ETV Bharat / bharat

ଏନଆଇଏକୁ ହସ୍ତାନ୍ତର ହେଲା ମନସୁଖ ହିରେନ ମୃତ୍ୟୁ ଘଟଣାରେ ତଦନ୍ତଭାର - NIA

ମନସୁଖ ହିରେନ ହତ୍ୟା ଘଟଣାର ତଦନ୍ତକୁ ଗୃହ ମନ୍ତ୍ରଣାଳୟ ଶନିବାର ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)କୁ ହସ୍ତାନ୍ତର କରିଛି । ଅଧିକ ପଢନ୍ତୁ....

ଏନଆଇଏକୁ ହସ୍ତାନ୍ତର ହେଲା ମନସୁଖ ହିରେନ ମୃତ୍ୟୁ ଘଟଣାରେ ତଦନ୍ତଭାର

author img

By

Published : Mar 20, 2021, 10:51 PM IST

ମୁମ୍ବାଇ: ମନସୁଖ ହିରେନ ହତ୍ୟା ଘଟଣାର ତଦନ୍ତକୁ ଗୃହ ମନ୍ତ୍ରଣାଳୟ ଶନିବାର ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)କୁ ହସ୍ତାନ୍ତର କରିଛି । ମୁକେଶ ଅମ୍ବାନୀଙ୍କ ବାସଭବନ ବାହାରେ ଥିବା ବିସ୍ଫୋରକ ଭର୍ତ୍ତି ଗାଡିର ମାଲିକ ମନସୁଖ ହିରେନଙ୍କର ସନ୍ଦେହ ଜନକ ଭାବେ ମୃତଦେହ ମିଳିଥିଲା । ତେବେ ବିସ୍ଫୋରକ ଭର୍ତ୍ତି ଗାଡି ରଖିବା ଘଟଣାରେ ମୁମ୍ବାଇ ପୋଲିର ଅଧିକାରୀ ସଚୀନ ବେଜଙ୍କୁ ଗିରଫ କରିଥିଲା ଏନଆଇଏ । ତେବେ ଗାଡିର ମାଲିକଙ୍କ ମୃତଦେହ ମିଳିବା ଘଟଣାରେ ମୁମ୍ବାଇ ପୋଲିସ ତଦନ୍ତ କରୁଥିବା ବେଳେ ଏବେ ଏହାର ତଦନ୍ତ ଏନଆଇଏକୁ ହସ୍ତାନ୍ତର କରାଯାଇଛି ।

ଏନ୍ଆଇଏ ଆକ୍ଟର ଧାରା ଅନୁଯାୟୀ ଏହି ମୃତ୍ୟୁ ମାମଲା ହସ୍ତାନ୍ତର କରାଯାଇଛି ଯେଉଁଥିରେ କୁହାଯାଇଛି ଯେ ପୂର୍ବରୁ ଅନୁସନ୍ଧାନ ଚାଲିଥିବା ଏକ ନିର୍ଦ୍ଦିଷ୍ଟ ଅପରାଧ ସହ ଜଡିତ କୌଣସି ସଂଯୋଗ ଅପରାଧ ମଧ୍ୟ କେନ୍ଦ୍ରୀୟ ଏଜେନ୍ସି ଦ୍ବାରା ଗ୍ରହଣ କରାଯାଇପାରିବ । ବିସ୍ଫୋରକ ଏସୟୁଭି ମିଳିବା ଓ ମାଲିକଙ୍କ ମୃତଦେହ ମିଳିବା ଘଟଣାରେ ମହାରାଷ୍ଟ୍ରରେ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ଏନଆଇଏକୁ ତଦନ୍ତଭାର ହସ୍ତାନ୍ତର କରିବା ପାଇଁ ଦାବି କରିଆସୁଥିଲା ।

ତେବେ ଆଜି ଏହି ଘଟଣାର ତଦନ୍ତ ଭାର କେନ୍ଦ୍ର ଗୃହମନ୍ତ୍ରଣାଳୟ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରିବା ପରେ ମହାରାଷ୍ଟ୍ର ସରକାରଙ୍କର ଅଡୁଆ ବଢିବାରେ ଲାଗିଛି । ତେବେ ବିସ୍ଫୋରକ ଗାଡି ମିଳିବା ଘଟଣାରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ । ତେବେ ଏହି ମାମଲାରେ ମହାରାଷ୍ଟ୍ର ସରକାରଙ୍କ ଅଡୁଆ ବଢିଥିବାବେଳେ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.