ETV Bharat / bharat

Manipur Elections: ଉତ୍ତର ପୂର୍ବରେ ଅନୁଭୂତ ହେବ ଫଳାଫଳର ପ୍ରଭାବ, ପୁଣି ବିଜେପି ପାଇଁ ଅଗ୍ନିପରୀକ୍ଷା

ମଣିପୁରର ଫଳାଫଳ ଉତ୍ତର-ପୂର୍ବ ରାଜ୍ୟଙ୍କ ରାଜନୀତିରେ ରଖିବ ବିଶେଷ ପ୍ରଭାବ । ବିଜେପି ପାଇଁ କଠିନ ପରୀକ୍ଷା ହେବାକୁ ଯାଉଥିବା ସମୀକ୍ଷକଙ୍କ ମତ । ଅଧିକ ପଢନ୍ତୁ

author img

By

Published : Mar 10, 2022, 9:49 AM IST

Manipur elections: ଉତ୍ତର ପୂର୍ବରେ ଫଳାଫଳ ପକାଇବ ପ୍ରଭାବ, ପୁଣି ବିଜେପି ପାଇଁ ହେବ ଲିଟମସ ଟେଷ୍ଟ

ଇମ୍ଫାଲ: ଆଜି ମଣିପୁର ବିଧାନସଭା ନିର୍ବାଚନ ଜନାଦେଶ ପ୍ରକାଶ ପାଇବାକୁ ଯାଉଥିବା ବେଳେ ଏହା କେବଳ ମଣିପୁରରେ ନୁହେଁ ବରଂ ସମଗ୍ର ଉତ୍ତର ପୂର୍ବରେ ପ୍ରଭାବ ପକାଇବ । ଏହି ଫଳାଫଳ ଉତ୍ତର ପୂର୍ବ ରାଜ୍ୟ ମେଘାଳୟ, ନାଗାଲାଣ୍ଡ ଏବଂ ତ୍ରିପୁରାରେ ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ନିର୍ବାଚନକୁ ପ୍ରଭାବିତ କରିବା ସହ ସେହି ଅଞ୍ଚଳରେ ବିଜେପିର କ୍ଷମତା ହାତେଇବାର ସମ୍ଭାବନାକୁ ସ୍ପଷ୍ଟ କରିବ ବୋଲି ରାଜନୀତି ବିଷାରଦମାନେ ମତ ଦେଇଛନ୍ତି ।

2016 ମସିହାରେ ପ୍ରଥମେ ଆଞ୍ଚଳିକ ଦଳ ସହାୟତାରେ ଆସାମରେ ବିଜେପି କ୍ଷମତାକୁ ଆସିଥିଲା ​​ଏବଂ 2021 ମସିହାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ କ୍ଷମତା ବଜାୟ ରଖିଥିଲା । ସେହିପରି ପୁନର୍ବାର ଆଞ୍ଚଳିକ ଦଳମାନଙ୍କ ସମର୍ଥନରେ ମଣିପୁର, ତ୍ରିପୁରା ଓ ଅରୁଣାଞ୍ଚଳ ପ୍ରଦେଶରେ ମଧ୍ୟ ଯଥାକ୍ରମେ ୨୦୧୭, ୨୦୧୮ ଓ ୨୦୧୯ ରେ କ୍ଷମତା ହାତେଇବାରେ ସଫଳ ହୋଇଥିଲା ବିଜେପି ।

ପାଞ୍ଚ ବର୍ଷ ତଳେ ମଣିପୁର ସମେତ କେତେକ ଉତ୍ତର ପୂର୍ବ ରାଜ୍ୟରେ ଆଞ୍ଚଳିକ ଦଳ ସହ ବିଜେପିର ମିଳିତ ମଞ୍ଚ ସମ୍ପର୍କର କିଛି ତିକ୍ତତା ମଧ୍ୟ ସୃଷ୍ଟି ହୋଇଛି । ଅନୁଷ୍ଠିତ ମଣିପୁର ବିଧାନସଭା ନିର୍ବାଚନରେ ​​ବିଜେପି ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ଏବଂ ନାଗା ପିପୁଲ୍ସ ଫ୍ରଣ୍ଟ (ଏନପିଏଫ) ଠାରୁ ଅଲଗା ହେବା ସହ ସ୍ବାଧୀନ ପ୍ରାର୍ଥୀ ଦେଇଛି । NPP ଏବଂ NPF କେବଳ ବିଜେପି ବିରୋଧରେ ପ୍ରାର୍ଥୀ ଦେଇନାହାଁନ୍ତି ବରଂ ଅନେକ ବିଦ୍ରୋହୀ ବିଜେପି ବିଧାୟକଙ୍କୁ ମଧ୍ୟ ନିର୍ବାଚନ ଲଢିବାରେ ସହଯୋଗ କରିଛନ୍ତି । ଯାହା ବିଜେପିର ଭୋଟବ୍ୟାଙ୍କକୁ ପ୍ରଭାବିତ କରିବା ପରି ଆଶଙ୍କାକୁ ଘନୀଭୂତ କରିଛି ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁରରେ ଦୁଇଥର ପ୍ରଚାର କରିଥିବାବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ନିର୍ବାଚନ ପୂର୍ବରୁ ଦୁଇଥର ରାଜ୍ୟ ଗସ୍ତ କରିଛନ୍ତି। ମଣିପୁରରେ ସମାବେଶକୁ ସମ୍ବୋଧିତ କରିବା ପାଇଁ ଅନ୍ୟ ବରିଷ୍ଠ ନେତାଙ୍କ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ଏବଂ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ସାମିଲ କରାଯାଇଥିଲା । ଅନ୍ୟପଟେ ରାଜ୍ୟରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଜୟରାମ ରମେଶଙ୍କ ପରି ଭେଟେରାନ କଂଗ୍ରେସର ଅଭିଯାନର ଦାୟିତ୍ବ ନେଇଥିଲେ ।

