ETV Bharat / bharat

Manipur violence: ହିଂସାଗ୍ରସ୍ତ ମଣିପୁରରେ ସୁଧୁରୁଛି ସ୍ଥିତି, ବାହାର ରାଜ୍ୟରୁ ସେନା ପଠାଯାଉଛି - ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷ

ହିଂସାଗ୍ରସ୍ତ ମଣିପୁରରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି । ବର୍ତ୍ତମାନ ଅନ୍ୟ ରାଜ୍ୟରୁ ମଣିପୁରକୁ ସେନା ପଠାଯାଉଛି । ଅଧିକ ପଢନ୍ତୁ

Manipur violence
Manipur violence
author img

By

Published : May 5, 2023, 11:47 AM IST

ଇମ୍ଫାଲ: ଅଶାନ୍ତ ମଣିପୁରରେ ସ୍ଥିତି କ୍ରମଶଃ ସ୍ବାଭାବିକ ହେଉଛି । ହିଂସା ପ୍ରଭାବିତ କାଙ୍ଗପୋକପି ଏବଂ ମୋହରେ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି ଓ ସ୍ଥିର ରହିଛି । ଇମ୍ଫାଲ ଓ ଚୁରାଚାନ୍ଦପୁର ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ବାହାର ରାଜ୍ୟରୁ ସେନାକୁ ମଣିପୁର ପଠାଯାଉଛି । ନାଗାଲାଣ୍ଡରୁ ଅତିରିକ୍ତ ସେନାଙ୍କୁ ଏଠାରେ ପୁନଃ ନିୟୋଜିତ କରାଯାଇଛି । ହିଂସା ନିୟନ୍ତ୍ରଣ ପାଇଁ ବିଭିନ୍ନ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଉଥିବା ନେଇ ସେନା ଅଧିକାରୀ ଜଣାଇଛନ୍ତି ।

ସୂଚନା ଅନୁସାରେ, ମଣିପୁରରେ ଅତିରିକ୍ତ ସେନା ମୁତୟନ କରାଯାଉଛି । ଏହି କ୍ରମରେ ଆଜି ରାତିରେ ଗୌହାଟୀ ଓ ତେଜପୁରରୁ ଯବାନଙ୍କୁ ନେଇ ବାୟୁସେନାର ଏକ ବିମାନ ମଣିପୁର ଅଭିମୁଖେ ଉଡାଣ ଭରିବାର ଅଛି । ବର୍ତ୍ତମାନ ଏହି ହିଂସା ପ୍ରଭାବିତ ରାଜ୍ୟରେ ସେନା ଓ ପାରା ମିଲିଟାରୀ ଫୋର୍ସ ଓ ରାପିଡ ଆକ୍ସନ ଫୋର୍ସ ମୁତୟନ ଅଛନ୍ତି । ସେନା ହିଂସାଗ୍ରସ୍ତ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରୁଛି । ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଜାରି କରାଯାଇ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଫଳସୂରୁପ ବିଭିନ୍ନ ହିଂସା ପ୍ରଭାବିତ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି । ଏଥିସହ ହିଂସାକାଣ୍ଡ ଓ ସୁରକ୍ଷା ସ୍ଥିତିକୁ ନେଇ ଇଣ୍ଟରନେଟରେ ଅନେକ ଫେକ୍ ଭିଡିଓ ଭାଇରାଲ ହେଉଥିବାରୁ ଏଥିପ୍ରତି ଯତ୍ନବାନ ରହିବାକୁ ସେନା ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଗତ ୩ ତାରିଖରେ ଅଲ୍ ଟ୍ରାଇବାଲ ଷ୍ଟୁଡେଣ୍ଟ ୟୁନିୟନର(ATSU) ରାଲି ସମୟରେ ହିଂସାର ସୂତ୍ରପାତ ହୋଇଥିଲା । ଅନୁସୂଚିତ ଜନଜାତି ମାନ୍ୟତା ଦାବିକୁ ନେଇ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହାର କାରଣ ହେଉଛି, ବିଜେପି ଶାସିତ ମଣିପୁରରେ ସମୁଦାୟ ଜନସଂଖ୍ୟାର ୫୩ ପ୍ରତିଶତ ଅଣ-ଆଦିବାସୀ ମେଇତି ସମ୍ପ୍ରଦାୟ ଅଟନ୍ତି । ଏହି ସମ୍ପ୍ରଦାୟ ନିଜକୁ ଅନୁସୂଚିତ ଜାତି ମାନ୍ୟତା ପ୍ରଦାନ କରିବା ପାଇଁ ଦାବି କରିଆସୁଛି । ଯାହାକୁ କଡା ବିରୋଧ କରୁଛି ରାଜ୍ୟର ଆଦିବାସୀ ସମ୍ପ୍ରଦାୟ ।

ଏହି ପରିପ୍ରେକ୍ଷୀରେ ଚୋରାଚାନ୍ଦପୁର ଜିଲ୍ଲାରେ ଆଦିବାସୀ ଛାତ୍ର ସଂଗଠନ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏଥିରେ ଆଦିବାସୀ ଓ ମେଇତି ସମ୍ପ୍ରଦାୟ ମୁହାଁମୁହିଁ ହୋଇଥିଲେ । ସାମ୍ପ୍ରଦାୟିକ ହିଂସା ସମଗ୍ର ରାଜ୍ୟକୁ ବ୍ୟାପି ଯାଇଥିଲା । ପରିସ୍ଥିତି ଅଣାୟତ ହେବାରୁ ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ ।

ମଣିପୁର ହିଂସାକୁ ନେଇ ଗତକାଲି ମେଘାଳୟ ମୁଖ୍ୟମନ୍ତ୍ରୀ ସାଙ୍ଗମା ଜରୁରୀ ବୈଠକ ଡାକିଥିଲେ । ମଣିପୁରରେ ରହୁଥିବା ମେଘାଳୟ ଛାତ୍ରଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା । ମେଘାଳୟର ପ୍ରାୟ ୨୦୦ ଛାତ୍ରଛାତ୍ରୀ ମଣିପୁରରେ ପଢୁଥିବାରୁ ଆବଶ୍ୟକସ୍ଥଳେ ସେମାନଙ୍କୁ ଉଦ୍ଧାର ପାଇଁ ପ୍ଲାନ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.