ETV Bharat / bharat

ଲଖୀମପୁର ଖେରୀରେ ଓଲଟିଲା ଡଙ୍ଗା: 10 ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

author img

By

Published : Oct 20, 2021, 2:29 PM IST

Updated : Oct 20, 2021, 3:38 PM IST

ଉତ୍ତରପ୍ରଦେଶ ଲଖୀମପୁର ଖେରୀ ଜିଲ୍ଲାରେ ଅଘଟଣ । ଘାଘରା ନଦୀରେ ଓଲଟିଲା ଡଙ୍ଗା । ଅଧିକ ପଢନ୍ତୁ...

ଓଲଟିଲା ଡଙ୍ଗା: 10 ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଖୀମପୁର ଖେରୀ ଜିଲ୍ଲାର ମିର୍ଜାପୁର ଗାଁରେ ଅଘଟଣ । ଘାଘରା ନଦୀରେ ଓଲଟିଲା ଡଙ୍ଗା । ଡଙ୍ଗାରେ ଥିବା ସମସ୍ତେ ପାଣିରେ ବୁଡି ଯାଇଥିବା ସୂଚନା । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏହି ଘଟଣାରେ ଖୋଦ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହସ୍ତକ୍ଷେପ କରି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାଗ୍ରସ୍ତଙ୍କୁ ଯଥାସମ୍ଭବ ସାହାଯ୍ୟ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଅନୁସାରେ, ମିର୍ଜାପୁର ପଞ୍ଚାୟତର ୮ ରୁ ୧୦ ଜଣ ନଦୀରେ ଭାସି ଆସୁଥିବା କାଠ ଆଣିବାକୁ ଡଙ୍ଗାରେ ଯାଉଥିଲେ । ଏହି ସମୟରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିବାରୁ ସମସ୍ତେ ବୁଡି ଯାଇଥିଲେ । ଦୁର୍ଘଟଣା ଖବର ପାଇବା ମାତ୍ରେ ଜିଲ୍ଲାଅଧିକାରୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Last Updated : Oct 20, 2021, 3:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.