ETV Bharat / bharat

ଫଳିଛି ୭ କେଜିର ଆମ୍ବକଷିଆ ଅଦା, ବ୍ୟବହାର ହୋଇନି ରାସାୟନିକ ସାର ଓ କୀଟନାଶକ - ବିଶାଳ ଆମ୍ଭକଷିଆ ଅଦା

ଆନ୍ଧ୍ର ପ୍ରଦେଶର ଚାଷୀଙ୍କ ଫାର୍ମରେ ୭ କେଜିର ବିଶାଳ ଆମ୍ବକଷିଆ ଅଦା । ସମ୍ପୂର୍ଣ୍ଣ ଜୈବିିକ ପ୍ରକ୍ରିୟାରେ ଚାଷ କରାଯାଇଥିବା ଚାଷୀଙ୍କ ସୂଚନା । ଅଧିକ ପଢନ୍ତୁ

ଫଳିଛି ୭ କେଜିର ଆମ୍ବକଷିଆ ଅଦା, ବ୍ୟବହାର ହୋଇନି ରାସାୟନିକ ସାର ଓ କୀଟନାସକ

author img

By

Published : Mar 26, 2022, 10:58 PM IST

ଅମରାବତି: ଫାର୍ମରେ ଫଳିଛି ବିଶାଳ ଆମ୍ବକଷିଆ ଅଦା । ଯାହାର ଆକାର ସାଧାରଣ ଅଦା ଠାରୁ ଢେର ଅଧିକ । ଓଜନ ପ୍ରାୟ ୭ କେଜି । ଯାହାକି ସାଧାରଣ ଓଜନ ଠାରୁ ପ୍ରାୟ ୩ ଗୁଣା ଅଧିକ । ଏପରି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାର ମୋପିଡେଭି ମଣ୍ଡଳର ସିଭାରାମପୁରମ ଅଞ୍ଚଳରେ । ସ୍ଥାନୀୟ ଚାଷୀ ନାଗେଶ୍ୱରା ରାଓଙ୍କ ଫାର୍ମରେ ଫଳିଛି ଏହି ଅଦା ।

ତେବେ ଅନ୍ୟ ଏକ ରୋଚକ କାରଣ ହେଉଛି ଏହି ଅଦା ଚାଷରେ କୌଣସି ରାସାୟନିକ ସାର କିମ୍ବା କୀଟନାସକ ଔଷଧ ବ୍ୟବହାର ହୋଇନଥିବା କହିଛନ୍ତି ଚାଷୀ ନେଗେଶ୍ବର । ଏହା ସାଧାରଣ ତଥା କେବଳ ଜୈବିକ ଉପାୟରେ ଚାଷ ହୋଇଥାଏ ।

କୃଷି ବୈଜ୍ଞାନିକମାନେ କହିଛନ୍ତି ଯେ ସାଧାରଣତ ଚାଷ କରାଯାଉଥିବା ଏହି ପ୍ରକାର ଅଦାର ଆକାର ଓ ଓଜନ ମାତ୍ର ଦୁଇ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ । ତେବେ ଏହି ଅଦାର ଆକାର ଓ ଓଜନ ସ୍ବାଭାବିକ ଠାରୁ ପ୍ରାୟ ୩ ଗୁଣାରୁ ଅଧିକ ରହିଛି ।ନିକଟରେ କୃଷ୍ଣା ଜିଲ୍ଲାର ଚଲାପାଲି ଠାରେ ଅନୁଷ୍ଠିତ କୃଷକ ସମ୍ମିଳନୀରେ ଏହି ବିଶାଳ ଅଦାଗୁଚ୍ଛ ଏକ ବିଶେଷ ଆକର୍ଷଣ ସାଜିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.