ଇମ୍ଫାଲ: ମୈଦାନକୁ ପୁଣି ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ । ପୂର୍ବତନ ଫୁଟବଲର ଏନ ବିରେନ ସିଂ ବିଜେପି ଶାସିତ ରାଜ୍ୟ ମଣିପୁରର ଅଛନ୍ତି ମୁଖ୍ୟମନ୍ତ୍ରୀ । ଜାତୀୟ ଫୁଟବଲ ଖେଳାଳି ରହିସାରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ।
ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ନିଜ କ୍ୟାବିନେଟ ସହକର୍ମୀ ଓ ବିଧାୟକଙ୍କ ସହ ମିଶି ଖେଳିଛନ୍ତି ଫୁଟବଲ । ପ୍ରବଳ ଦର୍ଶକଙ୍କ ଗହଣରେ ତାମେଙ୍ଗଲଙ୍ଗ ନ୍ୟାଚୁରାଲ ଫୁଟବଲ ପଡିଆରେ ହୋଇଛି ଏହି ମ୍ୟାଚ୍ ।
ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ପ୍ରଥମ ଭଲପାଇବା ଫୁଟବଲ ତାଙ୍କୁ ବିଏସଏଫକୁ ଟାଣିନେଇଥିଲା। ଏଠାରୁ ଇସ୍ତଫା ଦେବା ପରେ ସେ ସାମ୍ବାଦିକତା ଆରମ୍ଭ କରିଥିଲେ । ହେଲେ ଶେଷରେ ସିଂ ରାଜନୀତିକୁ ତାଙ୍କ କ୍ୟାରିଅର୍ ରୂପେ ବାଛି ନେଇଥିଲେ ।
ଇମ୍ଫାଲଠାରୁ ପ୍ରାୟ 15 କିଲୋମିଟର ଦୂରରେ ଥିବା ହିଙ୍ଗଙ୍ଗର ବିରେନ ନିଜକୁ ଜଣେ ଦକ୍ଷ ଫୁଟବଲ ଖେଳାଳି ଭାବରେ ପ୍ରମାଣିତ କରିଥିଲେ । ଏହା ତାଙ୍କୁ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ରେ ଯୋଗଦେବା ପାଇଁ ସୁଯୋଗ ଦେଇଥିଲା ।