bharat / bharat

ଯୌନ ପାଶବିକତା ପାଇଁ ବିବାହ ଏକ ଲାଇସେନ୍ସ ନୁହେଁ: କର୍ଣ୍ଣାଟକ ହାଇକୋର୍ଟ

author img

By

Published : Mar 24, 2022, 7:00 AM IST

Updated : Mar 24, 2022, 9:22 AM IST

ଯୌନ ପାଶବିକତା ପାଇଁ ବିବାହ ଏକ ଲାଇସେନ୍ସ ନୁହେଁ । ପତ୍ନୀଙ୍କୁ ଯୌନଦାସୀ ଭଳି ବ୍ୟବହାର କରୁଥିବା ସ୍ବାମୀ ବିରୁଦ୍ଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇପାରିବ । ଅଧିକ ପଢନ୍ତୁ

ଯୌନ ପାଶବିକତା ପାଇଁ ବିବାହ ଏକ ଲାଇସେନ୍ସ ନୁହେଁ

ବେଙ୍ଗାଲୁରୁ: ଯୌନ ପାଶବିକତା ପାଇଁ ବିବାହ ଏକ ଲାଇସେନ୍ସ ନୁହେଁ । ପତ୍ନୀଙ୍କୁ ଯୌନଦାସୀ ଭଳି ବ୍ୟବହାର କରୁଥିବା ସ୍ବାମୀ ବିରୁଦ୍ଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇପାରିବ । ସ୍ବାମୀ ବିରୁଦ୍ଧରେ ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଜଣେ ମହିଳା କୋର୍ଟରେ ଏହି ମାମଲା ଦାୟର କରିଥିଲେ । ଯେଉଁଥିରେ ସେ ନିଜ ସ୍ବାମୀଙ୍କ ଉପରେ ବିବାହ ପରଠାରୁ ତାଙ୍କୁ ଯୌନଦାସୀ ଭଳି ବ୍ୟବହାର କରିବାର ଆରୋପ ଲଗାଇଥିଲେ । ମହିଳା ଜଣଙ୍କ ଏହାମଧ୍ୟ କହିଥିଲେ ଯେ, ତାଙ୍କ ସ୍ବାମୀ ନିଜ ଝିଅ ସାମ୍ନାରେ ମଧ୍ୟ ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ।

ଏହି ମାମଲାର ଶୁଶାଣି କରି କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି, କୌଣସି ପୁରୁଷ ନିଜ ପତ୍ନୀଙ୍କ ଇଚ୍ଛା ବିରୁଦ୍ଧରେ ଶାରିରୀକ ସମ୍ପର୍କ ରଖିବା ବା ଯୌନଦାସୀ ଭଳି ବ୍ୟବହାର କରିବାକୁ ଦୁଷ୍କର୍ମ ଭାବେ ଗ୍ରହଣ କରାଯାଇପାରିବ । ଦୁଷ୍କର୍ମ ହେଉଛି ଦୁଷ୍କର୍ମ । ଜଣେ ସ୍ବାମୀ ନିଜ ସ୍ତ୍ରୀ ଉପରେ ତାହା କରିଥିଲେ ବି ତାହାକୁ ଦୁଷ୍କର୍ମ ବୋଲି ଧରାଯିବ । ଏହିଭଳି ପାଶବିକତା ପତ୍ନୀ ଉପରେ ଉଭୟ ମାନସିକ ଏବଂ ଶାରିରୀକ ପ୍ରଭାବ ପକାଇବ । ସ୍ବାମୀଙ୍କ ଏପରି ଆଚରଣ ପତ୍ନୀଙ୍କ ଆତ୍ମାକୁ ଆଘାତ ପହଞ୍ଚାଇବ । ବିବାହ ଜଣେ ପୁରୁଷକୁ ନିଜ ପତ୍ନୀ ଉପରେ ପାଶବିକ ଅତ୍ୟାଚାର କରିବାକୁ କୌଣସି ସ୍ବତନ୍ତ୍ର ଅଧିକାର ଦିଏ ନାହିଁ ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ବୈବାହିକ ଦୁଷ୍କର୍ମକୁ ଅପରାଧ ଭାବେ ଗ୍ରହଣ କରାଯିବ କି ନାହିଁ ସେ ସମ୍ପର୍କରେ କୋର୍ଟ କିଛି କହୁନାହାନ୍ତି । କାରଣ ଏହା ସାଂସଦମାନଙ୍କ ଦ୍ବାରା ଆଇନ ପ୍ରଣୟନର ବିଷୟ । କୋର୍ଟ କେବଳ ସ୍ବାମୀଙ୍କ ବିରୁଦ୍ଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇପାରିବ କି ନାହିଁ ସେ ବିଷୟରେ କହିଛନ୍ତି ।

Last Updated : Mar 24, 2022, 9:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.