ETV Bharat / bharat

ଅଧରାତିରେ ବସ୍‌କୁ ପିଟିଲା ଟ୍ରକ; ୬ ଯାତ୍ରୀଙ୍କ ମୃତ୍ୟୁ, ୨୭ ଆହତ - ୟୁପିରେ ବସ୍ ଦୁର୍ଘଟଣା

ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍‌କୁ ଟ୍ରକ ଧକ୍କା ଦେବାରୁ ୬ ଯାତ୍ରୀଙ୍କ ମୃତ୍ୟୁ ଏବଂ ୨୭ ଆହତ । ଅଧିକ ପଢ଼ନ୍ତୁ

ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
author img

By ETV Bharat Odisha Team

Published : Nov 10, 2023, 7:57 AM IST

Updated : Nov 10, 2023, 8:47 AM IST

ଲକ୍ଷ୍ନୌ: ଏମିତି ବି ଆସେ ମୃତ୍ୟୁ । ଟାୟାର ପମ୍ପଚର ହୋଇଯିବାରୁ ରାସ୍ତାକଡ଼ରେ ଛିଡା ହୋଇଥିଲା ବସ୍ । ଆଉ ଏକ ବସରେ ଯାତ୍ରୀଙ୍କୁ ବସା ଯାଉଥିଲା । ଠିକ୍ ଏତିକି ବେଳେ ପଛପଟୁ ଆସି ବସ୍‌କୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ । ଗୁରୁବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଗୋରଖପୁର-କୁଶିନଗର ରାଜପଥରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ଗୋରଖପୁର ଜିଲ୍ଲା ହସ୍ପିଟାଲ ଓ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ଡାକ୍ତରଙ୍କ କହିବା ମୁତାବକ, ଆହତଙ୍କୁ ମଧ୍ୟରୁ ଅନେକ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ଦୁର୍ଘଟଣା ସୂଚନା ପାଇ ସିଟି ଏସପି ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ଏଯାଏଁ ମୃତକମାନଙ୍କ ପରିଚୟ ମିଳିପାରିନି । ପୋଲିସ ସେମାନଙ୍କୁ ଚିହ୍ନଟ କରିବାକୁ ଛାନଭିନ୍ ଚଳାଇଛି । ପୋଲିସର କହିବା ଅନୁସାରେ, ସରକାରୀ ବସ୍ ୩୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଗୋରଖପୁରରୁ ପଡରୌନା ଅଭିମୁଖେ ଯାତ୍ରା କରୁଥିଲା । ଜଗଦୀଶପୁରର ମଲ୍ଲପୁର ନିକଟରେ ବସର ଟାୟାର ପମ୍ପଚର ହୋଇଯାଇଥିଲା । ତେଣୁ ଡ୍ରାଇଭର ଗାଡ଼ିକୁ ରାସ୍ତାକଡ଼ରେ ଛିଡା କରିଥିଲେ ।

ଏହାମଧ୍ୟ ପଢନ୍ତୁ: Road Mishap: କେନାଲକୁ ଖସିପଡିଲା କାର୍, ପାଣିରେ ବୁଡି ୫ ମୃତ

କଣ୍ଡକ୍ଟର ଯାତ୍ରୀଙ୍କ ପାଇଁ ଅନ୍ୟ ଏକ ବସର ବ୍ୟବସ୍ଥା କରିଥିଲେ । ଯାତ୍ରୀମାନଙ୍କୁ ଖାଲି ବସ୍‌ରେ ବସାଯାଉଥିଲା । କିଛି ଯାତ୍ରୀ ବସରେ ବସି ସାରିଥିବା ବେଳେ ଆଉ କିଛି ଗାଡିରେ ଚଢ଼ିବା ପାଇଁ ଛିଡ଼ା ହୋଇଥିଲେ । ଠିକ ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ବସକୁ ପଛ ପଟୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୬ ଜଣ ଯାତ୍ରୀଙ୍କ ଜୀବନ ଚାଲିଯାଇଥିଲା ଏବଂ ୨୭ ଜଣ ଆହତ ହୋଇଥିଲେ । କୁହାଯାଉଛି କି, ଦୁଇ ଜଣ ଯାତ୍ରୀଙ୍କ ଉପରେ ବସର ଚକ ମାଡ଼ିଯାଇଥିଲା । ଆହତଙ୍କ ମଧ୍ୟରୁ ୧୨ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

ଏନେଇ ଖବର ପାଇବା ପରେ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲ ପଠାଇଥିଲା । ଆହତଙ୍କ ସଂଖ୍ୟା ଅଧିକ ଥିବାରୁ ୫ଟି ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲା । ଆମ୍ବୁଲାନ୍ସରେ ସମସ୍ତଙ୍କୁ ସଦର ହସ୍ପିଟାଲ ଓ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 10, 2023, 8:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.