ETV Bharat / bharat

ଗଣେଶ ବିସର୍ଜନ ବେଳେ ଭାସିଗଲେ ୧୫ ଯୁବକ, ୪ଜଣଙ୍କ ମୃତଦେହ ଉଦ୍ଧାର - ହରିୟାଣାରେ ଗଣେଶ ବିସର୍ଜନ ବେଳେ ଦୁର୍ଘଟଣା

ହରିୟାଣାରେ ଗଣେଶଙ୍କ ବିସର୍ଜନ ବେଳେ ଦୁର୍ଘଟଣା । ମୂର୍ତ୍ତି ଭସାଇବା ବେଳେ ଭାସିଗଲେ ୧୫ ଯୁବକ । ଅଧିକ ପଢ଼ନ୍ତୁ

ମୂର୍ତ୍ତି ଭସାଇବା ବେଳେ ଭାଷିଗଲେ ୧୫ ଯୁବକ, ୪ଜଣଙ୍କ ମୃତଦେହ ଉଦ୍ଧାର

author img

By

Published : Sep 9, 2022, 10:55 PM IST

ଚଣ୍ଡିଗଡ଼: ହରିୟାଣାରେ ଗଣେଶ ବିସର୍ଜନ ବେଳେ ଦୁର୍ଘଟଣା । ମୂର୍ତ୍ତି ଭସାଇବା ବେଳେ ଭାସିଗଲେ ୧୫ ଯୁବକ । ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବାକି କେତେକ ଯୁବକ ନିଖୋଜ ରହିଛନ୍ତି । ଏହି ଖବର ମିଳିବା କ୍ଷଣି ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଗଣେଶ ବିସର୍ଜନ ବେଳେ ଭାସିଗଲେ ୧୫ ଯୁବକ

ମହେନ୍ଦ୍ରଗଡ଼ ଜିଲ୍ଲାରେ ଏକ କିଛି ଯୁବକ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଏକ କେନାଲରେ ପହଞ୍ଚିଥିଲେ । ତେବେ ଯୁବକମାନେ କେନାଲ ଗଭୀରତା ଆକଳନ କରିପାରିନଥିଲେ । ଗଣେଶଙ୍କ ବିସର୍ଜନ ଯୋଗୁଁ କେନାଲ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା । ଲୋକଙ୍କ କୋଳାହଳରେ ଯୁବକମାନେ ବୁଡ଼ୁଥିବା କେହି ଜାଣିପାରିନଥିଲେ । ଫଳରେ ୧୫ ଯୁବକ ଚାହୁଁଚାହୁଁ ଭାସି ଯାଇଥିଲେ ।

ପାଖରେ ଥିବା କିଛି ବ୍ୟକ୍ତି ବିଶେଷ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା । ତେବେ କୌଣସି ଯୁବକଙ୍କୁ ଉଦ୍ଧାର କରାଇ ପାରିନଥିଲା । ତେବେ କେତେକ ପହଁରି ଉଦ୍ଧାର ପାଇଯାଇଥିଲେ । ବର୍ତ୍ତମାନ ସୁଦ୍ଧା କେତେ ନିଖୋଜ ରହିଛନ୍ତି ତାହାର କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ୧୦ ଦିନ ଧରି ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ପରେ ଆଜି ବିଦାୟ ନେଇଛନ୍ତି ଗଜାନନ । ତେବେ ଏହି ସମୟରେ ହରିୟାଣାରେ ଦୁର୍ଘଟଣାର ଶିକାର ହୋଇଛନ୍ତି ଯୁବକ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.