ETV Bharat / bharat

ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ

author img

By

Published : Feb 3, 2023, 8:34 AM IST

ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ । ଫୋନ କଲରେ ଧମକ ମିଳିଛି । ଅଧିକ ପଢନ୍ତୁ

ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ
ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ । ଜଣେ ଅଜ୍ଞାତ ବ୍ୟକ୍ତି ଫୋନ କରି ରାମ ଜନ୍ମଭୂମି କମ୍ପ୍ଲେସକୁ ବିସ୍ଫୋରଣରେ ଉଡାଇ ଦେବାକୁ ଧମକ ଦେଇଛି । ରାମକୋଟ ଅଞ୍ଚଳରେ ରହୁଥିବା ମନୋଜ ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଏହି ଧମକପୂର୍ଣ୍ଣ କଲ୍ ଆସିଛି । ଏନେଇ ମନୋଜ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆଲର୍ଟ ରହିବା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରିଛି ।

ସୂଚନା ମୁତାବକ, ଗୁରୁବାର ସକାଳ ସାଢେ ୫ଟା ସମୟରେ ମନୋଜଙ୍କ ପାଖକୁ ଏହି କଲ୍ ଆସିଥିଲା । କଲ୍ କରିଥିବା ବ୍ୟକ୍ତି ନିଜକୁ ଦିଲ୍ଲୀ ବାସିନ୍ଦା ପରିଚୟ ଦେଇଥିଲା ଏବଂ ସେ ଦିନ ୧୦ଟା ସମୟରେ ରାମ ଜନ୍ମଭୂମିକୁ ବୋମା ପକାଇ ଉଡାଇ ଦେବ ବୋଲି କହିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ରାଜ ଜନ୍ମଭୂମି ଥାନା ଅଧିକାରୀ ସଞ୍ଜୀବ କୁମାର ସିଂହ କହିଛନ୍ତି, ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ।

କଲ୍ କରିଥିବା ବ୍ୟକ୍ତିକୁ ଠାବ କରିବାକୁ ଛାନଭିନ୍ ଚାଲିଛି । ସେହିପରି ଧମକ ମିଳିବା ପରେ ରାମ ଜନ୍ମଭୂମି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କେଉଁଠାରୁ ଏହି କଲ୍ ଆସିଥିଲା ଜାଣିବାକୁ ପୋଲିସ ସେହି ଫୋନ ନମ୍ବର ଟ୍ରେସ୍ କରିବାକୁ ଉଦ୍ୟମ କରୁଛି । ତେବେ ଏ ଯାଏଁ ସମ୍ପୃକ୍ତ ବ୍ୟକ୍ତିର ପରିଚୟ ମିଳିନଥିବା ସୂଚନା ମିଳିଛି ।

ପ୍ରକାଶଥାଉ କି, ଭଗବାନ ଶ୍ରୀରାମ, ଲକ୍ଷ୍ମଣ, ମାତା ଜାନକୀ ଓ ହନୁମାନଙ୍କ ପ୍ରତିମା ନିର୍ମାଣ ପାଇଁ ପଡୋଶୀ ନେପାଳର ଜନକପୁରରୁ ଶାଳଗ୍ରାମ ପଥର ଅଯୋଧ୍ୟାରେ ପହଞ୍ଚିଛି । ରାମସେବକପୁର ପରିସରରେ ୫୧ ଜଣ ବୈଦିକ ବ୍ରାହ୍ମଣଙ୍କ ଦ୍ବାରା ଆଯୋଧ୍ୟାର ସାଧୁସନ୍ଥଙ୍କ ଉପସ୍ଥିତିରେ ମନ୍ତ୍ରୋପଚାର ସହ ଶିଳାର ପୂଜାର୍ଚ୍ଚାନା କରାଯାଇଛି । ଏହାପରେ ଶିଳାକୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ସମର୍ପିତ କରାଯାଇଛି ।

ନେପାଳରୁ ଆସିଥିବା ଏହି ଶାଳଗ୍ରାମ ଶିଳାରେ ଭଗବାନ ଶ୍ରୀରାମ ମାତା ଜାନକୀ ଭାଇ ଲକ୍ଷ୍ମଣ ଭକ୍ତ ହନୁମାନଙ୍କ ପ୍ରତୀମା ନିର୍ମାଣ ହେବ। ଏହାସହିତ ଶ୍ରୀରାମଙ୍କ ଅନୁଜ ଭରତ ଓ ଶତ୍ରୁଘନଙ୍କ ପ୍ରତୀମା ମଧ୍ୟ ନିର୍ମାଣ ହେବ ବୋଲି ସୂଚନା ମିଳିଛି । ଶିଳା ହସ୍ତାନ୍ତର ହେବା ପରେ ଶିଳାକୁ ନେଇ ଟ୍ରଷ୍ଟ ରାମସେବକପୁରମ( ନିର୍ମାଣ) ସ୍ଥଳରେ ରଖିଛି । ସୁରକ୍ଷା ପାଇଁ ପୋଲିସ ମୁତୟନ କରାଯିବା ସହ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.