ETV Bharat / bharat

Karnataka Hijab Row: ହିଜାବ ଜିଦ ଛାଡି କ୍ଲାସ୍‌ରେ ଯୋଗଦେଲେ ଛାତ୍ରୀ - ହିଜାବ ଜିଦ ଛାଡ଼ି କ୍ଲାସ୍‌ରେ ଯୋଗ ଦେଲେ ୪୫ ଛାତ୍ରୀ

କର୍ଣ୍ଣାଟକରେ ହିଜାବ ପିନ୍ଧି କଲେଜ୍‌ ଆସିବାକୁ ଜିଦ୍‌ ଧରି ସସ୍ପେଣ୍ଡ ହୋଇଥିବା ଛାତ୍ରୀ ପୁନଃ କଲେଜ୍‌ ଆସିବା ଆରମ୍ଭ କରିଛନ୍ତି । ଗତ ବୁଧବାରଠାରୁ ୭ ଜଣ ଛାତ୍ରୀ ହିଜାବ ଜିଦ୍‌ ଛାଡ଼ି ପୁଣି କ୍ଲାସ୍‌ରେ ଯୋଗ ଦେଇଛନ୍ତି । ଅଧିକ ପଢ଼ନ୍ତୁ

Karnataka Hijab Row: ହିଜାବ ଜିଦ ଛାଡ଼ି କ୍ଲାସ୍‌ରେ ଯୋଗ ଦେଲେ ୪୫ ଛାତ୍ରୀ

author img

By

Published : Jun 10, 2022, 6:30 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବ ପିନ୍ଧି କଲେଜ୍‌ ଆସିବାକୁ ଜିଦ୍‌ ଧରି ସସ୍ପେଣ୍ଡ ହୋଇଥିବା ଛାତ୍ରୀ ପୁନଃ କଲେଜ୍‌ ଆସିବା ଆରମ୍ଭ କରିଛନ୍ତି । ଗତ ବୁଧବାରଠାରୁ ୭ ଜଣ ଛାତ୍ରୀ ହିଜାବ ଜିଦ୍‌ ଛାଡ଼ି ପୁଣି କ୍ଲାସ୍‌ରେ ଯୋଗ ଦେଇଛନ୍ତି । ଏହାଦ୍ବାରା ଅନ୍ୟ ଛାତ୍ରୀ ପ୍ରେରଣା ପାଇବେ ବୋଲି କର୍ଣ୍ଣାଟକ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ଗତ ସପ୍ତାହରେ ଦକ୍ଷଣ କନ୍ନଡ଼ ଜିଲ୍ଲାରେ ଥିବା ଉପ୍ପିନାଙ୍ଗାଦି ସରକାରୀ କଲେଜରେ ମୋଟ ୨୪ ଜଣ ଛାତ୍ରୀ ହିଜାବ ପିନ୍ଧିବାକୁ ଜିଦ ଧରି ସସ୍ପେଣ୍ଡ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣ କ୍ଷମା ଯାଚନା କରିବା ପରେ କ୍ଲାସରେ ଯୋଗ ଦେବା ଆରମ୍ଭ କରିଛନ୍ତି । ଏହାକୁ ନେଇ କଲେଜ ପ୍ରିନ୍ସିପାଲ ଶେଖର ଏମ୍‌. ଡି ସୂଚନା ଦେଇଛନ୍ତି ।

ଗତ ସପ୍ତାହରେ ଛାତ୍ରୀଙ୍କୁ ମିଶାଇ ମୋଟ ୧୦୧ ଛାତ୍ରୀ ହିଜାବ ପିନ୍ଧିବାକୁ ଜିଦ ଧରି ବସିଥିଲେ । ଏହାକୁ ନେଇ କର୍ଣ୍ଣାଟକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.