ETV Bharat / bharat

ଇମ୍ଫାଲ ବିଜେପି କାର୍ଯ୍ୟାଳୟରେ ଆକ୍ରମଣ ଉଦ୍ୟମ ! ଟିୟର ଗ୍ୟାସ ମାରିଲା ପୋଲିସ, ବ୍ୟାପକ ଫୋର୍ସ ମୁତୟନ

author img

By

Published : Jun 30, 2023, 7:07 AM IST

ମଣିପୁରରେ ବିଜେପି କାର୍ଯ୍ୟାଳୟରେ ଆକ୍ରମଣ ଉଦ୍ୟମ । ଏକାଠି ହୋଇଥିବା ଭିଡକୁ ଟିୟର ଗ୍ୟାସ ମାରି ଘଉଡାଇଲା ପୋଲିସ । କାର୍ଯ୍ୟାଳୟ ଆଖପାଖରେ ବ୍ୟାପକ ଫୋର୍ସ ମୁତୟନ । ଅଧିକ ପଢନ୍ତୁ

ଇମ୍ଫାଲ ବିଜେପି କାର୍ଯ୍ୟାଳୟରେ ଆକ୍ରମଣ ଉଦ୍ୟମ ! ଟିଅର ଗ୍ୟାସ ମାରିଲା ପୋଲିସ, ବ୍ୟାପକ ଫୋର୍ସ ମୁତୟନ

ଇମ୍ଫାଲ: ମଣିପୁର ରାଜଧାନୀ ଇମ୍ଫାଲରେ ଥିବା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଘେରାଉ ଓ ଆକ୍ରମଣ ଉଦ୍ୟମ ହୋଇଛି । ଗତକାଲି (ଗୁରୁବାର) ରାତିରେ ମଣିପୁରର ରାଜଧାନୀ ଇମ୍ଫାଲରେ ଥିବା ବିଜେପିର ଆଞ୍ଚଳିକ କାର୍ଯ୍ୟାଳୟ ନିକଟରେ ଉତ୍ୟକ୍ତ ଭିଡ ଏକାଠି ହେବା ପରେ କୌଣସି ହିଂସା ଆଶଙ୍କାରେ ପୋଲିସ ବଳ ପ୍ରୟୋଗ କରି ଆନ୍ଦୋଳନକାରୀଙ୍କୁ ଘଉଡାଇଛି । ପୋଲିସକୁ ଲୁହାବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଥିଲା । ଉତ୍ୟକ୍ତ ଆନ୍ଦୋଳନକାରୀମାନେ ଛତ୍ରଭଙ୍ଗ ଦେଇଥିଲେ । କାର୍ଯ୍ୟାଳୟ ପରିସର ଓ ଆଖପାଖରେ କେନ୍ଦ୍ରୀୟ ପାରା ଫୋର୍ସ ମୁତୟନ କରାଯାଇଛି ।

ଗତ ପ୍ରାୟ ଦୁଇ ମାସ ଧରି ଲାଗି ରହିଥିବା ଏବେ ମଧ୍ୟ ଜାରି ରହିଛି । ଏବେ ସୁଦ୍ଧା ପ୍ରାୟ ଶତାଧିକ ସାଧାରଣ ନାଗରିକ ପ୍ରାଣ ହରାଇ ସାରିଥିବା ବେଳେ 50 ହଜାରରୁ ଅଧିକ ପ୍ରଭାବିତ ରାଜ୍ୟର ବିଭିନ୍ନ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ରାଜଧାନୀ ଇମ୍ଫାଲ ନିକଟବର୍ତ୍ତୀ ଭ୍ୟାଲି ଏରିଆ ସହ ସର୍ବାଧିକ ପ୍ରଭାବିତ ଚୋରାଚାନ୍ଦପୁର ଜିଲ୍ଲା ସମେତ ବିଭିନ୍ନ ସ୍ଥାନରେ ପ୍ରାୟ 300 ରିଲିଫ କ୍ୟାମ୍ପ ସ୍ଥାପନ କରାଯାଇଛି । ହିଂସାରେ ପ୍ରଭାବିତ ହୋଇ ଘର ପରିବାର ଓ ପରିଜନଙ୍କୁ ହରାଇଥିବା ପରିବାରଙ୍କୁ ଏବେ ସେଠାରେ ଥଇଥାନ କରାଯାଇଛି । ସରକାରୀ ଭାବେ 13 ତାରିଖ ପରଠାରୁ ରାଜ୍ୟରେ ହିଂସାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନାହିଁ । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଏହ ମଧ୍ୟ ପଢନ୍ତୁ:- Rahul Gandhi in Manipur: ବିଷ୍ଣୁପୁର ନିକଟରେ ରାହୁଲଙ୍କୁ ଅଟକାଇଲା ପୋଲିସ, ଫେରିଆସିଲେ ଇମ୍ଫାଲ

ସାମ୍ପ୍ରଦାୟିକ ସଂରକ୍ଷଣ ମାମଲାର ରାୟ ଆସିବା ପରେ ମେ’ 3 ତାରିଖରୁ ସ୍ଥାନୀୟ କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ରହିଛି । ଏବେ ସୁଦ୍ଧା ଶତାଧିକ ଲୋକଙ୍କ ପ୍ରାଣହାନୀ ହୋଇସାରିଲାଣି । ରାଜ୍ୟରେ ସେନା, ପାରାଫୋର୍ସ, ରାପିଡ ଆକ୍ସନ ଫୋର୍ସ ସମେତ ରାଜ୍ୟ ପୋଲିସ ବଳ ମୁତୟନ କରାଯାଇଛି । ସମଗ୍ର ରାଜ୍ୟରେ ଏବେ 30 ତାରିଖ ଯାଏ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରହିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ଥିତି ଉପରେ କଡା ନଜର ରଖିଛି । ଦିଲ୍ଲୀରେ ସ୍ଥିତି ନେଇ ବାରମ୍ବାର ସମୀକ୍ଷା ବୈଠକ ମଧ୍ୟ ହେଉଛି । ନିକଟରେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କୁ ଭେଟି ଆଲୋଚନା କରିବା ସହ ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.