ETV Bharat / bharat

Manipur women paraded video: ଚୁରାଚାନ୍ଦପୁରରେ ବିଶାଳ ପ୍ରତିବାଦ, ହରିୟାଣାରେ କଂଗ୍ରେସର ବିକ୍ଷୋଭ - ମଣିପୁର ଅଭିଯୁକ୍ତ ଗିରଫ

ଦେଶବ୍ୟାପୀ ପ୍ରକାଶ ପାଇବାରେ ଲାଗିଛି ଉଦବେଗ । ମୋଦି ସରକାର ବିରୋଧରେ ବର୍ଷିଲେ ତମାମ ବିରୋଧୀ ଦଳ । ଚୁରାଚାନ୍ଦପୁରରେ ବିଶାଳ ପ୍ରତିବାଦ, ହରିୟାଣାରେ କଂଗ୍ରେସର ବିକ୍ଷୋଭ । ମମତା କହିଲେ ଦିଆଯାଉନି ଯିବାକୁ ଅନୁମତି । ଅଧିକ ପଢନ୍ତୁ

Manipur women paraded video: ଚୁରାଚାନ୍ଦପୁରରେ ବିଶାଳ ପ୍ରତିବାଦ, ହରିୟାଣାରେ କଂଗ୍ରେସର ବିକ୍ଷୋଭ

author img

By

Published : Jul 20, 2023, 8:58 PM IST

ହାଇଦ୍ରାବାଦ: ମଣିପୁର ହିଂସାର ଏକ ବର୍ବରତା ଓ ଲଜ୍ଜାଜନକ ଘଟଣାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଉଦବେଗ ପ୍ରକାଶ ପାଇବାରେ ଲାଗିଛି । ଆଜି ହିଂସାର ସୂତ୍ରପାତ ହୋଇଥିବା ଚୁରାଚାନ୍ଦପୁର ଜିଲ୍ଲାରେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳର ହଜାର ହଜାର ଛାତ୍ରଛାତ୍ରୀ, ଯୁବକ ଯୁବତୀ ଓ ସାମାଜିକ କର୍ମୀମାନେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରାରେ ଏକାଠି ହୋଇଛନ୍ତି । ସେମାନେ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବା ସହ ପୀଡିତା ପରିବାରକୁ ନ୍ୟାୟ ଦେବା ପାଇଁ ନାରାବାଜି କରିଛନ୍ତି ।

  • #WATCH | Haryana: Congress leaders Randeep Surjewala, Kumari Selja along with other party workers hold a protest over Manipur viral video, in Karnal. pic.twitter.com/Z59IPiD2pA

    — ANI (@ANI) July 20, 2023 " class="align-text-top noRightClick twitterSection" data=" ">

ଏହି ଘଟଣାରେ ଅଭିଯୁକ୍ତଙ୍କ ଏକ ଗୋଷ୍ଠୀ ସାମିଲ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ମାତ୍ର ଅଭିଯୁକ୍ତର ଗିରଫଦାରୀ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟମାନଙ୍କୁ ଗିରଫ କରିବାର ପ୍ରୟାସ ଜାରି ରହିଥିବା ପୋଲିସ କହିଛି । ମୁଖ୍ୟମନ୍ତ୍ରୀ ବିରେନ ସିଂ ମଧ୍ୟ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମୃତ୍ୟୁଦଣ୍ଡ ପାଇଁ ସରକାର ସମସ୍ତ ପ୍ରୟାସ କରିବେ ବୋଲି କହିସାରିଛନ୍ତି । ହେଲେ ଏପରି ଚରମ ବର୍ବରତାକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି । ମଣିପୁର ସମେତ ରାଜଧାନୀ ଦିଲ୍ଲୀ ଓ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଏହି ବର୍ବର କାଣ୍ଡକୁ ନେଇ ପ୍ରତିବାଦ ଦେଖିବାକୁ ମିଳିଛି ।

  • #WATCH | "You (BJP) are only for one-party rule...India stands for Manipur. I have asked for permission to visit Manipur but haven't received it. Some of the CMs of different states want to visit Manipur," says West Bengal CM & TMC leader, Mamata Banerjee pic.twitter.com/jv6zlkSXeQ

ଏହି ଘଟଣାରେ ହରିୟାଣାରେ ଆଜି କଂଗ୍ରେସ ମଧ୍ୟ ପ୍ରତିବାଦ କରିଛି । ହଜାର ହଜାର କଂଗ୍ରେସ କର୍ମୀ ହାତରେ ତ୍ରିରଙ୍ଗା ଧରି ପ୍ରତିବାଦ କରିବା ସହ ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ବରିଷ୍ଠ କଂଗ୍ରେସ ନେତା ତଥା ଦଳର ଜାତୀୟ ମୁଖପାତ୍ର ରଣଦ୍ବୀପ ସୂର୍ୟେଓ୍ବାଲା ଓ କୁମାରୀ ସେଲଜାଙ୍କ ସମେତ ଅନ୍ୟ କିଛି କଂଗ୍ରେସ ନେତାଙ୍କୁ ପୋଲିସ ଉଠାଇ ନେଇ ଅଟକ ରଖିଛି ।

ଏହା ମଧ୍ୟ ପଢନ୍ତୁ:-Manipur Women Paraded Naked: ଜଣେ ଗିରଫ, ମୃତ୍ୟୁଦଣ୍ଡ ବ୍ୟବସ୍ଥା କରାଯିବ କହିଲେ ମୁଖ୍ୟମନ୍ତ୍ରୀ

ଅନ୍ୟପଟେ ଏହି ପ୍ରସଙ୍ଗରେ ତମାମ ବିରୋଧୀ ଦଳ ମୋଦି ସରକାରଙ୍କ ଉପରେ ବର୍ଷିବା ସହ ଆଜି ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିବସକୁ ଅଚଳ କରିଦେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଘଟଣାରେ ତୀବ୍ର ଅସନ୍ତୋଷ ସହ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମଣିପୁର ଜଳୁଛି, ମଣିପୁର ପାଇଁ ଦେଶ କାନ୍ଦୁଛି, ହେଲେ ସେମାନେ ଚୁପ ବସିଛନ୍ତି ବୋଲି ମମତା କହିଛନ୍ତି । ସେହିପରି ସେ ମଣିପୁର ଗସ୍ତ କରିବା ପାଇଁ ସେ ଓ ଅନ୍ୟ କେତକ ମୁଖ୍ୟମନ୍ତ୍ରୀ ଅନୁମତି ମାଗିଥିଲେ । ହେଲ ତାଙ୍କୁ ଅନୁମତି ମିଳିଲା ନାହିଁ କି ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଉତ୍ତର ମିଳିଲା ନାହିଁ ବୋଲି ମମତା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.