ETV Bharat / bharat

G20 summit: ଦିଲ୍ଲୀରେ ବନ୍ଦ ରହିବ ଏକାଧିକ ମେଟ୍ରୋ ଷ୍ଟେସନ, ଜରୁରୀକାଳୀନ ସେବା ପାଇଁ ଲୋଡା ଅନୁମତି

author img

By ETV Bharat Odisha Team

Published : Sep 4, 2023, 7:33 PM IST

ଜି20 ସମ୍ମିଳନୀ ସମୟରେ ଦିଲ୍ଲୀରେ ବନ୍ଦ ରହିବ ଏକାଧିକ ମେଟ୍ରୋ ଷ୍ଟେସନ ଓ କିଛି ଷ୍ଟେସନର କିଛି ଗେଟ ବନ୍ଦ ରଖିବାକୁ ନିଷ୍ପତ୍ତି । 9 ଓ 10 ତାରିଖରେ ସମ୍ମିଳନୀର ଅନ୍ତିମ ତଥା ମୁଖ୍ୟ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

G20 summit: ଦିଲ୍ଲୀରେ ବନ୍ଦ ରହିବ ଏକାଧିକ ମେଟ୍ରୋ ଷ୍ଟେସନ

ନୂଆଦିଲ୍ଲୀ: ଚଳିତ 9 ଓ 10 ତାରିଖରେ ହେବାକୁ ଥିବା ଜି20 ସମ୍ମିଳନୀର ଅନ୍ତିମ ତଥା ମୁଖ୍ୟ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀରେ ସାମୟିକ ପ୍ରଭାବିତ ହେବା ସଡକ ଓ ମେଟ୍ରୋ ସେବା । କାରଣ ସୁରକ୍ଷା ଦୃଷ୍ଟିରୁ ଏକାଧିକ ଷ୍ଟେସନ ଏହି ଦୁଇ ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଦିଲ୍ଲୀ ମେଟ୍ରୋ ରେଳ ନିଗମ । ପ୍ରଗତି ମୈଦାନରେ ଏହି ଶିଖର ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବାକୁଥିବା ବେଳେ ଏଥିପାଇଁ ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି । ରାଜଧାନୀ ଦିଲ୍ଲୀକୁ ଜାତୀୟ ତଥା ଅନ୍ତର୍ଜାତୀୟ ଅତିଥିଙ୍କ ଆଗମନକୁ ଦୃଷ୍ଟିରେ ରଖି ସମଗ୍ର ରାଜଧାନୀକୁ ସୁରକ୍ଷା ବଳୟରେ ପରିଣତ କରାଯାଇଛି । କିଛି ରାସ୍ତାରେ ମଧ୍ୟ ଏହି ଦୁଇଦିନ ସାଧାରଣ ଯାତାୟତ ସାମୟିକ ଭାବେ ବନ୍ଦ ରଖାଯିବ ।

