ଶ୍ରୀନଗର: କାଜିଗୁଣ୍ଡର ବାଦ୍ରାଗୁଣ୍ଡ ଅଞ୍ଚଳରେ ଅମରନାଥ ଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦକ୍ଷିଣ କାଶ୍ମୀର କୁଲଗାମ୍ ଜିଲ୍ଲାରେ ଟ୍ରକ୍କୁ ଧକ୍କା ଦେଲା ବସ୍ । ଫଳରେ ଏଥିରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏକ ଟ୍ରକ ରାସ୍ତା ପାର୍ କରୁଥିବା ବେଳେ ବସ୍ଟି ତାହାକୁ ପଛପଟୁ ଧକ୍କା ଦେଇଥିଲା । କାଜିଗୁଣ୍ଡ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।
ସମସ୍ତ ଆହତଙ୍କୁ GMC ଅନନ୍ତନାଗ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ୨୦ ଜଣଙ୍କ ମଧ୍ୟରୁ ୧୪ ଗୁରୁତର ଭାବରେ ଆହତ ହୋଇଛନ୍ତି । ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ୧୮ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ତା ସ୍ଥିର ରହିଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣା ପରେ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସେପଟେ ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଯେଉଁଥିରେ ବସ୍ କିଭଳି ଟ୍ରକ୍କୁ ଧକା ଦେଇଛି ତାହା ବାରି ହୋଇ ପଡ଼ୁଛି ।