ETV Bharat / bharat

Manipur violence: ସେନାଠୁ 12 ଗିରଫ ଉଗ୍ରବାଦୀଙ୍କୁ ଛଡାଇନେଲା ଉତ୍ୟକ୍ତ ଭିଡ

author img

By

Published : Jun 25, 2023, 4:48 PM IST

ମଣିପୁରରେ ସେନା ଠାରୁ 12 ଗିରଫ ଉଗ୍ରବାଦୀଙ୍କୁ ଛଡାଇନେଲା ଉତ୍ୟକ୍ତ ଲୋକେ । 12 ଶହରୁ 15 ଶହ ସ୍ଥାନୀୟ ଲୋକେ ସେନା କାର୍ଯ୍ୟାନୁଷ୍ଠାନକୁ କରିଥିଲେ ବିରୋଧ । କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଭିଡର ନେତୃତ୍ବ ନେଇଥିଲେ ମହିଳା । ଅଧିକ ପଢନ୍ତୁ

Manipur violence: ଢାଲ ସାଜୁଛନ୍ତି ମହିଳା, ଗିରଫ ଉଗ୍ରବାଦୀଙ୍କୁ ସେନା କବଜାରୁ ଛଡାଇ ନେବାକୁ ଉଦ୍ୟମ

ଇମ୍ଫାଲ: ମଣିପୁରରେ 12ଜଣ ଗିରଫ ଉଗ୍ରବାଦୀଙ୍କୁ ସେନା ଠାରୁ ଛଡାଇ ନେଇଛନ୍ତି ଉତ୍ୟକ୍ତ ସ୍ଥାନୀୟ ଗ୍ରାମବାସୀ । ମଣିପୁରର ପୂର୍ବ-ଇମ୍ଫାଲ ଜିଲ୍ଲାର ଇଥାନ ଓ ଆଖପାଖ ଏରିଆରୁ ସେନା ଏହି 12ଜଣ ଉଗ୍ରବାଦୀଙ୍କୁ ଗିରଫ କରିଥିଲା । ଏକଥା ଜଣାପଡିବା ପରେ ମହିଳାଙ୍କ ନେତୃତ୍ବରେ ସ୍ଥାନୀୟ ଗ୍ରାମବାସୀ ଶହ ଶହ ସଂଖ୍ୟାରେ ଏକାଠି ହୋଇ ସେନାକୁ ବିରୋଧ କରିବା ସହ ଉଗ୍ରବାଦୀଙ୍କୁ ଛଡାଇ ନେଇଥିବା ଜଣାପଡିଛି । ଏହି ଉତ୍ୟକ୍ତ ଭିଡର ନେତୃତ୍ବ ନେଇଥିଲେ ମହିଳା । ସେନା କାର୍ଯ୍ୟାନୁଷ୍ଠାନରୁୁ ବର୍ତ୍ତିବା ପାଇଁ ସ୍ଥାନୀୟ ନେତାମାନେ ମହିଳାଙ୍କୁ ଢାଲ ପରି ବ୍ୟବହାର କରି ଏପରି କରିବାରେ ସଫଳ ହୋଇଛନ୍ତି ।

  • 𝗢𝗽𝗲𝗿𝗮𝘁𝗶𝗼𝗻𝘀 𝗶𝗻 𝗜𝘁𝗵𝗮𝗺 𝗩𝗶𝗹𝗹𝗮𝗴𝗲 𝗶𝗻 𝗜𝗺𝗽𝗵𝗮𝗹 𝗘𝗮𝘀𝘁 𝗗𝗶𝘀𝘁𝗿𝗶𝗰𝘁
    Acting on specific intelligence, operation was launched in Village Itham (06 km East of Andro) in Imphal East by Security Forces today morning. Specific search after laying cordon was… pic.twitter.com/7ZH9Jp8nOI

    — SpearCorps.IndianArmy (@Spearcorps) June 24, 2023 " class="align-text-top noRightClick twitterSection" data=" ">

ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମଣିପୁରରୁ ଇଥାନ ଏରିଆରୁ ସେନା 12ଜଣ ସଶସ୍ତ୍ର ଉଗ୍ରବାଦୀଙ୍କୁ ଗିରଫ କରିଥିଲା । ଏକଥା ପ୍ରଘଟ ହେବା ମାତ୍ରେ ସ୍ଥାନୀୟ ଗ୍ରାମବାସୀ ଏକାଠି ହୋଇ ସେନାକୁ ପ୍ରବଳ ବିରୋଧ କରିଥିଲେ । ଗିରଫ ଉଗ୍ରବାଦୀଙ୍କୁ ମୁକ୍ତ କରିବା ଲାଗି ଚାପ ପକାଇବା ସହ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ପ୍ରାୟ 12 ଶହରୁ 15 ଶହ ଗ୍ରାମବାସୀ ସେନା ଯବାନଙ୍କୁ କିଛି ଘଣ୍ଟା ଘେରାଉ କରି ରଖିଥିଲେ । ଏହି ଘେରାଉର ନେତୃତ୍ବ ମହିଳାମାନେ ନେଇଥିଲେ । ସେନାର ଅଧିକାରୀମାନେ ସେମାନଙ୍କୁ ବୁଝାସୁଝା କରିବା ପାଇଁ ପ୍ରୟାସ କରିଥିଲେ ସୁଦ୍ଧା ସେମାନେ ଆକ୍ରମଣାତ୍ମକ ହୋଇପଡିବା ସହ ପରିସ୍ଥିତି ଅଧିକ ଜଟିଳ ହେବାକୁ ଲାଗିଥିଲା । ସେନା ଉପରେ ଆକ୍ରମଣ ଉଦ୍ୟମ ମଧ୍ୟ କରିଥିଲେ ଏହି ଉତ୍ୟକ୍ତ ଗ୍ରାମବାସୀ । ସେନା ମଧ୍ୟ ମହିଳାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଚିତ ମନେ କରିନଥିଲା । ଫଳରେ 12 ଉଗ୍ରବାଦୀଙ୍କୁ ସେମାନଙ୍କୁ ହସ୍ତାନ୍ତର କରିବାକୁ ବାଧ୍ୟ ହେବାକୁ ପଡିଥିବା ନେଇ ସେନା ପକ୍ଷରୁ ସୂଚନା ମିଳିଛି ।

ଗିରଫ ହୋଇଥିବା ସମସ୍ତ ଉଗ୍ରବାଦୀ (କାଙ୍ଗଲେ ୟାୱୋଲ କାନ୍ନା ଲୁପ) KYKL (Kanglei Yawol Kanna Lup) ଗୋଷ୍ଠୀର ସଦସ୍ୟ ଥିଲେ । ଏମାନଙ୍କ ନେତୃତ୍ବ ଉଗ୍ରବାଦୀ ନେତା ତଥା ଆତ୍ମଘୋଷିତ ଲେଫ୍ଟନାଣ୍ଟ କର୍ଣ୍ଣେଲ ମୋଇରଙ୍ଗଥେମ୍ ତାମ୍ବା ନେଉଥିଲା । କୁଖ୍ୟାତ ତାମ୍ବା ଓରଫ ଉତ୍ତମ ନାମରେ ପୂର୍ବରୁ ମଧ୍ୟ ସୁରକ୍ଷାବଳ ଉପରେ ଆକ୍ରମଣର ଅଭିଯୋଗ ରହିଛି । 2015 ମସିହାରେ ଡୋଗ୍ରା ରେଜିମେଣ୍ଟର ଯବାନଙ୍କୁ ଆମ୍ବୁସ କରି ଆକ୍ରମଣ କରିବା ଘଟଣାର ମୁଖ୍ୟ ଏହି ଉଗ୍ରବାଦୀ ଉତ୍ତମ ମାଷ୍ଟରମାଇଣ୍ଡ ଥିଲା ।

ତେବେ ଏବେ ମଣିପୁରରେ ଜାରି ରହିଥିବା ହିଂସାରେ ଉଭୟ ସମ୍ପ୍ରଦାୟର ଉଗ୍ରବାଦୀ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି । ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ଏବେ ସୁଦ୍ଧା ମଧ୍ୟ ହିଂସା ନିୟନ୍ତ୍ରଣକୁ ଆସିପାରୁନାହିଁ । ଗତକାଲି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ବରେ ସର୍ବଦଳୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ହିଂସା ରୋକିବା ସହ ଶାନ୍ତି ଫେରାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରୟାସ ଜାରି ରଖିଥିବା କେନ୍ଦ୍ର ଗୃହମନ୍ତ୍ରୀ ବିରୋଧୀଙ୍କୁ ଆଶ୍ବାସନା ଦେଇଥିଲେ । ସେହିପରି ମଣିପୁରକୁ ଅତିରିକ୍ତ କେନ୍ଦ୍ରୀୟ ଫୋର୍ସ ପଠାଯିବା ନେଇ ମଧ୍ୟ ଶାହ ସଙ୍କେତ ଦେଇଥିଲେ । ଏବେ ରାଜ୍ୟରେ ସେନା, ପାରା ମିଲିଟାରୀ ଫୋର୍ସ ସହ ରାପିଡ ଆକ୍ସନ ଫୋର୍ସ ମୁତୟନ କରାଯାଇଛି । ହେଲେ ପ୍ରାୟ 50 ଦିନରୁ ଅଧିକ ହେଲାଣି ସମଗ୍ର ମଣିପୁରରେ ହିଂସା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.