ETV Bharat / bharat

CDS Bipin Rawat Demise: ବିଭିନ୍ନ ରାଷ୍ଟ୍ର ଜଣାଇଲେ ସମବେଦନା

author img

By

Published : Dec 9, 2021, 6:02 AM IST

ପାକିସ୍ତାନ, ଆମେରିକା, ଇସ୍ରାଏଲ, ଋଷିଆ ଭଳି ଦେଶ ଜେନେରାଲ ବିପିନ ରାୱତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଅଧିକ ପଢ଼ନ୍ତୁ

CDS Bipin Rawat Demise: ବିଭିନ୍ନ ରାଷ୍ଟ୍ର ଜଣାଇଲେ ସମବେଦନା
CDS Bipin Rawat Demise: ବିଭିନ୍ନ ରାଷ୍ଟ୍ର ଜଣାଇଲେ ସମବେଦନା

ନୂଆଦିଲ୍ଲୀ: ତାମିଲନାଡୁ଼ର କୁନ୍ନୁରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ୍‌ ବିପିନ୍‌ ରାୱତଙ୍କ ଦେହାନ୍ତ ହୋଇଛି । ଏହି ଘଟଣା କେବଳ ଦେଶ ନୁହେଁ ସାରା ବିଶ୍ବକୁ ସ୍ତବ୍ଧ କରିଛି । ବିଭିନ୍ନ ରାଷ୍ଟ୍ର ସିଡିଏସ୍‌ ବିପିନ ରାୱତଙ୍କୁ ନେଇ ଶୋକ ପ୍ରକାଶ କରିଛନ୍ତି । ପାକିସ୍ତାନ, ଆମେରିକା, ଇସ୍ରାଏଲ, ଋଷିଆ ଭଳି ଦେଶ ଜେନେରାଲ ବିପିନ ରାୱତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଏହା ବି ପଢ଼ନ୍ତୁ CDS Bipin Rawat Demise: ବଲିଉଡରେ ବି ଖେଳିଛି ଶୋକର ଛାୟା

ପାକିସ୍ତାନ ଆର୍ମୀ ମୁଖପାତ୍ର ଟ୍ବିଟ୍‌ କରି କହିଛନ୍ତି ଯେ, "CDS ଜେନେରାଲ ବିପିନ ରାୱତ ମୃତ୍ୟୁ ଦୁଃଖଦାୟକ । "

ସେହିଭଳି ପାକିସ୍ତାନୀ ଆମେରିକା ଆମ୍ବାସି ପକ୍ଷରୁ ମଧ୍ୟ ସିଡିଏସ୍‌ ଜେନେରାଲଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଆମେରିକା ଆମ୍ବାସି ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ସେନାକୁ ଏକ ନୂଆ ସ୍ତରକୁ ନେଇଥିଲେ ବିପିନ୍‌ । ତାଙ୍କ ସାହାସିକତା ସବୁବେଳେ ମନେ ରହିବ ।

ସେହିଭଳି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ବେନୀ ଗାଞ୍ଜ୍‌ ଟ୍ବିଟ୍‌ କରି ବିପିନ୍‌ ରାୱତଙ୍କ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବିପିନ ରାୱତ ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ । ଭାରତୀୟ ସେନା ପାଇଁ ଏହା ଏକ ବଡ଼ କ୍ଷତି ।

ଅଷ୍ଟ୍ରେଲିଆର ହାଇ କମିଶନର ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଲେଖିଛନ୍ତି ଯେ, ଜେନେରାଲ ବିପିନ ରାୱତଙ୍କ ପରିବାରକୁ ଏହି କଠିନ ସମୟରେ ସମବେଦନା ଜଣାଉଛୁ । ଜେନେରାଲଙ୍କ ସମୟରେ ଭାରତ ଅଷ୍ଟ୍ରେଲିଆର ସାମରିକ ବନ୍ଧୁତା ଦୃଢ଼ିବୁତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.