ଦିଲ୍ଲୀରେ ବନ୍ଦ ରହିବ ଏକାଧିକ ମେଟ୍ରୋ ଷ୍ଟେସନ
ଦିଲ୍ଲୀରେ ବନ୍ଦ ରହିବ ଏକାଧିକ ମେଟ୍ରୋ ଷ୍ଟେସନ

ବିଶେଷ କରି ବିମାନ ବନ୍ଦରରୁ କଡା ସୁରକ୍ଷା ମଧ୍ୟରେ ଅନ୍ତର୍ଜାତୀୟ ଅତିଥିମାନେ ନିର୍ଦ୍ଧାରିତ ହୋଟେଲରେ ପହଞ୍ଚିବେ । ସେଠାରୁ ସେମାନେ ପ୍ରଗତି ମୈଦାନ ଓ ଅନ୍ୟ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବେ । ଏଥିପାଇଁ ସମସ୍ତ ବ୍ୟବସ୍ଥା ଦିଲ୍ଲୀ ଟ୍ରାଫିକ ପୋଲିସ ପକ୍ଷରୁ ଶେଷ ହୋଇଛି । ଏହି ନିର୍ଦ୍ଧାରିତ ରୁଟ କିମ୍ବା ମୁଖ୍ଯ ସଭାସ୍ଥଳ ପ୍ରଗତି ମୈଦାନ ନିକଟରେ ସାଧାରଣ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ । ତେଣୁୁ ଏହାର ନିକଟବର୍ତ୍ତୀ ମେଟ୍ରୋ ଷ୍ଟେସନଗୁଡିକୁ ବନ୍ଦ ରଖିବା ପାଇଁ ଦିଲ୍ଲୀ ପୋଲିସ ମେଟ୍ରୋ କର୍ତ୍ତୃପକ୍ଷଙ୍କୁ ଅବଗତ କରିସାରିଛି । କିଛି ମେଟ୍ରୋ ଷ୍ଟେସନ ସମ୍ପୂର୍ଣ୍ଣ ବନ୍ଦ ହେବାକୁ ଥିବା ବେଳେ କିଛି ଷ୍ଟେସନର କିଛି ଗେଟ କେବଳ ବନ୍ଦ ରହିବ ।

  • In order to maintain foolproof security arrangements during the G20 Summit, scheduled to be held in Delhi from September 9 to 10, the Delhi Police metro unit asked the Chief Security Commissioner to close some metro station gates that open towards the VVIPS Route/venue of… pic.twitter.com/5ssPc9xepz

    — ANI (@ANI) September 4, 2023 " class="align-text-top noRightClick twitterSection" data=" ">

In order to maintain foolproof security arrangements during the G20 Summit, scheduled to be held in Delhi from September 9 to 10, the Delhi Police metro unit asked the Chief Security Commissioner to close some metro station gates that open towards the VVIPS Route/venue of… pic.twitter.com/5ssPc9xepz

— ANI (@ANI) September 4, 2023

ଏନେଇ ବିସ୍ତୃତ ବିରରଣୀ ମଧ୍ୟ ମେଟ୍ରେ ନିଗମ ଜାରି କରିସାରିଛି । ଏହି ସମୟରେ ମୋତି ବାଗ, ଭିକାଜୀ କାମା ପ୍ଲେସ, ମୁନିରକା, ଆର.କେ ପୁରମ, ଆଇଆଇଟି, ସଦର ବଜାର ଏବଂ କ୍ୟାଣ୍ଟନମେଣ୍ଟ ମେଟ୍ରୋ ଷ୍ଟେସନ ସମ୍ପୂର୍ଣ୍ଣ ବନ୍ଦ ରହିବ । ଏହା ସହିତ ସୁପ୍ରିମକୋର୍ଟର ମେଟ୍ରୋ ଷ୍ଟେସନ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ ।

ଏହା ମଧ୍ୟ ପଢନ୍ତୁ :-PM Modi Interview ahead of G20: 'ବିଶ୍ବର କଲ୍ୟାଣ ପାଇଁ ଭାରତର ସବକା ବିକାଶ ସାଜିବ ମାର୍ଗଦର୍ଶକ'

