ETV Bharat / bharat

ଆସାମରେ ବର୍ଷା ବିତ୍ପାତ: ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି, ୧୩୩୩ ହେକ୍ଟର ଚାଷଜମି ନଷ୍ଟ

author img

By

Published : Apr 18, 2022, 6:59 AM IST

ଆସାମରେ ବର୍ଷା ବିତ୍ପାତ । ପ୍ରବଳ ଘୂର୍ଣ୍ଣିଝଡ ଓ ବିଜୁଳି ଯୋଗୁଁ ୨୦ ଜଣ ପ୍ରାଣ ହରାଇଛନ୍ତି । ଏନେଇ ଆସାମର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଆସାମରେ ବର୍ଷା ବିତ୍ପାତ : ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି,୧୩୩୩ ହେକ୍ଟର ଚାଷଜମି ନଷ୍ଟ

ଗୌହାଟୀ: ଆସାମରେ ବର୍ଷା ବିତ୍ପାତ । ପ୍ରବଳ ଘୂର୍ଣ୍ଣିଝଡ ଓ ବିଜୁଳି ଯୋଗୁଁ ୨୦ ଜଣ ପ୍ରାଣ ହରାଇଛନ୍ତି । ଏନେଇ ଆସାମର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଅନେକ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏଥିରେ ପ୍ରାଣ ହରାଇଥିବା ଲୋକଙ୍କୁ ଖୁବଶୀଘ୍ର ସହାୟତା ରାଶି ପ୍ରଦାନ କରାଯିବ ବୋଲି ସରକାରଙ୍କ ତରଫରୁ କୁହାଯାଇଛି । ପ୍ରବଳ ବର୍ଷା ଯୋଗୁଁ ୩୦୧୧ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । କଚ୍ଚା ଘର ୨୯୭୪ ଓ ୩୭ ପକ୍କା ଘର ମଧ୍ୟ କ୍ଷତି ଗ୍ରସ୍ତ ହୋଇଛି । ଏହାସହ ୧୩୩୩ ହେକ୍ଟର ଚାଷଜମି ନଷ୍ଟ ହୋଇଛି ।

ଏପ୍ରିଲ 14 ତାରିଖ ଠାରୁ ରାଜ୍ୟରେ ୨୨ଟି ଜିଲ୍ଲାରେ ଅଦିନିଆ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ ଲାଗି ରହିଛି । ଯେଉଁଥିରେ ୧୪୧୦ ଗାଁର ୯୫ ହଜାର ୨୩୯ ଲୋକେ ପ୍ରଭାବିତ ହୋଇଛନ୍ତି । ସେପଟେ, ଜଳବନ୍ଦୀରେ ରହିଥିବା ଲୋକଙ୍କ ନିକଟରେ ପହଞ୍ଚିଛି ପ୍ରଶାସନ । ଏସଡିଆରଏଫ(SDRF) ଓ ଅଗ୍ନୀଶମ ବାହିନୀ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ଷା ଯୋଗୁଁ ଭାଙ୍ଗିପଡିଥିବା ଗଛ ରାସ୍ତା ଗୁଡିକରୁ ସଫା ମଧ୍ୟ କରାଯାଉଛି । ଆସାମର ବର୍ତ୍ତମାନର ସ୍ଥିତି ନେଇ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନେଇ ରବିବାର ଦିନ ମଧ୍ୟ ଡେପୁଟି କମିଶନରଙ୍କ ସହ ଭର୍ଚ୍ଚୁଆଲି ବୈଠକ ମଧ୍ୟ କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.