ETV Bharat / bharat

କୋଲାରରେ ଖୋଲିଲା ମାର୍ଗଦର୍ଶୀର ନୂଆ ବ୍ରାଞ୍ଚ, ସାରା ଭାରତରେ ଶାଖା ସଂଖ୍ୟା ୧୦୯

author img

By

Published : Aug 21, 2023, 10:41 PM IST

କର୍ଣ୍ଣାଟକରେ ଖୋଲିଲା ରାଜ୍ୟର ୨୨ତମ ମାର୍ଗଦର୍ଶୀ ଶାଖା । ଏଠାରେ ଅର୍ଥ ଇନଭେଷ୍ଟ କରି ଲୋକେ ନିଜର ଆର୍ଥିକ ସ୍ଥିତି ସ୍ବଚ୍ଛଳ କରିପାରିଥିବା କହିଛନ୍ତି । ଅଧିକ ପଢନ୍ତୁ

Margadarsi Chit Fund
Margadarsi Chit Fund

ବେଙ୍ଗାଲୁରୁ: ଆନ୍ଧ୍ର ସରକାରଙ୍କ ଭିତ୍ତିହୀନ ଷଡ଼ଯନ୍ତ୍ର ସତ୍ତ୍ବେ ଦେଶରେ ବଢୁଛି ଅଗ୍ରଣୀ ଚିଟଫଣ୍ଡ କମ୍ପାନୀ ମାର୍ଗଦର୍ଶୀର କ୍ରେଜ । କର୍ଣ୍ଣାଟକ କୋଲାରଠାରେ ଖୋଲିଲା ମାର୍ଗଦର୍ଶୀର ଆଉ ଏକ ଶାଖା । ଏହା ସାରା ଭାରତରେ ମାର୍ଗଦର୍ଶୀର ୧୦୯ତମ ଶାଖା ହୋଇଥିବା ବେଳେ ଦକ୍ଷିଣାଞ୍ଚଳ ରାଜ୍ୟ କର୍ଣ୍ଣାଟକରେ ୨୨ ବୋଲି ଜଣାପଡ଼ିଛି । ସୋମବାର କୋଲାର ସିଟି ସ୍ଥିତ କମ୍ପାନୀର ନୂଆ ଶାଖାକୁ ଏମଡି ଶୈଳଜା କିରନ ଉଦଘାଟନ କରିଛନ୍ତି ।

ଏ ନେଇ ମାର୍ଗଦର୍ଶୀ ଚିଟଫଣ୍ଡ କମ୍ପାନୀର ନିର୍ଦ୍ଦେଶକ ପି. ଲକ୍ଷ୍ମଣା ରାଓ କହିଛନ୍ତି, " କୋଲାର ସିଟିଠାରେ ଆଜି କମ୍ପାନୀର ୨୨ତମ ଶାଖା ଖୋଲାଯାଇଛି । ଏହା କର୍ଣ୍ଣାଟକ ରାଜ୍ୟରେ ୨୨ ନମ୍ବର ବ୍ରାଞ୍ଚ ହୋଇଥିବା ବେଳେ ଭାରତରେ ୧୦୯ତମ ବ୍ରାଞ୍ଚ । " ରାଓ କୋଲାର ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ମାର୍ଗଦର୍ଶୀର ସୁବିଧା ନେବାକୁ ଅପିଲ କରି କହିଛନ୍ତି, " ଆଜି ମାର୍ଗଦର୍ଶୀର କୋଲାର ଶାଖା ୧୯ କୋଟି ଟଙ୍କା ବ୍ୟବସାୟ କ୍ରୟ କରିଛି ଏବଂ ଆମେ ଚଳିତ ମାସ ଶେଷ ସୁଦ୍ଧା ୨୬ କୋଟିରୁ ଅଧିକ ବ୍ୟବସାୟ ଆଶା କରୁଛୁ । କୋଲାର ଶାଖା ନିବେଶକ (ସବସ୍କ୍ରାଇବର) ମାନଙ୍କ ପାଇଁ ୨୦୦୦ ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସ୍କ୍ରିପସନ ରଖିଛି । ଯାହା ଚିଟ ଅବଧି ପୂରଣ ହେଲେ ୧ ଲକ୍ଷରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ । ଏଥିପାଇଁ କମ୍ପାନୀ ଗ୍ରାହକଙ୍କୁ ୨୫, ୩୦, ୪୦ ଏବଂ ୫୦ ମାସର ଚିଟ୍ ଅବଧି ଦେଇଛି ।"

