ETV Bharat / bharat

NSA ଆଧାରରେ ଗିରଫ ସାମ୍ବାଦିକଙ୍କ ବନ୍ଦୀମୁକ୍ତ ଆଦେଶ ଦେଲେ ହାଇକୋର୍ଟ

author img

By

Published : Jul 23, 2021, 7:01 PM IST

ଫେସବୁକ ପୋଷ୍ଟକୁ ନେଇ ଗିରଫ ସାମ୍ବାଦିକ କିଶୋର ଚନ୍ଦ୍ର ୱାଙ୍ଗଖେମଙ୍କୁ ତୁରନ୍ତ ବନ୍ଦୀ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି ମଣିପୁର ହାଇକୋର୍ଟ । ଅଧିକ ପଢନ୍ତୁ...

NSA ଅଭିଯୋଗରେ ଗିରଫ ସାମ୍ବାଦିକଙ୍କୁ ହାଇକୋର୍ଟଙ୍କ ବନ୍ଦୀମୁକ୍ତ ଆଦେଶ

ଇମ୍ଫାଲ: ସାମ୍ବାଦିକ କିଶୋର ଚନ୍ଦ୍ର ୱାଙ୍ଗଖେମଙ୍କୁ ତୁରନ୍ତ ବନ୍ଦୀ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି ମଣିପୁର ହାଇକୋର୍ଟ । ଫେସବୁକ ପୋଷ୍ଟକୁ ନେଇ ସାମ୍ବାଦିକ କିଶୋର ଚନ୍ଦ୍ରଙ୍କୁ ଗିରଫ କରାଯାଇଥିଲା । ବିଜେପି ନେତାଙ୍କ କୋଭିଡଜରେ ମୃତ୍ୟୁ ପରେ ୱାଙ୍ଗଖେମ ଫେସବୁକରେ ଟିପ୍ପଣୀ କରି ଲେଖିଥିଲେ ଯେ କୋରୋନାରେ ଗୋମୂତ୍ର ଓ ଗୋବର କାମରେ ଆସିଲା ନାହିଁ ।

ଏହି ମାମଲାରେ ଗିରଫ ସାମ୍ବାଦିକଙ୍କୁ ଜାମିନ ଦେଇଥିଲେ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ । ହେଲେ ପୁଣି ତାଙ୍କ ବିରୋଧରେ ରାଷ୍ଟ୍ରୀୟ ସୁରକ୍ଷା ଆଇନ(NSA) ଆଧାରେ ମାମଲା ଦାଏର କରି ଗିରଫ କରିଥିଲା ପୋଲିସ ।

କିଶଓର ଚନ୍ଦ୍ରଙ୍କ ସ୍ତ୍ରୀଙ୍କ ପକ୍ଷରୁ ଦାଏର ହୋଇଥିଲା ଲେଟର ପିଟିସନ । ଏହି ଆଧାରରେ ସାମ୍ବାଦିକ କିଶୋର ଚନ୍ଦ୍ରଙ୍କୁ 23 ଜୁଲାଇ ଅର୍ଥାତ ଶୁକ୍ରବାର ସଂଧ୍ୟାସୁଦ୍ଧା ବନ୍ଦୀ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି ମୁଖ୍ୟ ବିଚାରପତି ପି.ଭି ସଞ୍ଜୟ କୁମାର ଓ ଜଷ୍ଟିସ ନୋବିନ ସିଂହଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ।

ଏହାପୂର୍ବରୁ 23 ଜୁଲାଇ ସୁପ୍ରିମକୋର୍ଟ ଏୱଏସଏ ଆଧାରରେ ଗିରଫ ହୋଇଥିବା ଆକ୍ଟିଭିଷ୍ଟ ଏରେଣ୍ଡ୍ରୋଙ୍କୁ ବନ୍ଦୀମୁକ୍ତ କରିବାକୁ ଆଦେଶ ଦେଇଥିଲେ । ତାଙ୍କ ଉପରେ ମଧ୍ୟ ସାମ୍ବାଦିକ କିଶୋରଙ୍କ ଭଳି ଏନଏସଏ ଲଗାଯାଇଥିଲା । ଏରେଣ୍ଡ୍ରୋ ମଧ୍ୟ ଗାଇ ଗୋବରରୁ କୋରୋନାର ଚିକିତ୍ସାକୁ ନେଇ ପୋଷ୍ଟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.