ETV Bharat / bharat

24 ବର୍ଷର ନ୍ୟାୟିକ ଲଢେଇ ପରେ 45ଟଙ୍କା ଚୋରି କରିଥିବାରୁ 4ଦିନ ଜେଲ୍‌ ଦଣ୍ଡ - ଚୋରି କରି 4 ଦିନ ଜେଲ

ଚୋରି କରିବାରୁ ମିଳିଲା ସଜା । 45ଟଙ୍କା ଚୋରି କରିବାରୁ 4 ଦିନ ଜେଲ୍‌ ଦଣ୍ଡାଦେଶ ମିଳିଲା । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶର ମୌନପୁର ଇଟାବାରେ । ଅଧିକ ପଢନ୍ତୁ

45ଟଙ୍କା ଚୋରି କରିବାରୁ ମିଳିଲା ସଜା, 4 ଦିନ ଜେଲ ଦଣ୍ଡାଦେଶ

author img

By

Published : Oct 4, 2022, 1:18 PM IST

ଲକ୍ଷ୍ନୌ: 45ଟଙ୍କା ଚୋରି କରିବାରୁ ମିଳିଲା ସଜା । 24 ବର୍ଷ ପରେ 45 ଟଙ୍କା ଚୋରାଇବା ନେଇ ବ୍ୟକ୍ତି ଜଣଙ୍କୁ 4 ଦିନ ଜେଲ ଦଣ୍ଡାଦେଶ ହୋଇଛି । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶର ମୌନପୁର ଇଟାବାରେ । ଜଣେ ବୃଦ୍ଧ ବ୍ୟକ୍ତିଙ୍କର 45 ଟଙ୍କା ଚୋରି ହୋଇଥିଲା । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ । 24 ବର୍ଷ ଲଢେଇ ପରେ ବୃଦ୍ଧଙ୍କ ଟଙ୍କା ଚୋରାଇଥିବା ବ୍ୟକ୍ତିଙ୍କୁ 4 ଦିନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ମୌନପୁରର ସିଜେଏସ କୋର୍ଟ । ଏହାପରେ ବ୍ୟକ୍ତି ଜଣଙ୍କୁ ଜେଲ ପଠାଇ ଦିଆଯାଇଥିଲା ।

4 ଦିନ ସଜା କାଟିବା ପରେ ଜେଲରୁ ମୁକୁଳିଛନ୍ତି ବ୍ୟକ୍ତି ଜଣକ । ଇଟାବା ମୋହଲ୍ଲା ଭୁରାର ମନ୍ନାନଙ୍କ ବିରୋଧରେ 45 ଟଙ୍କା ଚୋରି କରିଥିବା ନେଇ ମାମଲା ରୁଜ୍ଜୁ ହୋଇଥିଲା । 1998 ଏପ୍ରିଲ 17ରେ ବିରେନ୍ଦ୍ର ବାଥମ ଅଭିଯୋଗ କରିଥିଲେ । ମନ୍ନାନ ତାଙ୍କ ପକେଟରୁ 45 ଟଙ୍କା ଚୋରି କରିଥିବା ରିପୋର୍ଟରେ ଦର୍ଶା ଯାଇଥିଲା । ଏହାପରେ ପୋଲିସ ମନ୍ନାନଙ୍କ ପାଖରୁ 45 ଟଙ୍କା ଜବତ କରିଥିଲା । ସେହି ବର୍ଷ 18 ଏପ୍ରିଲକୁ ମନ୍ନାନଙ୍କୁ ଜେଲ ପଠାଇଥିଲା ପୋଲିସ । ଜେଲରେ 2ମାସ 21ଦିନ ରହିବା ପରେ ଜିଲ୍ଲା ଜଜ୍ ଜାମିନ ପ୍ରଦାନ କରିଥିଲେ ।

ଏହାପରେ ପୋଲିସ ତଦନ୍ତ କରିବା ପରେ ମନ୍ନାନଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଥିଲା । ସିଜେଏମ କୋର୍ଟରେ ଚୋରି ମାମଲାର ଶୁଣାଣି ହୋଇଥିଲା । କୋର୍ଟରୁ ମନ୍ନାନଙ୍କୁ ସମନ ଜାରି ହୋଇଥିଲା ମାତ୍ର ସେ ହାଜିର ହୋଇନଥିଲେ । ଏହାପରେ ତାଙ୍କ ନାମରେ ଗିରଫ ପରୱାନା ଜାରି ହୋଇଥିଲା । ଏହାପରେ ସେ କୋର୍ଟରେ ହାଜର ହୋଇଥିଲେ ।

ଏହା ବି ପଢନ୍ତୁ...ଦଶହରାରେ ଦୁବାଇରେ ଉଦ୍‌ଘାଟନ ହେବ ନୂଆ ହିନ୍ଦୁ ମନ୍ଦିର

ଗିରଫ ୱାରେଣ୍ଟ ପ୍ରତ୍ୟାହାର କରିବାକୁ ପ୍ରାର୍ଥନା କରିଥିଲେ । ଏ ନେଇ 27 ଡିସେମ୍ବରରେ ଏକ ଆବେଦନ ପତ୍ର ଦେଇଥିଲେ । ସିଜେଏମ ଭୁଲେରାମ ତାଙ୍କୁ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ । 28 ଡିସେମ୍ବରକୁ ମନ୍ନାନ ତାଙ୍କ ଅପରାଧ ସ୍ବୀକାର କରିଥିଲେ । ଏହାପରେ କୋର୍ଟ ତାଙ୍କୁ 4 ଦିନ ଜେଲ୍‌ ଦଣ୍ଡାଦେଶ ଶୁଣାଇ ଜେଲ୍‌ ପଠାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.