ETV Bharat / bharat

ଝିଅ ମଥାର ସିନ୍ଦୂର ପୋଛିଲା ପିତା, ଜ୍ୱାଇଁକୁ କଲା ହତ୍ୟା - ଜ୍ବାଇଁକୁ ହତ୍ୟା

ଜ୍ବାଇଁକୁ ହତ୍ୟା କରି ନିଜ ଝିଅର ମଥାର ସିନ୍ଦୂର ପୋଛିଲା ପିତା (Father killed his daughter's husband) । ଏଭଳି ଅଭାବନୀୟ ଘଟଣା କର୍ଣ୍ଣାଟକ ବାଗଲକୋଟ ଜିଲ୍ଲାରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Man killed his son in law in Karnataka
କର୍ଣ୍ଣାଟକରେ ଜ୍ବାଇଁକୁ ହତ୍ୟା
author img

By

Published : Dec 19, 2022, 8:17 PM IST

ବେଙ୍ଗାଲୁରୁ: ପିତା ନିଜ ଝିଅର ବିବାହ କରିବା ପରେ ଜ୍ବାଇଁକୁ ପୁଅ ଭଳି ମାନିଥାଏ । ଝିଅ କିପରି ତା'ର ଶ୍ବଶୁର ଘରେ ଭଲରେ ରହିବ ସେ ନେଇ ଯାନି ଯୌତୁକ ମଧ୍ୟ ଅଜାଡ଼ିଦିଏ । ସର୍ବଦା ଝିଅର ସୁଖ ଚାହିଁଥାଏ ପିତା । ହେଲେ ଏଠାରେ ଝିଅ ଦୁଃଖର ବଡ଼ କାରଣ ସାଜିଛି ପିତା । ନିଜ ହାତରେ ନିଜ ଝିଅ ମଥାର ସିନ୍ଦୂର ପୋଛିଛି । ଆଉ ଜ୍ବାଇଁକୁ ହତ୍ୟା କରିଥିବା ଜଣାପଡ଼ିଛି (Father killed his daughter's husband) । ଏଭଳି ଅଭାବନୀୟ ଘଟଣା କର୍ଣ୍ଣାଟକ ବାଗଲକୋଟ ଜିଲ୍ଲାର ଟାକ୍କୋଡା ଗାଁରେ ଦେଖିବାକୁ ମିଳିଛି ।

ପୋଲିସର ସୂଚନା ଅନୁସାରେ, ମୃତ ଯୁବକ ହେଉଛନ୍ତ ଭୁଜାବଲି (୩୪) ଯିଏକି ଜଣେ ଜୈନ ଧର୍ମାବଲମ୍ବୀ । ହତ୍ୟାକାରୀ ତାମାନାଗୌଡା ପାଟିଲଙ୍କ ଝିଅ ହେଉଛନ୍ତି ଭାଗ୍ୟଶ୍ରୀ ଯିଏକି କ୍ଷେତ୍ରୀୟ ସମ୍ପ୍ରଦାୟର । ଭାଗ୍ୟଶ୍ରୀ ଓ ଭୁଜାବଲି ପରସ୍ପରରେ ପ୍ରେମରେ ପଡ଼ିଥିଲେ । ଗତ କିଛି ମାସ ପୂର୍ବରୁ ଉଭୟ କୋର୍ଟ ମ୍ୟାରେଜ କରିଥିଲେ । ଗତ ଶନିବାର ରାତିରେ ଭୁଜାବଲି ବାଇକ ଚଲାଇ ଯାଉଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି । ହତ୍ୟାକାରୀ ପ୍ରଥମେ ତାଙ୍କ ଆଖିକୁ ରାଗଗୁଣ୍ଡ ଫିଙ୍ଗିଥିଲା । ଏହାପରେ ତାଙ୍କୁ ଛୁରୀରେ ହତ୍ୟା କରିଥିବା କହିଛି ପୋଲିସ ।

ଏହା ବି ପଢନ୍ତୁ- ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା, ୫୦୦ ଟଙ୍କାରେ ଯୋଗାଇବେ ରନ୍ଧନ ଗ୍ୟାସ ସିଲିଣ୍ଡର

ହତ୍ୟା କରିବା ପରେ ହତ୍ୟାକାରୀ ତଥା ଶ୍ବଶୁର ଜାମାଖଣ୍ଡି ପୋଲିସ ଷ୍ଟେସନରେ ନିଜ ଦୋଷ ସ୍ବୀକାର କରିଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କ ଖୋଜୁଛି ପୋଲିସ । ପିତା ନିଜ ଜ୍ବାଇଁର ହତ୍ୟାକାରୀ ସାଜିଥିବା ଘଟଣା ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ଏହା ପୂର୍ବରୁ ଭାଗ୍ୟଶ୍ରୀଙ୍କ ପରିବାର ଓ ଯୁବକଙ୍କ ମଧ୍ୟରେ ବୁଝାସୁଝା ହୋଇଥିଲା । ପୋଲିସ ଉପସ୍ଥିତିରେ ବୁଝାସୁଝା ହୋଇଥିଲା । ମାତ୍ର ଝିଅ ଅନ୍ୟ ଧର୍ମର ଯୁବକଙ୍କୁ ବିବାହ କରିବାକୁ ସହଜରେ ଗ୍ରହଣ କରିପାରିନଥିଲେ ପିତା । ଏହାପରେ ତାଙ୍କୁ ହତ୍ୟା କରିବା ଲାଗି ଯୋଜନା ପ୍ରସ୍ତୁତ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.