ETV Bharat / bharat

Manipur violence : ଦୀର୍ଘ ଦୁଇ ମାସ ପରେ ବିଦ୍ୟାଳୟ ପିଣ୍ଡା ମାଡ଼ିବେ ପିଲାଏ, 5ରୁ ଖୋଲିବ ସ୍କୁଲ - ମଣିପୁର ହିଂସା

ମଣିପୁରରେ ଦୀର୍ଘ ଦୁଇ ମାସ ପରେ 5ରୁ ଖୋଲିବାକୁ ଯାଉଛି ସ୍କୁଲ । ସ୍ଥିତିରେ ସୁଧାର ଦେଖି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ସୂଚନା । ଚାଷ କାର୍ଯ୍ୟ ଆରମ୍ଭ ଉପରେ ଗୁରୁତ୍ବ ଦେଉଛି ସରକାର । ଅଧିକ ପଢନ୍ତୁ

Manipur : 5 ରୁ ଖୋଲିବ ସ୍କୁଲ
Manipur : 5 ରୁ ଖୋଲିବ ସ୍କୁଲ
author img

By

Published : Jul 3, 2023, 10:19 PM IST

ଇମ୍ଫାଲ: ପ୍ରାୟ ଦୁଇମାସ ଧରି ହିଂସାରେ ପ୍ରଭାବିତ ହୋଇଥିବା ମଣିପୁରରେ ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ଚଳିତ ମାସ 5 ତାରିଖଠାରୁ ସ୍କୁଲ ଖୋଲିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ଗ୍ରହଣ ହୋଇଥିବା ମୁଖ୍ଯମନ୍ତ୍ରୀ ଏନ.ବିରେନ ସିଂ ସୂନଚା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ବିରେନ ସିଂ ଆଜି ରାଜ୍ୟର ସ୍ଥିତି ସମ୍ପର୍କରେ ଏକ ପ୍ରେସମିଟ୍‌ କରିଛନ୍ତି । ରାଜ୍ୟରେ ହିଂସା କ୍ରମଶଃ ନିୟନ୍ତ୍ରଣକୁ ଆସୁଛି । ସ୍ଥିତିରେ କ୍ରମସଃ ସୁଧାର ଆସୁଛି । ତେଣୁ ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲକୁ ଖୋଲାଯିବ । ସେହିପରି ରାଜ୍ୟରେ ହିଂସାରେ ସୁରକ୍ଷା ବଳ ଦ୍ବାରା ସଞ୍ଚାଳିତ କରାଯାଉଥିବା ବଙ୍କରକୁ ମଧ୍ୟ ପର୍ଯ୍ୟାୟକ୍ରମେ ବନ୍ଦ କରାଯିବ । ରାଜ୍ୟ ପୋଲିସ ବଳ ରାଜ୍ୟର ଚାଷୀଙ୍କୁ ସୁରକ୍ଷା ଦେବେ । ଫଳରେ ଚାଷ କାର୍ଯ୍ୟ ଆରମ୍ଭ କରାଯାଇ ପାରିବା ନେଇ ମୁଖ୍ୟମନ୍ତ୍ରୀ ବିରେନ ସିଂ କହିଛନ୍ତି ।

