ବେଙ୍ଗାଲୁରୁ: ଏଠି ବ୍ୟଞ୍ଜନ ନେଇଛି ଜୀବନ । ସାମ୍ବର ସୁସ୍ବାଦୁଯୁକ୍ତ ହୋଇନଥିବାରୁ ନିଜ ଜନ୍ମଦାତ୍ରୀ ମାଆ ଓ ସାନ ଭଉଣୀକୁ ହତ୍ୟା କରିଛି ଅଭିଯୁକ୍ତ । ଏଭଳି ବିରଳ ଘଟଣା କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ଡୋଡମାଣେ ଗ୍ରାମରେ ଗତକାଲି(ବୁଧବାର) ରାତିରେ ଦେଖିବାକୁ ମିଳିଛି ।
ମୃତକ ଦ୍ବୟ ହେଉଛନ୍ତି ପ୍ରଭାତୀ ନାରାୟଣା ହାସଲର(୪୨) ଓ ରମୟା ନାରୟଣା ହାସଲର(୧୯) । ଅଭିଯୁକ୍ତ ମଞ୍ଜୁନାଥ ହାସଲର(୨୪) ଜଣେ ନିଶାସକ୍ତ ଯୁବକ । ସେ ଗତ ରାତିରେ ନିଶା ଖାଇ ସାମ୍ବର ସୁସ୍ବାଦୁ ହୋଇନଥିବାରୁ ନିଜ ମାଆ ଓ ଭଉଣୀ ସହିତ କଳହ କରିଥିଲା । ଏହାପରେ ସେ ଉତକ୍ଷିପ୍ତ ହୋଇ ଏକ ଦେଶୀ ବନ୍ଧୁକରେ ସେମାନଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି ।
ଏହି ଘଟଣା ଘଟିବା ସମୟରେ ଅଭିଯୁକ୍ତର ପିତା ଘରେ ନଥିଲେ । ସେ ଘରକୁ ଆସି ଘଟଣା ସମ୍ପର୍କରେ ଜାଣିବା ପରେ ସିଦ୍ଦପୁର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