ETV Bharat / bharat

Transformer Explodes in Chamoli: ଅଳକାନନ୍ଦା ନଦୀକୂଳରେ ଫାଟିଲା ଟ୍ରାନ୍ସଫର୍ମର, ୧୬ ମୃତ - ଅଳକାନନ୍ଦା ନଦୀକୂଳରେ ଫାଟିଲା ଟ୍ରାନ୍ସଫର୍ମର

ଉତ୍ତରାଖଣ୍ଡର ଅଳକାନନ୍ଦା ନଦୀକୂଳରେ ଫାଟିଲା ବିଦ୍ୟୁତ ଟ୍ରାନ୍ସଫର୍ମର । କଲେଣ୍ଟ ଲାଗି ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡରେ ବଡ ଅଘଟଣ
ଉତ୍ତରାଖଣ୍ଡରେ ବଡ ଅଘଟଣ
author img

By

Published : Jul 19, 2023, 1:26 PM IST

Updated : Jul 19, 2023, 4:42 PM IST

ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡରେ ଏକ ବଡ ଅଘଟଣ ଘଟିଯାଇଛି । ଆଜି (ବୁଧବାର) ସକାଳେ ଚମୋଲି ଜିଲ୍ଲା ଅନ୍ତର୍ଗତ ଅଳକାନନ୍ଦା ନଦୀକୂଳରେ 'ନମାମି ଗଙ୍ଗେ ପ୍ରୋଜେକ୍ଟ' ସାଇଟରେ ଗୋଟିଏ ବିଦ୍ୟୁତ ଟ୍ରାନ୍ସଫର୍ମର ଫାଟି ଯିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ସକାଳ ପ୍ରାୟ ୧୧ଟା ୩୫ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ନଦୀ କୂଳରେ ଥିବା ଏକ ଟ୍ରାନ୍ସଫର୍ମର ହଠାତ୍ ବିସ୍ଫୋରଣ ହୋଇଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ୨୦ରୁ ୨୫ ଜଣ ଲୋକ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଅନ୍ୟ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଓ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଏସଆଇଙ୍କ ସମେତ ୫ ଜଣ ହୋମଗାର୍ଡ ଥିବା କୁହାଯାଉଛି ।

  • चमोली में करंट लगने से कई लोगों के हताहत होने का अत्यंत पीड़ादायक समाचार प्राप्त हुआ। दुर्घटना में घायल हुए लोगों को उपचार हेतु नजदीकी अस्पताल भेज दिया गया है।

    इस दुर्भाग्यपूर्ण घटना की मजिस्ट्रियल जांच के आदेश दे दिए हैं।

    ईश्वर से दिवंगत आत्माओं की शांति एवं घायलों के शीघ्र…

    — Pushkar Singh Dhami (@pushkardhami) July 19, 2023 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: ଦୁର୍ଘଟଣା ପରେ ଜଳିଗଲା କାର, ଗୋଟିଏ ପରିବାରର 4 ଜୀବନ୍ତ ଦଗ୍ଧ

ଆଜି ସକାଳ ପ୍ରାୟ ସାଢେ ୧୧ଟା ୩୫ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଘଟଣାସ୍ଥଳକୁ ହେଲିକପ୍ଟର ପଠାଯାଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏନେଇ ଗଭୀର ଶୋକ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଧାମୀ କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିବେ ବୋଲି ସୂଚନା ମିଳୁଛି ।

ଏହାମଧ୍ୟ ପଢନ୍ତୁ: ଟାର୍ଗେଟରେ ଶ୍ରମିକ, ଆତଙ୍କୀଙ୍କ ଗୁଳିମାଡ଼ରେ 2 ପ୍ରବାସୀ ଶ୍ରମିକ ଆହତ

ସୂଚନା ଅନୁଯାୟୀ, ଅଳକାନନ୍ଦା ନଦୀ କୂଳରେ ନମାମି ଗଙ୍ଗେ ପ୍ରୋଜେକ୍ଟ କାର୍ଯ୍ୟ ଜାରି ରହିଛି । ଆଜି ହଠାତ୍ ଏଠାରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ଫାଟି ଯାଇଥିଲା । ଏହି ସମୟରେ ଘଟଣାସ୍ଥଳରେ ୨୦ରୁ ୨୫ ଜଣ ଲୋକ ଉପସ୍ଥିତ ରହିଥିଲେ । ଫଳରେ ସମସ୍ତେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ଏଥିରେ ଏବେ ସୁଦ୍ଧା ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ସ୍ଥାନୀୟ ଫାଣ୍ଡି ଅଧିକାରୀ ଥିବା ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର ସୂଚନା ଦେଇଛନ୍ତି । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 19, 2023, 4:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.