ଏହା ବି ପଢନ୍ତୁ- 'Telugu People With Ramoji Rao': ଆନ୍ଧ୍ର ସରକାର ଉପରେ ବର୍ଷିଲେ ନାଇଡୁ, କହିଲେ ରାମୋଜି ରାଓଙ୍କ ସହ ଅଛନ୍ତି ତେଲେଗୁବାସୀ

ଏହାସହିତ ରାଓ ବ୍ରାଞ୍ଚ ମ୍ୟାନେଜର ହରିପ୍ରସାଦ ଓ ତାଙ୍କ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ରାଓ କହିଛନ୍ତି, "ସେମାନେ ପ୍ରଶଂସନୀୟ ଦଳଗତ କାର୍ଯ୍ୟ ପ୍ରଦର୍ଶନ କରିଛନ୍ତି । ଆଗାମୀ ଦିନରେ କୋଲାର ଶାଖା ଆହୁରି ଅନେକ ନୂତନ ଚିଟଫଣ୍ଡ ଗ୍ରୁପ ଆରମ୍ଭ କରିବ । କୋଲାର ଜିଲ୍ଲାରେ ଜନସାଧାରଣଙ୍କ ସହଯୋଗ କରିବା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । ଜନସାଧାରଣଙ୍କ ଆର୍ଥିକ ଆବଶ୍ୟକତା ଅନୁଯାୟୀ ମାର୍ଗଦର୍ଶୀ ଚିଟ୍ ସର୍ବଦା ସେବା ଯୋଗାଇବାକୁ ପ୍ରସ୍ତୁତ ।"

ସେପଟେ ମାର୍ଗଦର୍ଶୀ ଚିଟଫଣ୍ଡର ଜଣେ ସବସ୍କ୍ରାଇବର ମଲେଶ କହିଛନ୍ତି, "ମୁଁ ମାର୍ଗଦର୍ଶୀର ଅର୍ଥ ଇନଭେଷ୍ଟ କରିଥିଲି ଓ ଏବେ ଆର୍ଥିକ ଭାବେ ସ୍ବଚ୍ଛଳ ହୋଇଛି । ମାର୍ଗଦର୍ଶୀ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି । ଆମର ବିଶ୍ବାସ ଆମେ ନିଜର ଅର୍ଥ ଫେରିପାଇବୁ । ଏହି ଇନଭେଷ୍ଟମେଣ୍ଟ କଠିନ ସମୟରେ ଆମକୁ ସାହାଯ୍ୟ କରିବ । ମାର୍ଗଦର୍ଶୀରେ ପଇସା ଇନଭେଷ୍ଟ କରିବା ଅର୍ଥ ଆମ ପଇସା ସୁରକ୍ଷିତ ଭାବେ ରହିଛି ।"

ମାର୍ଗଦର୍ଶୀ ଚିଟଫଣ୍ଡ କମ୍ପାନୀର ନିର୍ଦ୍ଦେଶକ ପି. ଲକ୍ଷ୍ମଣା ରାଓ ଘୋଷଣା କରିଛନ୍ତି ଯେ କର୍ଣ୍ଣାଟକର ହାଭେରି ସିଟିରେ କମ୍ପାନୀ ଆଉ ଏକ ନୂଆ ଶାଖା ଆସନ୍ତା ଅକ୍ଟୋବର ମାସରେ ଖୋଲିବାକୁ ଯାଉଛି । କର୍ଣ୍ଣାଟକ ସରକାରଙ୍କଠାରୁ ଆବଶ୍ୟକୀୟ ଅନୁମତି ମିଳିବା ପରେ ଏହି ନୂଆ ଶାଖା ଖୋଲିବ । କର୍ଣ୍ଣାଟକରେ ମାର୍ଗଦର୍ଶୀର ୫୦ଟି ବ୍ରାଞ୍ଚ ଖୋଲିବାକୁ କମ୍ପାନୀର ଲକ୍ଷ୍ୟ ଥିବା ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.