ETV Bharat / bharat

କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ: 6 କର୍ମଚାରୀ ମୃତ, ଉଦ୍ଧାର କାର୍ଯ୍ୟ ଜାରି - ରାସାୟନିକ କାରଖାନାରେ ବିସ୍ଫୋରଣ

ଉତ୍ତରପ୍ରଦେଶ ହାପୁର ଜିଲ୍ଲାରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ପରେ ବିସ୍ଫୋରଣ । 6 କର୍ମଚାରୀ ମୃତ ସନ୍ଦେହ । ଏବେ ବି ଅନେକ କର୍ମଚାରୀ ଫସିଥିବା ସୂଚନା । ଜାରି ରହିଛି ଉଦ୍ଧାର ପ୍ରକ୍ରିୟା । ନିଆଁ ଲିଭା କାର୍ଯ୍ୟରେ 5ରୁ ଅଧିକ ଅଗ୍ନିଶମ ଟିମ । ଅଧିକ ପଢନ୍ତୁ

କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ: 6 ମୃତ, ଫସିଛନ୍ତି ଅନେକ

author img

By

Published : Jun 4, 2022, 4:55 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାପୁର ଜିଲ୍ଲାରେ ଏକ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ ଘଟିଛି । କାରଖାନାର ଏକ ବଏଲରରେ କୌଣସି କାରଣବଶତଃ ନିଆଁ ଲାଗିଯିବା ପରେ ବିସ୍ଫୋରଣ ଘଟିଛି । ବର୍ତ୍ତମାନ ସୁଦ୍ଧା କାର୍ଯ୍ୟରତ 6 କର୍ମଚାରୀ ପ୍ରାଣ ହରାଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ଅନ୍ୟ କିଛି ମଧ୍ୟ ଆହତ ହୋଇଛନ୍ତି ଓ ଫସି ରହିଥିବା ମଧ୍ୟ ସନ୍ଦେହ କରାଯାଉଛି ।

ଏବେ ମଧ୍ୟ ନିଆଁକୁ ଆୟତ କରାଯାଇ ପାରିନାହିଁ । ଅନ୍ୟ କିଛି କର୍ମଚାରୀ ଅଗ୍ନିକାଣ୍ଡରେ କାରଖାନା ପରିସରରେ ଫସି ରହିଥିବା ଜଣାଯାଇଛି । ଅଗ୍ନିଶମ ବାହିନୀର 5ରୁ ଊର୍ଦ୍ଧ୍ବ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା କାର୍ଯ୍ୟରେ ଲାଗିଛନ୍ତି । ସ୍ଥାନୀୟ ପ୍ରଶାସନ ଓ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଫସିଥିବା କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.