ନୂଆଦିଲ୍ଲୀ: 21 ତାରିଖରେ ବିଶ୍ବ ପାଳିବ 8ମ ଅନ୍ତର୍ଜାତୀୟ ଯୋଗ ଦିବସ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡବ୍ୟ ଗୁଜୁରାଟର ଷ୍ଟାଚ୍ୟୁ ଅଫ ୟୁନିଟରେ ଆୟୋଜିତ ବିଶେଷ ଯୋଗ ସମାରୋହରେ ଅଂଶଗ୍ରହଣ କରିବେ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି । ସେହିପରି ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ମହୀଶୂର ପ୍ୟାଲେସ ଗ୍ରାଉଣ୍ଡରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନରେ ସାମିଲ ହେବା ସହ ଦେଶକୁ ସମ୍ବୋଧିତ କରିବେ ।
-
Union Health Minister Mansukh Mandaviya urges everyone to join-in International Yoga Day Celebrations on June 21. He will lead the celebrations from the Statue of Unity- Ekta Nagar, Gujarat pic.twitter.com/TH9sfLGT2r
— ANI (@ANI) June 18, 2022 " class="align-text-top noRightClick twitterSection" data="
">Union Health Minister Mansukh Mandaviya urges everyone to join-in International Yoga Day Celebrations on June 21. He will lead the celebrations from the Statue of Unity- Ekta Nagar, Gujarat pic.twitter.com/TH9sfLGT2r
— ANI (@ANI) June 18, 2022Union Health Minister Mansukh Mandaviya urges everyone to join-in International Yoga Day Celebrations on June 21. He will lead the celebrations from the Statue of Unity- Ekta Nagar, Gujarat pic.twitter.com/TH9sfLGT2r
— ANI (@ANI) June 18, 2022
ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଲାଇଭ ଷ୍ଟ୍ରିମିଂ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଦୂରଦର୍ଶନରେ ସକାଳ 6:40 ରୁ 7:00 ପର୍ଯ୍ୟନ୍ତ ଏହି ସମ୍ବୋଧନ କାର୍ଯ୍ୟକ୍ରମ ପ୍ରସାରିତ ହେବ । ପ୍ରତିବର୍ଷ ଜୁନ 21 ତାରିଖକୁ ସାରା ବିଶ୍ବରେ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି । ଜାତିସଂଘର ମାନ୍ୟତା ପାଇବା ପରେ ଅନ୍ତର୍ଜାତୀୟ ଯୋଗ ଦିବସ ଚଳିତ ଥର 8ମ ବର୍ଷରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