ETV Bharat / bharat

ଦିଲ୍ଲୀରେ ଅକ୍ସିଜେନ ସଙ୍କଟ: ସରକାରଙ୍କୁ ନୋଟିସ୍‌ ଜାରି କଲେ କୋର୍ଟ

author img

By

Published : May 3, 2021, 9:50 AM IST

ଅକ୍ସିଜେନ ଯୋଗାଣ ସମ୍ପର୍କରେ ହାଇକୋର୍ଟଙ୍କ ଆଦେଶକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ଦେଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ରବିବାର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଅଧିକ ପଢନ୍ତୁ...

ଦିଲ୍ଲୀରେ ଅକ୍ସିଜେନ ସଙ୍କଟ: ସରକାରଙ୍କୁ ନୋଟିସ ଜାରି କଲେ କୋର୍ଟ

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ରାଜଧାନୀରେ ହଜାର ହଜାର ସଂଖ୍ୟାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜଧାନୀର ଅନେକ ହସ୍ପିଟାଲରେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଦେଖାଦେଇଛି ଅକ୍ସିଜେନ ସଙ୍କଟ । ଅକ୍ସିଜେନ ଅଭାବରୁ ବାତ୍ରା ହସ୍ପିଟାଲରେ 12 ଜଣଙ୍କର ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଗତ ଶନିବାର ହାଇକୋର୍ଟଙ୍କ ଆଦେଶକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ଦେଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ସୋମବାର ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

ତେବେ ସୂଚନା ଥାଉ କି ଗତ ମେ 1 ତାରିଖରେ ଦିଲ୍ଲୀକୁ କେନ୍ଦ୍ର ସରକାର 490 ମେଟ୍ରିକ ଟନ ଅକ୍ସିଜେନ ଯୋଗାଇବା ପାଇଁ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଦିଲ୍ଲୀରେ କ୍ରାୟୋଜେନିକ୍ ଟ୍ୟାଙ୍କର ଉପଲବ୍ଧ ନାହିଁ । ଅନ୍ୟ ରାଜ୍ୟଗୁଡିକ ପରି ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ଟ୍ୟାଙ୍କରଗୁଡିକର ବ୍ୟବସ୍ଥା କରିବା ମଧ୍ୟ କେନ୍ଦ୍ର ସରକାରଙ୍କ ଦାୟିତ୍ବ ବୋଲି ଦିଲ୍ଲୀ ହାଇକୋର୍ଟ କହିଥିଲେ । ଏହି ନିର୍ଦ୍ଦେଶକୁ କେନ୍ଦ୍ର ଅବମାନନା କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ହାଇକୋର୍ଟ ଚେତାବନୀ ଦେଇଥିଲେ ।

କୋଭିଡ ରୋଗୀଙ୍କ ଅମ୍ଳଜାନ ଅଭାବକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରକୁ 450 ମେଟ୍ରିକ ଟନ ଅକ୍ସିଜେନ ଯୋଗାଇବାକୁ ଆଦେଶ ଦେଇଥିଲା । ତେବେ ଏହି ଆଦେଶକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ଦାଖଲ କରିଥିବା ଆବେଦନ ଉପରେ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ଜଷ୍ଟିସ ବିପିନ ସାଙ୍ଗୀ ଏବଂ ଜଷ୍ଟିସ ରେଖା ପାଲୀ ଏକ ଜରୁରୀ ଶୁଣାଣିରେ ଦିଲ୍ଲୀ ସରକାରଙ୍କୁ ହାଇକୋର୍ଟଙ୍କ ଆଦେଶକୁ ପ୍ରତ୍ୟାହାର କରିବାକୁ ଚାହୁଁଥିବା କେନ୍ଦ୍ରର ଆବେଦନକୁ ଜବାବ ଦେବାକୁ କହିଛନ୍ତି ।

ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଘୋର ଅକ୍ସିଜେନ ସଙ୍କଟ ଦେଖିବାକୁ ମିଳିଛି । ଅକ୍ସିଜେନ ଅଭାବରୁ ଅନେକ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଘଟୁଛି । ଅନ୍ୟ ରାଜ୍ୟ ଯୋଗାଉଥିବା ସହାୟତାକୁ ଯୁଦ୍ଧକାଳୀନ ଭିତ୍ତିରେ ହସ୍ପିଟାଲକୁ ପଠାଯାଉଛି । ଦିଲ୍ଲୀର ବାତ୍ରା ହସ୍ପିଟାଲ ସମେତ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲ, ସିଟି ହସ୍ପିଟାଲ, ଭିମାନ୍ସ ହସ୍ପିଟାଲ , ଆକାଶ ହେଲ୍‌ଥକେୟାର ହସ୍ପିଟାଲ, ଇରେନ ହସ୍ପିଟାଲ ଭଳି ଅନେକ ହସ୍ପିଟାଲରେ ଅକ୍ସିଜେନ ସଙ୍କଟ ଦେଖାଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.