ମଣିପୁର ନିର୍ବାଚନୀ ପ୍ରସଙ୍ଗ:-

ଗତବର୍ଷ ମଧ୍ୟରେ କରିଥିବା ବିକାଶମୂଳକ କାର୍ଯ୍ୟକୁ ପାଥେୟ କରି ମଣିପୁରବାସୀ ଲଗାତାର ଦ୍ୱିତୀୟ ଥର ପାଇଁ ବିଜେପିକୁ କ୍ଷମତା ପ୍ରଦାନ କରିବେ ବୋଲି ଆଶା କରିଛି ପାର୍ଟି । ଅନ୍ୟପଟେ ବିରୋଧୀ କଂଗ୍ରେସ ଏବଂ ଅନ୍ୟ ଦଳ ସଶସ୍ତ୍ର ବାହିନୀର ସ୍ୱତନ୍ତ୍ର କ୍ଷମତା ଆଇନ (AFSPA) ରଦ୍ଦ କରିବାରେ ସରକାରଙ୍କ ବିଫଳତା ପାଇଁ ବିଜେପି ମଣିପୁରବାସୀଙ୍କ ଆକ୍ରୋଶର ଶିକାର ହୋଇପାରେ ବୋଲି ଆଶା କରୁଛନ୍ତି । ସେହିପରି ମଣିପୁରର ଉପତ୍ୟକା ଏବଂ ପାହାଡ ମଧ୍ୟରେ ବିକାଶ ବିଭାଜନ, ବେକାରୀ ସମସ୍ୟା ବୃଦ୍ଧି ଏବଂ ବିଜେପିରେ ଚାଲିଥିବା ଦଳୀୟ ବିବାଦ ଏହି ନିର୍ବାଚନରେ ବିରୋଧୀଙ୍କୁ ଲାଭ ଦେବା ନେଇ କଂଗ୍ରେସ ଆଶା କରିଛି ।

ମଣିପୁରବାସୀ ଦୀର୍ଘ ଦିନ ଧରି AFSPA ରଦ୍ଦ କରିବାକୁ ଦାବି କରିଆସୁଥିଲେ । ନାଗାଲାଣ୍ଡର ସୋମ ଜିଲ୍ଲାର ଓଟିଙ୍ଗରେ ସୁରକ୍ଷା କର୍ମୀଙ୍କ ଗୁଳିରେ 16 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ ମଣିପୁର ଏବଂ ଉତ୍ତର ପୂର୍ବ ଭାରତର ଅନ୍ୟାନ୍ୟ ଅଞ୍ଚଳରେ AFSPA ବିରୋଧୀ ଆନ୍ଦୋଳନ ତୀବ୍ର ହୋଇଥିଲା । ଏହି ପ୍ରସଙ୍ଗରେ ବିଜେପି ଚୁପ୍ ରହିଥିବାବେଳେ ମଣିପୁରରେ କ୍ଷମତାକୁ ଆସିବା ପରେ କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ ଏହି ବିବାଦୀୟ ଆଇନକୁ କାର୍ଯ୍ୟକୁ ପ୍ରତ୍ୟାହାର କରିବାକୁ ଘୋଷଣା କରି ଭୋଟ ମାଗିଥିଲେ ।

ତେବେ ଏସବୁ ପ୍ରସଙ୍ଗ ମଧ୍ୟରେ ବିଜେପି ପାଇଁ କ୍ଷମତା ହାସଲ କରିବା ଏତେଟା ସହଜ ହେବା ପରି ମନେ ହେଉ ନାହିଁ । ଅନ୍ୟପଟେ ବିଜେପି ମଧ୍ୟ ଅନ୍ୟମାନଙ୍କ ତୂଳନାରେ ଅଧିକ ଲୋକପ୍ରିୟ ମଧ୍ୟ ରହିଛି । ଚଳିତ ନିର୍ବାତଚନ ଫଳାଫଳ ସମଗ୍ର ଉତ୍ତର ପୂର୍ବରେ ବିଜେପିର ଆଗାମୀ ରୂପରେଖ ପ୍ରସ୍ତୁତ କରିବା ନେଇ ମତ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.