ETV Bharat / bharat

ଉତ୍ତରାଖଣ୍ଡରେ ଦଳ ଛାଡିଲେ ଆପ୍ ନେତା , ଦିଲ୍ଲୀ ନେତୃତ୍ବକୁ କଲେ ଦାୟୀ - AAP Leaders resigned

Uttarakhand AAP Party : ଉତ୍ତରାଖଣ୍ଡରେ ଆମ ଆଦମୀ ପାର୍ଟିକୁ ମିଳିଛି ଶକ୍ତ ଝଟକା । ଦଳର ପୂର୍ବ ସଂଯୋଜକଙ୍କ ସମେତ ଅନ୍ୟ ପଦାଧିକାରୀ ମାନଙ୍କ ଇସ୍ତଫା । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡରେ ଦଳ ଛାଡିଲେ ଆପ୍ ନେତା , ଦିଲ୍ଲୀ ନେତୃତ୍ବ କୁ କଲେ ଦାୟୀ

author img

By ETV Bharat Odisha Team

Published : Jan 14, 2024, 10:17 PM IST

ଡେରାଡୁନ : ଚଳିତ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଭନ୍ନ ରାଜନୈତିକ ଦଳ ମାନେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କଲେଣି । ଏହି କ୍ରମରେ ଉତ୍ତରାଖଣ୍ଡରେ ଆମ ଆଦମୀ ପାର୍ଟିକୁ ମିଳିଛି ଶକ୍ତ ଝଟକା । ପାର୍ଟିର ଅନେକ ଆଗଧାଡିର ନେତାମାନେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଦଳକୁ ବିଦାୟ କରିଛନ୍ତି । ଦଳର ସଂଯୋଜକ ଥିବା ଜୋତ ସିଂହ ବିଷ୍ଟ, ଆର ପି ରତୁଡିଙ୍କ ସମେତ କମଲେଶ ରମନ ଓ ଅନ୍ୟ ପଦାଧିକାରୀମାନେ ଦଳ ଛାଡିଛନ୍ତି ।

ପୂର୍ବରୁ ଉତ୍ତରାଖଣ୍ଡରେ ଆମ ଆଦମୀ ପାର୍ଟି ମଧ୍ୟରେ ବିଗତ କିଛି ଦିନ ହେବ କିଛି ଠିକ ନ ଥିଲା । ଆପର ପୂର୍ବ ସଂଯୋଜକ ଥିବା ଜୋତ ସିଂହ ବିଷ୍ଟ କହିଛନ୍ତି ଯେ ବହୁତ ଦିନ ଧରି ଦଳ ଉତ୍ତରାଖଣ୍ଡରେ ନିଷ୍କ୍ରିୟ ଥିଲା , ଯାହା ଫଳରେ ପାର୍ଟିରେ ଅସମଞ୍ଜସର ପରିସ୍ଥିତି ସୃଷ୍ଟି ହୋଇଥିଲା । ତେଣୁ ଏପରି ସ୍ଥିତିରେ ଦଳ ମଧ୍ୟରେ ରହିବା ଠିକ ନଥିଲା ।

ଏହା ବି ପଢନ୍ତୁ- ହାତ ଛାଡିଲେ, ଧନୁତୀର ଧରିଲେ ମିଲିନ୍ଦ ଦେଓରା

ଏହା ବି ପଢନ୍ତୁ- ମହାରାଷ୍ଟ୍ର କଂଗ୍ରେସକୁ ବଡ଼ ଝଟକା, ହାତ ଛାଡିଲେ ମିଲିନ୍ଦ ଦେଓରା

ଦିଲ୍ଲୀରେ ଥିବା ଦଳର କିଛି ତୁଙ୍ଗ ନେତାମାନେ ଉତ୍ତରାଖଣ୍ଡରେ ମଧ୍ୟ ଦଳୀୟ କାର୍ଯ୍ୟରେ ହସ୍ତକ୍ଷେପ କରୁଥିଲେ ଓ ରାଜ୍ୟର କୌଣସି ନେତାଙ୍କୁ ନିଷ୍ପତ୍ତି ନେବା କ୍ଷେତ୍ରରେ ଗୁରୁତ୍ବ ଦେଉ ନ ଥିଲେ । ତେଣୁ ଏଥିପାଇଁ ଅନେକ ଅସନ୍ତୁଷ୍ଟ ନେତା ଓ କର୍ମୀମାନେ ଦଳ ପ୍ରତି ବିମୁଖ ହୋଇ ଦଳ ତ୍ୟାଗ କରିବାର ନିଷ୍ପତ୍ତି ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ... ଘାଟିରେ ଆତଙ୍କବାଦୀଙ୍କୁ ମିଳିବନି ନିସ୍ତାର: ସେନା ଆରମ୍ଭ କଲା ‘ଅପରେସନ ସର୍ବଶକ୍ତି’

ତେବେ ଆମ ଆଦମୀ ପାର୍ଟି ଛାଡିଥିବା ନେତା ଓ କର୍ମୀମାନେ ଖୁବଶୀଘ୍ର କୌଣସି ବଡ ରାଜନୈତିକ ପଦକ୍ଷେପ ଗ୍ରହଣ କରିବେ । କୌଣସି ଜାତୀୟ ସ୍ତରର ଦଳରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି କାରଣ ଅନ୍ୟ ଦଳର ନେତା ସେମାନଙ୍କ ସମ୍ପର୍କରେ ରହିଛନ୍ତି । ଗୋଟେ ପଟେ ଉତ୍ତରାଖଣ୍ଡରେ ସମସ୍ତ ଦଳ ଆଗାମୀ ଲୋକସଭା ପାଇଁ ଅଣ୍ଟା ଭିଡି ଥିବା ବେଳେ ଆମ ଆଦମୀ ପାର୍ଟିର ଏପରି ସ୍ଥିତି ଦଳ ପାଇଁ ଅକଳ ପରିସ୍ଥିତି ସୃଷ୍ଟି କରିଛି । ତେବେ ପାର୍ଟି ଛାଡି ଥିବା କୌଣସି ନେତା ନିଜର ଆଗାମୀ ଯୋଜନା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାଁନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.