ଏହା ବ୍ୟତୀତ ଅନେକ ମେଟ୍ରୋ ଷ୍ଟେସନର କିଛି ଗେଟ ବନ୍ଦ ରହିବ । ଖାନ ମାର୍କେଟ ଗେଟ୍ ଷ୍ଟେସନର ନମ୍ବର 1,2,3, କୈଳାଶ କଲୋନୀ ଗେଟ୍ ନମ୍ବର 2, ଲଜପତ ନାଗର ଗେଟ୍ ନମ୍ବର 1,2,3 ଓ 4, ଜଙ୍ଗପୁରା ଗେଟ୍ ନମ୍ବର 1 ଓ 3, ଆଶ୍ରମ ଗେଟ୍ ନମ୍ବର 1 ଓ 3, ବାରଖମ୍ବା ଷ୍ଟେସନର ଗେଟ୍ ନମ୍ବର 1,3, 4,5 ଓ 6, ଇନ୍ଦ୍ରପ୍ରସ୍ତ ଷ୍ଟେସନର ଗେଟ୍ ନମ୍ବର 2, ମାଲବ୍ୟ ନଗର ଗେଟ୍ ନମ୍ବର 3 ଓ 4କୁ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ହୋଇଛି । ଚଳିତ ମାସ 9 ଓ 10 ତାରିଖରେ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମ ପ୍ରଗତି ମୈଦାନର ‘ଭାରତ ମଣ୍ଡପମ’ରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ବହୁ ଜି20 ସଦସ୍ୟ ରାଷ୍ଟ୍ରର ମୁଖ୍ୟମାନେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ନୂଆଦିଲ୍ଲୀ: ଚଳିତ 9 ଓ 10 ତାରିଖରେ ହେବାକୁ ଥିବା ଜି20 ସମ୍ମିଳନୀର ଅନ୍ତିମ ତଥା ମୁଖ୍ୟ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀରେ ସାମୟିକ ପ୍ରଭାବିତ ହେବା ସଡକ ଓ ମେଟ୍ରୋ ସେବା । କାରଣ ସୁରକ୍ଷା ଦୃଷ୍ଟିରୁ ଏକାଧିକ ଷ୍ଟେସନ ଏହି ଦୁଇ ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଦିଲ୍ଲୀ ମେଟ୍ରୋ ରେଳ ନିଗମ । ପ୍ରଗତି ମୈଦାନରେ ଏହି ଶିଖର ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବାକୁଥିବା ବେଳେ ଏଥିପାଇଁ ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି । ରାଜଧାନୀ ଦିଲ୍ଲୀକୁ ଜାତୀୟ ତଥା ଅନ୍ତର୍ଜାତୀୟ ଅତିଥିଙ୍କ ଆଗମନକୁ ଦୃଷ୍ଟିରେ ରଖି ସମଗ୍ର ରାଜଧାନୀକୁ ସୁରକ୍ଷା ବଳୟରେ ପରିଣତ କରାଯାଇଛି । କିଛି ରାସ୍ତାରେ ମଧ୍ୟ ଏହି ଦୁଇଦିନ ସାଧାରଣ ଯାତାୟତ ସାମୟିକ ଭାବେ ବନ୍ଦ ରଖାଯିବ ।

ଦିଲ୍ଲୀରେ ବନ୍ଦ ରହିବ ଏକାଧିକ ମେଟ୍ରୋ ଷ୍ଟେସନ
ଦିଲ୍ଲୀରେ ବନ୍ଦ ରହିବ ଏକାଧିକ ମେଟ୍ରୋ ଷ୍ଟେସନ

ବିଶେଷ କରି ବିମାନ ବନ୍ଦରରୁ କଡା ସୁରକ୍ଷା ମଧ୍ୟରେ ଅନ୍ତର୍ଜାତୀୟ ଅତିଥିମାନେ ନିର୍ଦ୍ଧାରିତ ହୋଟେଲରେ ପହଞ୍ଚିବେ । ସେଠାରୁ ସେମାନେ ପ୍ରଗତି ମୈଦାନ ଓ ଅନ୍ୟ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବେ । ଏଥିପାଇଁ ସମସ୍ତ ବ୍ୟବସ୍ଥା ଦିଲ୍ଲୀ ଟ୍ରାଫିକ ପୋଲିସ ପକ୍ଷରୁ ଶେଷ ହୋଇଛି । ଏହି ନିର୍ଦ୍ଧାରିତ ରୁଟ କିମ୍ବା ମୁଖ୍ଯ ସଭାସ୍ଥଳ ପ୍ରଗତି ମୈଦାନ ନିକଟରେ ସାଧାରଣ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ । ତେଣୁୁ ଏହାର ନିକଟବର୍ତ୍ତୀ ମେଟ୍ରୋ ଷ୍ଟେସନଗୁଡିକୁ ବନ୍ଦ ରଖିବା ପାଇଁ ଦିଲ୍ଲୀ ପୋଲିସ ମେଟ୍ରୋ କର୍ତ୍ତୃପକ୍ଷଙ୍କୁ ଅବଗତ କରିସାରିଛି । କିଛି ମେଟ୍ରୋ ଷ୍ଟେସନ ସମ୍ପୂର୍ଣ୍ଣ ବନ୍ଦ ହେବାକୁ ଥିବା ବେଳେ କିଛି ଷ୍ଟେସନର କିଛି ଗେଟ କେବଳ ବନ୍ଦ ରହିବ ।

