ETV Bharat / bharat

ଆଜି ହର ଘର ଦସ୍ତକ କାର୍ଯ୍ୟକ୍ରମର ସମୀକ୍ଷା କରିବେ ସ୍ବାସ୍ଥ୍ୟ ମନ୍ତ୍ରୀ

author img

By

Published : Nov 16, 2021, 2:56 PM IST

ଆଜି 'ହର ଘର ଦସ୍ତକ' କାର୍ଯ୍ୟକ୍ରମର ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଟୀକାକରଣ ନେଇ ସରକାରୀ ଏବଂ ବେସରକାରୀ ସଂଗଠନର ଲୋଡିବେ ସହାୟତା । ଅଧିକ ପଢନ୍ତୁ

ଆଜି ହର ଘର ଦସ୍ତକ କାର୍ଯ୍ୟକ୍ରମର ସମୀକ୍ଷା କରିବେ ସ୍ବାସ୍ଥ୍ୟ ମନ୍ତ୍ରୀ
ଆଜି ହର ଘର ଦସ୍ତକ କାର୍ଯ୍ୟକ୍ରମର ସମୀକ୍ଷା କରିବେ ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ସମ୍ପୂର୍ଣ୍ଣ ଟୀକାକରଣ ନେଇ ଚାଲିଛି 'ହର ଘର ଦସ୍ତକ' କାର୍ଯ୍ୟକ୍ରମ । ଆଜି କାର୍ଯ୍ୟକ୍ରମର ସ୍ଥିତି ନେଇ ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ।

ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, 'ଟୀକାକରଣ ନେଇ ଏନଜିଓ ଏବଂ ସିଏସ୍ଓ ସହିତ ଆଲୋଚନା କରାଯିବ । ସରକାରୀ ଏବଂ ଏହି ସଂଗଠନଗୁଡିକ ମଧ୍ୟରେ ଏକ ବର୍ଦ୍ଧିତ ସହଭାଗୀତା ଆମର 'ହର ଘର ଦସ୍ତକ' ଟୀକାକରଣ ଅଭିଯାନକୁ କିପରି ମଜବୁତ କରିବ ସେ ବିଷୟରେ ଆଲୋଚନା କରାଯିବ । ଏହି ଅଭିଯାନକୁ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ସରକାର ସମସ୍ତ ସରକାରୀ ଏବଂ ବେସରକାରୀ ସଂଗଠନଗୁଡ଼ିକର ସମର୍ଥନ ଲୋଡିଛନ୍ତି ।'

ସୂଚନା ଅନୁଯାୟୀ, 'ହର ଘର ଦସ୍ତକ' କାର୍ଯ୍ୟକ୍ରମ ଜରିଆରେ ଦେଶରେ ଅଧିକରୁ ଅଧିକ ଲୋକଙ୍କୁ କୋଭିଡର ପ୍ରଥମ ଡୋଜ୍ ଏବଂ ଦ୍ବିତୀୟ ଡୋଜ ଟୀକାକରଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି କାର୍ଯ୍ୟକ୍ରମ ନଭେମ୍ବର ୨ ରୁ ଆରମ୍ଭ ହୋଇଛି ।

କାର୍ଯ୍ୟକ୍ରମ ଆରମ୍ଭ ସମୟରେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, ଆମେ ଏକ ଟୀକାକରଣ କ୍ୟାମ୍ପେନ ଆରମ୍ଭ କରିବାକୁ ଯାଉଛୁ ଯାହା ମାଧ୍ୟମରେ ଘରକୁ ଘର ଯାଇ ସ୍ବାସ୍ଥ୍ୟକର୍ମୀ ଟୀକାକରଣ କରିବେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.