ETV Bharat / bharat

ଏୟାର ଇଣ୍ଡିଆ ବିମାନରେ ପରିସ୍ରା କରି ଯାତ୍ରୀ ଗିରଫ

author img

By

Published : Jun 27, 2023, 8:42 AM IST

Updated : Jun 27, 2023, 11:17 AM IST

ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କ ଅଶୋଭନୀୟ ଆଚରଣ । ପରିସ୍ରା କରିବା ସହ ଛେପ ପକାଇଲେ ଯାତ୍ରୀ । ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Urination defecation spatrow onboard Air India

ନୂଆଦିଲ୍ଲୀ: ପୁଣି ସାମ୍ନାକୁ ଆସିଲା ବିମାନରେ ପରିସ୍ରା କରିବା ଘଟଣା । ଏୟାର ଇଣ୍ଡିଆ ବିମାନରେ ପରିସ୍ରା କରି ଗିରଫ ହେଲେ ଯାତ୍ରୀ । ମୁମ୍ବାଇ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ଯାତ୍ରୀ ଜଣକ ଗତ 24 ତାରିଖରେ ପରିସ୍ରା କରିଥିବା ଅଭିଯୋଗ ହୋଇଥିଲା । ଘଟଣାର 3ଦିନ ପରେ ପୋଲିସ ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ରାମ ସିଂ ବୋଲି ପରିଚୟ ମିଳିଛି ।

ପୋଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଜୁନ 24 ତାରିଖ ଏୟାର ଇଣ୍ଡିଆର AIC 866 ବିମାନ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା । ବିମାନଟି ମଝି ଆକାଶରେ ହୋଇଥିବା ବେଳେ ସିଟ୍ ନମ୍ବର 17F ରେ ବସିଥିବା ଯାତ୍ରୀ ରାମ ସିଂ ବିମାନରେ ପରିସ୍ରା କରିଥିଲେ ଏବଂ ଛେପ ପକାଇଥିଲେ । ଯାତ୍ରୀଙ୍କର ଏପରି ଅଶୋଭନୀୟ ଆଚରଣ ଦେଖି ବିମାନରେ ଥିବା କ୍ରୁ ସଦସ୍ୟ ତାଙ୍କୁ ଚେତାବନୀ ଦେବା ସହ ଅନ୍ୟ ଯାତ୍ରୀଙ୍କ ଠାରୁ ଦୂରେଇ ରଖିଥିଲେ । ପରେ ପାଇଲଟଙ୍କୁ କ୍ରୁ ସଦସ୍ୟମାନେ ଅବଗତ ମଧ୍ୟ କରାଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଆମେରିକାନ ଏୟାରଲାଇନ୍ସ ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କଲେ ଯାତ୍ରୀ

ଏହାପରେ ବିମାନ ଅବତରଣ ସମୟରେ ଅଶୋଭନୀୟ ଆଚରଣ କରିଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ କମ୍ପାନୀକୁ ଜଣାଇଥିଲେ କ୍ରୁ ସଦସ୍ୟ । କାହିଁକି ନା ଯାତ୍ରୀଙ୍କ ଏପରି କାର୍ଯ୍ୟ ପାଇଁ ଅନ୍ୟ ଯାତ୍ରୀଙ୍କ ମଧ୍ୟରେ ବିମାନରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ବିମାନଟି ଦିଲ୍ଲୀରେ ଅବତରଣ ପରେ ଏୟାର ଇଣ୍ଡିଆ ସିକ୍ୟୁରିଟି ମୁଖ୍ୟ ଉପସ୍ଥିତ ରହି ପରିସ୍ରା କରିଥିବା ଯାତ୍ରୀଙ୍କୁ ସ୍ଥାନୀୟ ପୋଲିସ ଷ୍ଟେସନକୁ ନେଇ ଯାଇଥିଲେ । ଏହାପରେ ଭାରତୀୟ ଦଣ୍ଡସଂହିତା ଆଇନର ଧାରା 294 ଏବଂ 510 ଅନୁଯାୟୀ ପୋଲିସ ଏକ ମାମଲା ପଞ୍ଜିକୃତ କରିଥିଲା । ଘଟଣାର 3 ଦିନ ପରେ ସୋମବାର ଉକ୍ତ ଯାତ୍ରୀଙ୍କୁ ଗିରଫ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ-Urinating in Air India Flight: ୩୦ଲକ୍ଷ ଟଙ୍କା ତଣ୍ଡ ଗଣିବ ଏୟାର ଇଣ୍ଡିଆ, ପାଇଲଟଙ୍କ ଲାଇସେନ୍ସ ରଦ୍ଦ

ଗତ ମାର୍ଚ୍ଚ ମାସରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଆମେରିକାର ଏୟାରଲାଇନ୍ସ ବିମାନରେ ନିଶାସକ୍ତ ଅବସ୍ଥାରେ ଜଣେ ଯାତ୍ରୀ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଖବର ସାମ୍ନାକୁ ଆସିଥିଲା । ଏହି ଘଟଣା ଜଣାପଡିବା ପରେ ବିମାନ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ମାତ୍ରେ ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା । ତେବେ ସେହି ଯାତ୍ରୀ ଜଣକ ଆମେରିକା ବିଶ୍ବବିଦ୍ୟାଳୟର ଛାତ୍ର ହୋଇଥିବା ପରମୁହୁର୍ତ୍ତରେ ଜଣାପଡିଥିଲା ।

ସେହିପରି ଗତ ଜାନୁଆରୀ ମାସରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ପାଖରେ ବସିଥିଲା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ । ଏହି ଘଟଣା ଚାରିଆଡେ ଚହଳ ପକାଇଥିଲା । ଶଙ୍କର ମିଶ୍ରା ନାମକ ବ୍ୟକ୍ତି ମଦ ନିଶାରେ ଜଣେ ବୃଦ୍ଧା ଯାତ୍ରୀଙ୍କ ଉପରେ ପରିସ୍ରା କରି ପକାଇଥିଲେ । ଏଥିପାଇଁ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ଲାଗୁ ହୋଇଥିଲା ।

Last Updated : Jun 27, 2023, 11:17 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.