ମେ’ 3 ତାରିଖରେ ହିଂସାର ସୂତ୍ରପାତ ହେବା ପରେ ଏବେ ପର୍ଯ୍ୟନ୍ତ ଉତ୍ତର ପୂର୍ବ ରାଜ୍ୟ ମଣିପୁରରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସମଗ୍ର ରାଜ୍ୟରେ ସାଧାରଣ ଜୀବନଯାତ୍ରା ଠପ ହୋଇଯାଇଛି । ଏବେ ସୁଦ୍ଧା ଶତାଧିକ ସାଧାରଣ ଲୋକଙ୍କ ପ୍ରାଣହାନୀ ଘଟିଛି । ଏବେ ରାଜ୍ୟରେ ସେନା, କେନ୍ଦ୍ରୀୟ ଫୋର୍ସ ସହ ରାପିଡ ଆକ୍ସନ ଫୋର୍ସ ମଧ୍ୟ ମୁତୟନ ଅଛନ୍ତି । ହିଂସା ଆରମ୍ଭରୁ ରାଜ୍ୟରେ ସ୍କୁଲ ଓ କଲେଜ ସମସ୍ତ ସାମାଜିକ ଅନୁଷ୍ଠିକ ମଧ୍ୟ ବନ୍ଦ ରଖାଯାଇଛି । ଏବେ ସ୍ଥିତିରେ ସୁଧାର ଆସିବା ପରେ ଗତମାସ 30 ତାରିଖରେ ଇଣ୍ଟରନେଟ ସବା ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଛି । ପୂର୍ବରୁ ରାଜ୍ୟରେ 24 ଘଣ୍ଟା କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ଏବେ ମାତ୍ର 5 ଘଣ୍ଟା ପାଇଁ କର୍ଫ୍ୟୁ ରହୁଛି ।

ମୁଖ୍ୟମନ୍ତ୍ରୀ ବିରେନ ସିଂ କହିଛନ୍ତି, ରାଜ୍ୟରେ ହିଂସା ସ୍ଥିତିକୁ ଦେଖି ମନ୍ତ୍ରୀ, ନିର୍ବାଚିତ ଜନପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ପୋଲିସ ବଳର 2 ହଜାର କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥିଲା । ଏବେ ସେମାନଙ୍କୁ ଅନ୍ୟ କାର୍ଯ୍ୟରେ ମୋବିଲାଇଜ କରାଯିବ । ଏବେ ଚାଷ କାର୍ଯ୍ୟ ଆରମ୍ଭ ହେବା ନିହାତି ଆବଶ୍ୟକ । ତେଣୁ ଉଭୟ ସମ୍ପ୍ରଦାୟର କୃଷକଙ୍କୁ ସୁରକ୍ଷା ଯୋଗାଯିବ । ଫଳରେ ସେମାନେ ଚାଷ କାର୍ଯ୍ୟ ଆରମ୍ଭ କରିପାରିବେ ।

ଏହା ମଧ୍ୟ ପଢନ୍ତୁ:- Manipur violence: ଅପଡେଟେଡ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ଏବେ ମଧ୍ୟ ପ୍ରାୟ 50 ହଜାର ଲୋକେ ସରକାରୀ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ସିଭିଲ ସୋସାଇଟିର କାର୍ଯ୍ୟକର୍ତ୍ତା କୌଣସି ସାମ୍ପ୍ରଦୟିକ ମନ୍ତବ୍ୟ ନଦେଇ ଶାନ୍ତି ଫେରାଇବାକୁ ପ୍ରୟାସ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ବିରେନ ସିଂ ନିବେଦନ କରିଛନ୍ତି । ମଣିପୁରର ଦୁଇ ପ୍ରମୁଖ ଉଗ୍ରବାଦୀ ଗୋଷ୍ଠୀ ୟୁନାଇଟେଡ ପିପୁଲ୍ସ ଫ୍ରଣ୍ଟ (UPF) ଓ କୁକି ନ୍ୟାସନାଲ ଅର୍ଗାନାଇଜେନସ (KNO)କୁ ବ୍ୟାନ କରାଯାଇଛି । ଏହି ଦୁଇ ସଂଗଠନ ସମସ୍ତ ମୁଭମେଣ୍ଟ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ସହ ରାଜିନାମା କରିଛନ୍ତି । ଦୀର୍ଘ ଦୁଇ ମାସ ଧରି ବନ୍ଦ ପଡିଥିବା ଜାତୀୟ ରାଜପଥ-2କୁ ମଧ୍ୟ ଯାତାୟତ ପାଇଁ ଖୋଲି ଦିଆଯାଇଛି । ଫଳରେ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଶୃଙ୍ଖଳା ନିୟମିତ ରହିପାରିବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.