ବେଙ୍ଗାଲୁରୁ: କ୍ରୋଧର ବଶବର୍ତ୍ତୀ ହୋଇ ହତ୍ୟାକାରୀ ସାଜିଲା ମଣିଷ । ଆଉ ଶେଷରେ ଘରର ସଦସ୍ୟ ସ୍ବରୂପ ପାଳିତ କୁକୁରକୁ କଲା ହତ୍ୟା । କର୍ଣ୍ଣାଟକର ଦୋଡାବଲ୍ଲାପୁର ଅଞ୍ଚଳରେ ଜଣେ ବ୍ୟକ୍ତି ରାଗିଯାଇ ନିଜ ପଡୋଶୀଙ୍କ ପାଳିତ କୁକୁରକୁ ଗୁଳି କରି (Man kills pet dog for barking at him) ହତ୍ୟା କରିଛି । କୁକୁରଟି ତାଙ୍କୁ ଦେଖି ଭୋକୁଥିବାରୁ ସେ ଏପରି କରିଥିବା ଜଣାପଡ଼ିଛି ।
କୁକୁର ରକିର ମାଲିକ ହରିଶ ଏ ନେଇ ହତ୍ୟାକାରୀ କ୍ରୀଷ୍ଣଅପ୍ପାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ରକିକୁ ଗତ ୫ ବର୍ଷ ଧରି ପାଳି ଆସୁଥିଲେ ହରିଶ । ହରିଶଙ୍କ ଭଉଣୀ ତାଙ୍କୁ ଏହି କୁକୁରକୁ ଦେଇଥିଲେ । କୁକୁରଟି ବହୁତ ଶାନ୍ତ ସ୍ବଭାବର ଥିଲା । ସେ କାହାକୁ କ୍ଷତି ପହଞ୍ଚାଉନଥିବାବେଳେ, ଗ୍ରାମାଞ୍ଚଳରେ ଅନ୍ୟ ଲୋକଙ୍କ ସହିତ ତାର ଭଲ ସମ୍ପର୍କ ରହିଥିଲା ।
ଏହା ବି ପଢନ୍ତୁ- ପୁଲୱାମାରେ ଖୋଲିଲା ବହୁମୁଖୀ ସିନେମା ହଲ
କ୍ରୀଷ୍ଣଅପ୍ପା ଗ୍ରାମରେ ଘୁଷୁରୀ ଫାର୍ମିଂ କରନ୍ତି । ଏହାସହିତ ସେ ୮ଟି କୁକୁର ମଧ୍ୟ ପାଳିଥାନ୍ତି । ମାତ୍ର କ୍ରୀଷ୍ଣଅପ୍ପାଙ୍କ କହିବା କଥା ରକି ତାଙ୍କୁ ଦେଖି ସବୁବେଳେ ଭୋକୁଥିବାରୁ ସେ ଏପରି କରିଛନ୍ତି । ଏଥିରେ ସେ କ୍ରୋଧାନ୍ବିତ ହୋଇ କୁକୁରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । କୁକୁରଟି ବନ୍ଧୁକ ଦେଖି ଲୁଚିବାକୁ ଚେଷ୍ଟା କରିଥିବା ବେଳେ କ୍ରୀଷ୍ଣଅପ୍ପା ତାକୁ ସ୍ଥାନୀୟ ମକା ଫସଲରେ ଗୁଳି କରି ହତ୍ୟା କରିଛନ୍ତି ।
ରକିର ମାଲିକ ହରିଶଙ୍କ କହିବାନୁସାରେ, "କ୍ରୀଷ୍ଣଅପ୍ପାଙ୍କ ନିକଟରେ ୨ରୁ ୩ଟି ବନ୍ଧୁକ ରହିଛି । ମାତ୍ର ବେଆଇନ ଭାବେ ସେ ନିଜ ପାଖରେ ବନ୍ଧୁକ ରଖୁଥିଲେ ଅର୍ଥାତ ଏଥିଲାଗି ତାଙ୍କୁ ଲାଇସେନ୍ସ ମିଳିନଥିଲା ।" ଯେତେବେଳେ ସେ ରକିକୁ ମାରିଥିଲେ ତାଙ୍କୁ ପଚରାଯିବାରୁ ସେ ଅଧିକ କ୍ରୋଧାନ୍ବିତ ହୋଇଥିଲେ । ଏହି ଘଟଣାରେ ରକିର ମାଲିକ ହରିଶ ସ୍ଥାନୀୟ ଦଶୋହା ସେବା ଟ୍ରଷ୍ଟ ଆନିମଲ୍ସ ଆଣ୍ଡ ବାର୍ଡ୍ସ ସହଯୋଗ ଲୋଡ଼ିଛନ୍ତି । ପୋଷ୍ଟ ମଟର୍ମ ପରେ କୁକୁର ଶରୀରରୁ ୭ରୁ ୮ଟି ଗୁଳି କାଢିଛନ୍ତି ଡାକ୍ତର । ଅଧିକ ରକ୍ତସ୍ରାବ ହେବାରୁ କୁକୁରଟିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।