ETV Bharat / bharat

Flash Flood In Sikkim: ବନ୍ୟାରେ ଭାସି ୨୩ ଯବାନ ନିଖୋଜ, ସର୍ଚ୍ଚ ଅପରେସନ ଜାରି

author img

By ETV Bharat Odisha Team

Published : Oct 4, 2023, 9:41 AM IST

ସିକ୍କିମରେ ବନ୍ୟାରେ ଭାସି ଯାଇ ସେନାର ୨୩ ଯବାନ ନିଖୋଜ । ସର୍ଚ୍ଚ ଅପରେସନ ଜାରି । ଅଧିକ ପଢନ୍ତୁ

Flash Flood In Sikkim
Flash Flood In Sikkim

ଗ୍ୟାଙ୍ଗଟକ: ଉତ୍ତର ସିକ୍କିମର ଲାଚେନ ଉପତ୍ୟାକାରେ ଥିବା ତିସ୍ତା ନଦୀରେ ବିଷମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମଙ୍ଗଳବାର ରାତିରେ ହଠାତ୍ ତସ୍ତା ନଦୀର ଜଳସ୍ତର ବୃଦ୍ଧି ପାଇବା କାରଣରୁ ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ପଶିଛି । ଏହି ବନ୍ୟାରେ ସେନାର ଅନେକ କ୍ୟାମ୍ପ ଭାସି ଯାଇଛି ଏବଂ ୨୩ ଜଣ ଯବାନ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯବାନମାନଙ୍କୁ ଖୋଜାଖୋଜି କରିବାକୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ତେବେ ବାଦଲ ଫଟା ବର୍ଷା ଯୋଗୁଁ ତିସ୍ତା ନଦୀରେ କୃତ୍ରିମ ବନ୍ୟା ଆସିଥିବା ଜଣାପଡିଛି । ଏନେଇ ପ୍ରତିରକ୍ଷା ବିଭାଗ ମୁଖପାତ୍ରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ମନ୍ଦିରରୁ ଫେରିବା ବାଟରେ ମର୍ମନ୍ତୁଦ ଦୁର୍ଘଟଣା: ୮ ମୃତ, ୩ ବର୍ଷର ଶିଶୁ ଗୁରୁତର

ପ୍ରାପ୍ତ ସୂଚନା ମୁତାବକ, ମଙ୍ଗଳବାର ଉତ୍ତର ସିକ୍କିମର ଲୋହନକ ହ୍ରଦ ଅଞ୍ଚଳରେ ବାଦଲ ଫଟା ବର୍ଷା ହୋଇଥିଲା । ଯେଉଁ କାରଣରୁ ଅଚାନକ ତିସ୍ତା ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ବନ୍ୟାଜଳ ନିଷ୍କାସନ ପାଇଁ ଚୁଙ୍ଗଥାଙ୍ଗ ଡ୍ୟାମ ଗେଟ୍ ଖୋଲା ଯାଇଥିଲା । ଯେଉଁ କାରଣରୁ ତଳିଆ ଅଞ୍ଚଳରେ ୧୫ରୁ ୨୦ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହୋଇଥିଲା । ଫଳରେ ସିଙ୍ଗତମ ଅନ୍ତର୍ଗତ ବାରଦାଙ୍ଗ ନିକଟରେ ପାର୍କିଂ ହୋଇଥିବା ସେନାର ଅନେକ ଯାନବାହନ ବନ୍ୟାଜଳରେ ଭାସି ଯାଇଥିଲା । ସେହିପରି ଲାଚେନ ଉପତ୍ୟାକାରେ ଥିବା କେତେକ ସେନା କ୍ୟାମ୍ପ ମଧ୍ୟ ଏଥିରେ କ୍ଷତିଗ୍ରସ୍ତ ହୋଇଥିଲା । ଯାହାଫଳରେ ଏଠାରେ ମୁତୟନ ଥିବା ଭାରତୀୟ ସେନାର ପ୍ରାୟ ୨୩ ଜଣ ଯବାନ ବନ୍ୟାରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ISISର ଆତଙ୍କବାଦ ଷଡଯନ୍ତ୍ର ପଣ୍ଡ: ଟାର୍ଗେଟରେ ଥିଲା ରାମ ମନ୍ଦିର, ୨୬/୧୧ ଠାରୁ ଆହୁରି ବଡ଼ ଆକ୍ରମଣ ଯୋଜନା ଚାଲିଥିଲା

ଅନ୍ୟପଟେ ତିସ୍ତା ନଦୀ ଉଛୁଳିବା ଯୋଗୁଁ ସିଙ୍ଗଥାମର ଗୋଟିଏ ଫୁଟ୍ ବ୍ରିଜ ଭୁଶୁଡି ପଡିଛି । ସ୍ଥିତି ଅଧିକ ସଙ୍ଗୀନ ହେବା ପରେ ପଡୋଶୀ ପଶ୍ଚିମବଙ୍ଗର ଜଲପାଇଗୁଡି ପ୍ରଶାସନ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ କରିଛି । ସିକ୍କିମ ସରକାର ରାଜ୍ୟବ୍ୟାପୀ ହାଇଆଲର୍ଟ ଜାରି କରିଛନ୍ତି । ଲୋକଙ୍କୁ ତିସ୍ତା ନଦୀ ଠାରୁ ଦୂରରେ ରହିବାକୁ ସତର୍କ କରାଯାଇଛି । ବର୍ତ୍ତମାନ ୨୩ ଯବାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ : Rajouri Encounter: ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ 2 ଯବାନ ଆହତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.