  • In order to maintain foolproof security arrangements during the G20 Summit, scheduled to be held in Delhi from September 9 to 10, the Delhi Police metro unit asked the Chief Security Commissioner to close some metro station gates that open towards the VVIPS Route/venue of… pic.twitter.com/5ssPc9xepz

    — ANI (@ANI) September 4, 2023 " class="align-text-top noRightClick twitterSection" data=" ">

ଏନେଇ ବିସ୍ତୃତ ବିରରଣୀ ମଧ୍ୟ ମେଟ୍ରେ ନିଗମ ଜାରି କରିସାରିଛି । ଏହି ସମୟରେ ମୋତି ବାଗ, ଭିକାଜୀ କାମା ପ୍ଲେସ, ମୁନିରକା, ଆର.କେ ପୁରମ, ଆଇଆଇଟି, ସଦର ବଜାର ଏବଂ କ୍ୟାଣ୍ଟନମେଣ୍ଟ ମେଟ୍ରୋ ଷ୍ଟେସନ ସମ୍ପୂର୍ଣ୍ଣ ବନ୍ଦ ରହିବ । ଏହା ସହିତ ସୁପ୍ରିମକୋର୍ଟର ମେଟ୍ରୋ ଷ୍ଟେସନ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ ।

ଏହା ମଧ୍ୟ ପଢନ୍ତୁ :-PM Modi Interview ahead of G20: 'ବିଶ୍ବର କଲ୍ୟାଣ ପାଇଁ ଭାରତର ସବକା ବିକାଶ ସାଜିବ ମାର୍ଗଦର୍ଶକ'

ଏହା ବ୍ୟତୀତ ଅନେକ ମେଟ୍ରୋ ଷ୍ଟେସନର କିଛି ଗେଟ ବନ୍ଦ ରହିବ । ଖାନ ମାର୍କେଟ ଗେଟ୍ ଷ୍ଟେସନର ନମ୍ବର 1,2,3, କୈଳାଶ କଲୋନୀ ଗେଟ୍ ନମ୍ବର 2, ଲଜପତ ନାଗର ଗେଟ୍ ନମ୍ବର 1,2,3 ଓ 4, ଜଙ୍ଗପୁରା ଗେଟ୍ ନମ୍ବର 1 ଓ 3, ଆଶ୍ରମ ଗେଟ୍ ନମ୍ବର 1 ଓ 3, ବାରଖମ୍ବା ଷ୍ଟେସନର ଗେଟ୍ ନମ୍ବର 1,3, 4,5 ଓ 6, ଇନ୍ଦ୍ରପ୍ରସ୍ତ ଷ୍ଟେସନର ଗେଟ୍ ନମ୍ବର 2, ମାଲବ୍ୟ ନଗର ଗେଟ୍ ନମ୍ବର 3 ଓ 4କୁ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ହୋଇଛି । ଚଳିତ ମାସ 9 ଓ 10 ତାରିଖରେ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମ ପ୍ରଗତି ମୈଦାନର ‘ଭାରତ ମଣ୍ଡପମ’ରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ବହୁ ଜି20 ସଦସ୍ୟ ରାଷ୍ଟ୍ରର ମୁଖ୍ୟମାନେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.