ETV Bharat / bharat

Manipur Violence: ଦିଲ୍ଲୀରେ ପହଞ୍ଚିଲା ମଣିପୁର ହିଂସା, ଜନ୍ତରମନ୍ତରରେ କୁକି ସମ୍ପ୍ରଦାୟର ଧାରଣା

ଜାତୀୟ ରାଜଧାନୀ ଦିଲ୍ଲୀ ଜନ୍ତରମନ୍ତରଠାରେ କୁକି ସମ୍ପ୍ରଦାୟର ବିରୋଧ ପ୍ରଦର୍ଶନ । ମୁଖ୍ୟମନ୍ତ୍ରୀ ବୀରେନ ସିଂଙ୍କ ବିରୋଧରେ ଆଣିଲା ପୁଳା ପୁଳା ଅଭିଯୋଗ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 24, 2023, 9:57 PM IST

ନୂଆଦିଲ୍ଲୀ: ମଣିପୁର ହିଂସାକୁ ୫୦ ଦିନ ବିତିଯାଇଥିଲେ ସୁଦ୍ଧା ଏହା ଥମିବାର ନାଁ ନେଉନାହିଁ । ପୋଲିସ, ଆସାମ ରାଇଫଲ୍ସ ଓ ସୁରକ୍ଷା ଏଜେନ୍ସିର ସମସ୍ତ ପ୍ରକାର ଉଦ୍ୟମ ସତ୍ତ୍ବେ ମୈତେଇ-କୁକି ସମ୍ପ୍ରଦାୟ ମଧ୍ୟରେ ବିବାଦ ଥମିବା ବଦଳରେ ଅଧିକ ଘନୀଭୂତ ହେଉଛି । ଏବେ ଏହି ହିଂସା ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି । କିଛି କୁକି ସମ୍ପ୍ରଦାୟର ଲୋକେ ଜନ୍ତରମନ୍ତରଠାରେ ମୁଖ୍ୟମନ୍ତ୍ରୀ ବୀରେନ ସିଂଙ୍କ ଉପରେ ଆକ୍ରୋଶ ଦେଖାଇ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।

ଶନିବାର ଜନ୍ତରମନ୍ତରଠାରେ ମଣିପୁରରେ ହେଉଥିବା ହିଂସା ବିରୋଧରେ କୁକି ସମ୍ପ୍ରଦାୟର ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ ଏହା ଶାନ୍ତି ବଜାୟ ରଖିବା ଲାଗି ଅପିଲ ମଧ୍ୟ କରିଥିଲେ । କୁକି ସମ୍ପ୍ରଦାୟର ଅଭିଯୋଗ ଅନୁସାରେ ରାଜ୍ୟ ସରକାର ଏହା ଉପରେ କୌଣସି ବଳିଷ୍ଠ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଲୋକ ବାସହୀନ ହେଉଛନ୍ତି, ହଜାର ହଜାର ସଂଖ୍ୟାରେ ଲୋକେ ମଣିପୁରରୁ ପଳାୟନ କରୁଛନ୍ତି, ଅନେକଙ୍କ ପ୍ରାଣହାନି ମଧ୍ୟ ଘଟିଲାଣି । ଏହା ସତ୍ତ୍ବେ ସରକାର ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ଏମାନେ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- All-party meeting for Manipur: ‘ଭରସା ରଖ, ମୁଁ ଶାନ୍ତି ଫେରାଇବି’

କୁକି ସମ୍ପ୍ରଦାୟର ଲୋକେ ମୁଖ୍ୟମନ୍ତ୍ରୀ ବୀରେନ ସିଂଙ୍କ ଉପରେ ମଧ୍ୟ ଆରୋପ ଲଗାଇଛନ୍ତି । ମୁଖ୍ୟମନ୍ତ୍ରୀ କେବଳ ଗୋଟିଏ ବର୍ଗର ଲୋକଙ୍କୁ ଖୁସି କରିବା ଲାଗି ଉଦ୍ୟମ କରୁଛନ୍ତି । ଯାହାଦ୍ବାରା ଏହି ହିଂସାକାଣ୍ଡ ରାଜ୍ୟରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ କେବଳ ମୈତେଇ ସମ୍ପ୍ରଦାୟ ପାଇଁ କାମ କରୁଛନ୍ତି ବୋଲି କୁକି ସମ୍ପ୍ରଦାୟର ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ସମସ୍ତ ସମ୍ପ୍ରଦାୟ ସମ୍ପର୍କରେ ଚିନ୍ତା କରିଥାନ୍ତେ, ତେବେ ଏଭଳି ପରିସ୍ଥିତି ଉପୁଜିନଥାନ୍ତି ବୋଲି ସେମାନେ କହିଛନ୍ତି । ପୋଲିସ, ଆସାମ ରାଇଫଲ୍ସ କେବଳ ମୈତେଇ ସମ୍ପ୍ରଦାୟକୁ ସୁରକ୍ଷା ଯୋଗାଉଛି ବୋଲି କୁକି ସମ୍ପ୍ରଦାୟର ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ।

କୁକି ସମ୍ପ୍ରଦାୟର ଆନ୍ଦୋଳନକାରୀ ଆହୁରି ଅଭିଯୋଗ କରିଛନ୍ତି ଯେ ଯେବେଠୁ ବୀରେନ୍ଦ୍ର ସିଂ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ସେବେଠୁ ମଣିପୁରରେ ଅଶାନ୍ତି ସୃଷ୍ଟି ହୋଇଛି । ଏହି ସରକାର ୨ ଗୋଷ୍ଠୀଙ୍କ ବିରୋଧରେ ବିବାଦ ସୃଷ୍ଟି କରାଇଛନ୍ତି । ହିଂସାକାଣ୍ଡ ଅଣାୟତ୍ତ ହେବା ପରେ ମଧ୍ୟ ଶାନ୍ତି ଫେରାଇ ଆଣିବା ଲାଗି କୌଣସି ପ୍ରକାର ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ସୂଚନା ଥାଉ କି ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଣିପୁର ହିଂସାକାଣ୍ଡକୁ ନେଇ ସର୍ବଦଳୀୟ ବୈଠକ ମଧ୍ୟ ଡାକିଥିଲେ । ଏହି ବୈଠକରେ ସମସ୍ତ ଦଳର ନେତାଙ୍କୁ ହିଂସାକାଣ୍ଡର କାରଣ ସମ୍ପର୍କରେ ଆଲୋଚନା କରାଯାଇଛି । ଏହାର ସମାଧାନ ଲାଗି ସରକାର ଅପିଲ ମଧ୍ୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.