ETV Bharat / bharat

ମଣିପୁର ହିଂସାର ସାତ ମାସ ପରେ 64 ମୃତଦେହ ହସ୍ତାନ୍ତର: ଶବାଗାରରେ ପଡ଼ି ରହିଛି ଆହୁରି 24 - କୁକି

Manipur ethnic violence dead bodies handed over: ମଣିପୁର ହିଂସାର ସାତ ମାସ ପରେ ପରିବାର ଲୋକଙ୍କୁ ମିଳିଛି ମୃତଦେହ । କୁକି ସମ୍ପ୍ରଦାୟର 60 ଏବଂ ମୈତେଇ ସଂପ୍ରଦାୟର 4 ଜଣଙ୍କର ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି । ଏବେ ବି ଶବାଗାରରେ ପଡ଼ି ରହିଛି କିଛି ଅଚିହ୍ନା ମୃତଦେହ । ଅଧିକ ପଢ଼ନ୍ତୁ

ମଣିପୁର ହିଂସାର ସାତମାସ ପରେ 64 ମ଼ତଦେହ ହସ୍ତାନ୍ତର: ଶବାଗାରରେ ପଡ଼ିରହିଛି ଆହୁରି 24

author img

By ETV Bharat Odisha Team

Published : Dec 14, 2023, 6:01 PM IST

ଇମ୍ଫାଲ: ମଣିପୁର ସାଂପ୍ରଦାୟିକ ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ଯରୁ, 64 ଜଣଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି । ଏଥିରେ ଅଛନ୍ତି କୁକି ସମ୍ପ୍ରଦାୟର 60 ଜଣ ଏବଂ ମୈତେଇ ସଂପ୍ରଦାୟର 4 ଜଣ । ମୃତଦେହ ଗୁଡ଼ିକୁ ଶବାଗାରରେ ରଖାଯାଇଥିବା ବେଳେ, ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ମୃତଦେହ ଦିଆଯାଇଛି । ଗତ ମେ ମାସରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଘଟିଥିବା ରକ୍ତାକ୍ତ ହିଂସାରେ ଉଭୟ ସଂପ୍ରଦାୟରୁ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ।

କୁକି ସମ୍ପ୍ରଦାୟର ମୃତ 60 ଜଣଙ୍କ ମରଶରୀର JNIMS ଏବଂ RIMS ହସପିଟାଲର ଶବାଗାରରେ ରଖାଯାଇଥିଲା । ମଣିପୁର ପୋଲିସ ଏବଂ ଆସାମ ରାଇଫଲ୍ସର ତତ୍ବାବଧାନରେ ମୃତଦେହଗୁଡ଼ିକୁ ଏୟାର ଲିଫଟିଂ କରାଯାଇ ଅଣାଯାଇଥିଲା । ସେହିପରି ମୈତେଇ ସଂପ୍ରଦାୟର 4 ଜଣଙ୍କ ମୃତଦେହ ଚୁରାଚାନ୍ଦପୁରର ଶବାଗାରରେ ରଖାଯାଇଥିଲା । ମୃତଦେହ ଗୁଡ଼ିକୁ ଇମ୍ଫାଲ ଅଣାଯାଇ ପରିବାର ଏବଂ ସଂପର୍କୀୟଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଛି ।

ଏହା ମଧ୍ଯ ପଢ଼ନ୍ତୁ: ଲୋକସଭାରୁ 14 ବିରୋଧୀ ସାଂସଦ ସସପେଣ୍ଡ, କଂଗ୍ରେସରୁ 9

ଗତ ଅଗଷ୍ଟ ମାସରେ ସୁପ୍ରିମକୋର୍ଟ, ତିନିଜଣ ପୂର୍ବତନ ହାଇକୋର୍ଟ ଜଜଙ୍କୁ ନେଇ କମିଟି ଗଠନ କରିଥିଲେ । ଜଶ୍ଟିସ ଗୀତା ମିତ୍ତଲ, ଜଷ୍ଟିସ ଶାଳିନୀ ଯୋଶୀ ଏବଂ ଜଷ୍ଟିସ ଆଶା ମେନନଙ୍କୁ ନେଇ ଗଠିତ କମିଟି, ହିଂସା ଘଟଣାର ତଦନ୍ତ କରି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଏଥିରେ ମୃତକଙ୍କୁ କ୍ଷତିପୂରଣ ଏବଂ ପୀଡ଼ିତଙ୍କୁ ଥଇଥାନ ଉପରେ ଗୁରୁତ୍ବ ଦିଆଯାଇଥିଲା । ତେବେ 88 ଜଣଙ୍କ ମୃତଦେହ ଚିହ୍ନଟ କରାଯାଇଥିବା ବେଳେ, 24ଟି ପରିବାର ମୃତଦେହ ନେବାକୁ ଆଗ୍ରହ ପ୍ରକାଶ କରିନଥିଲେ । ସେପଟେ ମୃତଦେହ ଗ୍ରହଣ କରିଥିବା ସମ୍ପର୍କୀୟମାନେ ମରଶରୀରକୁ ଶେଷକୃତ୍ୟ କରିବାକୁ ଅନୁମତି ଦିଆଯାଇଛି । ଏବେ ବି ଚୁରାଚାନ୍ଦପୁର ଶବାଗାରରେ 24ଟି ମୃତଦେହ ପଡ଼ି ରହିଛି ।

ଏହା ମଧ୍ଯ ପଢ଼ନ୍ତୁ: ସଂସଦ ସୁରକ୍ଷା ବିଭ୍ରାଟ: ଏବେବି ମୁଖ୍ୟ ଅଭିଯୁକ୍ତ ଲଳିତ ଝା ଫେରାର

2023 ମେ 3 ତାରିଖରେ ମଣିପୁରରେ ଆରମ୍ଭ ହୋଇଥିଲା ହିଂସାକାଣ୍ଡ । ମଣିପୁର ସରକାରଙ୍କ ସଂରକ୍ଷଣ ଘୋଷଣାକୁ ନେଇ କୁକି ଏବଂ ମୈତେଇ ସଂପ୍ରଦାୟ ଲୋକେ ମୁହାଁ ମୁହିଁ ହୋଇଥିଲେ । ଦୁଇ ସଂପ୍ରଦାୟ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ 170ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ମଣିପୁରରେ ମୈତେଇ ସଂପ୍ରଦାୟ ଲୋକ ମୋଟ ଜନସଂଖ୍ୟାର 53 ପ୍ରତିଶତ ହୋଇଥିବା ବେଳେ, ରାଜ୍ୟରେ ନାଗା ଏବଂ କୁକି ଜନସଂଖ୍ୟା ପାଖାପାଖି 40 ପ୍ରତିଶତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.