ରାଞ୍ଚି: ନୂଆବର୍ଷରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ପିକନିକ୍ କାର । ସକାଳୁ ସକାଳୁ ଚାଲିଗଲା ୬ ଜୀବନ । ଝାଡଖଣ୍ଡ ଜାମସେଦପୁରର ବିଷ୍ଟୁପୁର ସର୍କିଟ ହାଉସ ନିକଟରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ପିକନିକ ପାଇଁ ଯାଉଥିବା ବେଳେ କାରଟି ଅଚାନକ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ସ୍ଥାନୀୟ ଟାଟା ମେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ- ଚା' ପିଉଥିବା ବେଳେ ମାଡିଗଲା ଟ୍ରକ, 5ମୃତ 19 ଆହତ
ସୂଚନା ମୁତାବକ, ଆଦିତ୍ୟପୁରର ଆରଆଇଟି ଥାନା ଅନ୍ତର୍ଗତ ବାବା ଆଶ୍ରମରେ ରହୁଥିବା ୮ ଜଣ ଲୋକ ଏକ କାର ଯୋଗେ ଆଜି(ସୋମବାର) ଭୋରୁ ପିକନିକ ପାଇଁ ଯାଉଥିଲେ । ଏହି ସମୟରେ ଜାମସେଦପୁରର ବିଷ୍ଟୁପୁର ସର୍କିଟ ହାଉସ ନିକଟରେ କାରଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏନେଇ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବିଷ୍ଟୁପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି କାରରେ ଫସିଥିବା ଲୋକଙ୍କୁ ବାହାର କରିଥିଲା । ତେବେ ଘଟଣାସ୍ଥଳରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଇବାକୁ ବ୍ୟବସ୍ଥା କରିଥିଲା ପୋଲିସ ।
ଏହା ମଧ୍ୟ ପଢନ୍ତୁ - ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର 5 ମୃତ, ଏକାଧିକ ଆହତ
ଏହା ମଧ୍ୟ ପଢନ୍ତୁ - ମହାରାଷ୍ଟ୍ରରେ ସିରିଜ୍ ଦୁର୍ଘଟଣା: 8 ମୃୃତ, ଗୋଟିଏ ପରିବାରର 4 ଜଣ
ତେବେ ଘଟଣାସ୍ଥଳରେ ଗାଡିରେ ଥିବା 8 ଜଣଙ୍କ ମଧ୍ୟରୁ 5 ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 3 ଜଣଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ସ୍ଥାନୀୟ ଡାକ୍ତରଖାନା ଭର୍ତ୍ତି କରିଥିଲା । ହେଲେ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଚିକିତ୍ସା ଜାରି ରହିଛି । ମୃତକମାନେ ସୁରଜ ସାହୁ, ଶୁଭମ, ମୋନୁ, ହେମନ୍ତ ଏବଂ ଛୋଟୁ ଯାଦବ ବୋଲି ସୂଚନା ମିଳିଛି । ସେପଟେ ଏହି ଦୁର୍ଘଟଣା ବିଷୟରେ ଖବର ପାଇ ଆଦିତ୍ୟପୁରର ଆରଆଇଟିର ବାବା ଆଶ୍ରମରେ ଶୋକର ଛାୟା ଖେଳିଯାଇଛି ।
ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି । କାର୍ଟି କିଭଳି ଭାରସାମ୍ୟ ହରାଇଲା ତାହାର ତଦନ୍ତ କରୁଛି ପୋଲିସ । ମୃତଦେହଗୁଡ଼ିକୁ ବର୍ତ୍ତମାନ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ମୃତକଙ୍କ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ନୂଆବର୍ଷ ପ୍ରଥମ ଦିନରେ ଏଭଳି ଏକ ଘଟଣା ଆଶ୍ରମରେ ଶୋକର ମାହୋଲ ସୃଷ୍ଟି କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