ETV Bharat / bharat

ଆତଙ୍କୀ ଗୁଳିରେ ଗଲା ଜଣଙ୍କ ଜୀବନ

author img

By

Published : Jul 24, 2021, 7:17 AM IST

ସୀମାରେ ଦିନକୁ ଦିନ ବଢିବାର ଲାଗିଛି ଆତଙ୍କବାଦୀଙ୍କ ଉତ୍ପାତ । ଆତଙ୍କୀ ଗୁଳିରେ କଲା ସାଧାରଣ ନାଗରିକଙ୍କ ଜୀବନ । ଅଧିକ ପଢନ୍ତୁ...

Man killed in terrorist firing in J-K's Pulwama
ଆତଙ୍କୀ ଗୁଳିରେ ଗଲା ଜଣଙ୍କର ଜୀବନ

ଶ୍ରୀନଗର: ସୀମାରେ ଦିନକୁ ଦିନ ବଢିବାର ଲାଗିଛି ଆତଙ୍କବାଦୀଙ୍କ ଉତ୍ପାତ । କେତେବେଳେ ସେନା ଉପରେ ଅତର୍କିତ ଆକ୍ରମଣ କରୁଛନ୍ତି ତ ଆଉ କେତେବେଳେ ସାଧାରଣ ନାଗରିକଙ୍କ ଉପରେ ଗୁଳିମାଡ ସହ ଘର ଉପରକୁ ଗ୍ରେନେଡ ମାଡ କରୁଛନ୍ତି । ଫଳରେ ଅକାଳରେ ଧନଜୀବନ ନଷ୍ଟ ହେଉଛି । ଶୁକ୍ରବାର ଦିନ ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କ ଉପରେ ଫାଙ୍କା ଗୁଳି ଚାଳନା କରିବାରୁ ଜଣଙ୍କର ମୃତ୍ୟୁ ହୋଇଛି ।

ମୃତକ ହେଉଛନ୍ତି ଟ୍ରାଲ ଲୁରଗ୍ରାମ ଅଞ୍ଚଳର ବାସିନ୍ଦା ଜାଭେଦ ଅହମ୍ମଦ ମଲ୍ଲିକ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ଜଣାପଡିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଥିଲା କୁମ୍ବିଂ ଅପରେସନ । ପୁରା ଅଞ୍ଚଳକୁ ଘେରାବନ୍ଧୀ କରାଯାଇ କୁମ୍ବିଂକୁ ଜୋରଦାର କରାଯାଇଥିଲା ।

ସେପଟେ ଜମ୍ମୁ କାଶ୍ମୀର ଜୋନ ପୋଲିସ କହିଛି ଯେ, ଅବନ୍ତିପୋରାରେ ଟ୍ରାଲର ଲାରୁଗାମ ଠାରେ ଥିବା ଜାଭେଦ ଅହମ୍ମଦ ମଲ୍ଲିକ ନାମକ ଜଣେ ସାଧାରଣ ନାଗରିକଙ୍କ ଉପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଏହାପୂର୍ବରୁ ଉତ୍ତର କାଶ୍ମୀରର ସୋପୋରରେ ସୁରକ୍ଷା ବାହିନୀ ଏନକାଉଣ୍ଟର କରିଥିଲା । ଦୁଇ ଲସ୍କର-ଏ-ତାଇବା ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା । ହେଲେ ସେମାନେ ମନା କରିଦେଇଥିଲେ । ପରେ ସେମାନଙ୍କୁ ଗୁଳି କରାଯାଇଥିଲା ।

ସୋପୋରର ଓ୍ବେରପୋରା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇଥିଲେ ସୁରକ୍ଷା ବାହିନୀ । ପରେ ପୋଲିସ ଓ ସିଆରପିଏଫ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ । ପୋଲିସ କହିଛି, ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ବାରମ୍ବାର ସୁଯୋଗ ଦିଆଯାଇଥିଲା । ତଥାପି ଆତ୍ମସମର୍ପଣ କରିବା ପରିବର୍ତ୍ତେ ସେମାନେ ଏକାଠି ହୋଇ ସୁରକ୍ଷାବାହିନୀ ଉପରକୁ ଗୁଳି ଚଳାଇଥିଲେ । ପରବର୍ତ୍ତୀ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏବଂ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.