ETV Bharat / bharat

Stray Dog Attack: AMU ପରିସରରେ ବୁଲା କୁକୁରଙ୍କ ରାଜ, ଆକ୍ରମଣରେ ଜଣେ ମୃତ

author img

By

Published : Apr 16, 2023, 4:39 PM IST

Updated : Apr 16, 2023, 7:43 PM IST

ଉତ୍ତରପ୍ରଦେଶ ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟ ପରିସରରେ ବୁଲା କୁକୁର ଆକ୍ରମଣରେ ୬୫ବର୍ଷୀୟ ବ୍ୟକ୍ତି ମୃତ । ଅଧିକ ପଢନ୍ତୁ

Etv Bharat
Etv Bharat

ଲକ୍ଷ୍ନୌ: ଦିନକୁ ଦିନ ବୁଲା କୁକୁର ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି । କେଉଁଠି ଛୋଟ ପିଲାଙ୍କୁ ତ କେଉଁଠି ବୃଦ୍ଧଙ୍କୁ ଆକ୍ରମଣ ହେଉଛି । ଏମିତି ଏକ ଘଟଣା ଉତ୍ତରପ୍ରଦେଶ ଆଲିଗଡ଼ ଜିଲ୍ଲା ସ୍ଥିତ ମୁସଲିମ ବିଶ୍ବବିଦ୍ୟାଳୟରେ ଘଟିଛି । ଯେଉଁଥିରେ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ବୁଲା କୁକୁରମାନେ ଉକ୍ତ ବ୍ୟକ୍ତିଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଆକ୍ରମଣ କରିଥିବା ବେଳେ ଶେଷରେ ତାଙ୍କର ମୃତ୍ୟୁ ଘଟିଛି । ଏହାର ଭୟାନକ ଦୃଶ୍ୟ ବିଶ୍ବବିଦ୍ୟାଳୟ ପରିସରରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ସିଭିଲ ଲାଇନ ଥାନା ଅଞ୍ଚଳର ଅଧିବାସୀ ସଫଦର ସବୁ ଦିନ ପରି ଆଜି ମଧ୍ୟ ନମାଜ ପାଠ ପରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଆଡ଼କୁ ଯାଇଥିଲେ । ଏହାପରେ ୟୁନିଭର୍ସିଟି ପରିସରରେ ଭ୍ରମଣ କରୁଥିଲେ । ଏହି ସମୟରେ ବ୍ୟକ୍ତି ଜଣଙ୍କୁ ଏକାକୀ ଦେଖି କିଛି ବୁଲା କୁକୁର ହଠାତ ତାଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଅକାଳରେ ସଫଦରଙ୍କ ମୃତ୍ୟୁ ଘଟିଛି । ପୋଲିସ ଏ ନେଇ ଖବର ପାଇବା ପରେ ଉକ୍ତ ସ୍ଥାନରେ ପହଞ୍ଚିଥିଲା । ଏହାପରେ ବିଶ୍ବବିଦ୍ୟାଳୟର ସିସିଟିଭି ଯାଞ୍ଚ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଛି ।

ଏହା ବି ପଢନ୍ତୁ- 5 ଥର ବିଧାୟକ ରହିଛି ମାଫିଆ ଅତିକ, 2019ରେ ପିଏମ ମୋଦିଙ୍କ ବିପକ୍ଷରେ ଲଢିଥିଲା ନିର୍ବାଚନ

ମୃତକ ବ୍ୟକ୍ତି ଜଣ ସିଭିଲ ଲାଇନ ଥାନା ଅଞ୍ଚଳର ଅଧିବାସୀ ଡକ୍ଟର ସଫଦର ଅଲ୍ଲୀ । ତାଙ୍କ ବୟସ ୬୫ ବର୍ଷ ବୋଲି ଜଣାପଡ଼ିଛି । ସକାଳ ପ୍ରାୟ ୬.୩୦ରେ ସେ ୟୁନିଭର୍ସିଟି କ୍ୟାମ୍ପସକୁ ଯାଇଥିବା ବେଳେ ତାଙ୍କ ସହ ଏପରି ଅଘଟଣ ଘଟିଛି । ତେବେ ପୋଲିସ ଉକ୍ତ ସ୍ଥାନରେ ସାଢେ ୭ଟା ସମୟରେ ପହଞ୍ଚିଥିବା ବେଳେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା । ଏହାପରେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଛି ।

ଏନେଇ ଏସ୍‌ପି କୁଲଦୀପ ଗୁନାୱତ କହିଛନ୍ତି, "ଆଜି ସକାଳ ପ୍ରାୟ ୭.୩୦ ସମୟରେ ପୋଲିସକୁ ଏନେଇ ସୂଚନା ମିଳିଥିଲା । ସୂଚନା ପାଇବା ପରେ ପୋଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତକଙ୍କ ପରିଚୟ ସଫରଦ ଅଲ୍ଲୀ ବୋଲି ଜଣାପଡ଼ିଛି । ସିସିଟିଭି ଫୁଟେଜ ଦେଖିବା ପରେ ପୁରା ଘଟଣା ସାମ୍ନାକୁ ଆସିଛି । ପ୍ରାୟ ୧୦ରୁ ୧୨ଟି କୁକୁର ତାଙ୍କ ଉପରେ ଆକ୍ରମଣ କରିଥିବା ବେଳେ ସେ ତଳେ ପଡ଼ିଯାଇଥିଲେ । ଏହାପରେ କୁକୁରମାନେ ତାଙ୍କ ମୃତ୍ୟୁ ଘଟିବା ପର୍ଯ୍ୟନ୍ତ ଆକ୍ରମଣ କରିଥିଲେ ।"

Last Updated : Apr 16, 2023, 7:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.