ETV Bharat / bharat

ହିନ୍ଦୁ କହି ପ୍ରେମିକାକୁ ଗର୍ଭବତୀ, ସାନଭଉଣୀକୁ ଦୁଷ୍କର୍ମ ପରେ ପ୍ରେମିକ ଫେରାର

author img

By

Published : Jul 25, 2022, 12:15 PM IST

ନିଜକୁ ହିନ୍ଦୁ କହି ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଲେ ଯୁବକ । ବିବାହର ପ୍ରତିଶୃତି ଦେଇ ବାନ୍ଧବୀଙ୍କୁ ଦେଉଥିଲେ ଯୌନ ନିର୍ଯ୍ୟାତନା । ଅଧିକ ପଢ଼ନ୍ତୁ

ହିନ୍ଦୁ କହି ପ୍ରେମ ସମ୍ପର୍କ ରଖିଲେ, ଭିଡିଓ କରି ପ୍ରତାରଣା କଲେ ଯୁବକ

ସିମଡେଗା(ଝାଡଖଣ୍ଡ): ଝାଡଖଣ୍ଡର ସିମଡେଗା ଜିଲ୍ଲାର ଜଣେ ଯୁବକ ନିଜକୁ ହିନ୍ଦୁ କହି ଜଣେ ଯୁବତୀଙ୍କୁ ପ୍ରେମ କରିବା ସହ ବିବାହ ପ୍ରତିଶୃତି ଦେଇ ଯୌନ ନିର୍ଯ୍ୟାତନା ଦେଇଛନ୍ତି । କେବଳ ଏତିକି ନୁହେଁ, ଅଭିଯୁକ୍ତ ଯୁବକ ଜଣଙ୍କ ପ୍ରେମିକାର ନାବାଳିକା ସାନ ଭଉଣୀଙ୍କୁ ଦୁଷ୍କର୍ମ କରି ସେହି ସମୟର ଏକ ଭିଡିଓ ଜରିଆରେ ବ୍ଲାକମେଲ୍‌ କରି ଉଭୟଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ପୀଡିତା ଯୁବତୀ ପୋଲିସ ନିକଟରେ ନ୍ୟାୟ ଦାବିକରି ଲଭ ଜିହାଦ୍‌ ଅଭିଯୋଗ କରିଛନ୍ତି ।

ମହିଳା ଥାନା ଅଧିକାରୀଙ୍କ ସୂଚନା ପରେ ସିମଡେଗାର ଏହି ଲଭ ଜିହାଦ ମାମଲା ସାମ୍ନାକୁ ଆସିଛି । ସ୍ଥାନୀୟ ଥେଥାଇତାନଗର ପୋଲିସ ଷ୍ଟେସନ ଅଧିନ ମାତ୍ରମେତା ଗାଁର ନଇମ ମିଆଁ ନାମକ ଜଣେ ଯୁବକ ନିଜ ନାମ ହିନ୍ଦୁ ଯୁବକ ଭାବେ ପରିବର୍ତ୍ତନ କରି ଗତ 5 ବର୍ଷ ଧରି ତାର ପ୍ରେମିକା ସହ ଲିଭ-ଇନ୍‌ ରିଲେସନରେ ରହିଆସୁଥିଲା । ବିବାହର ପ୍ରତିଶୃତି ଦେଇ ପ୍ରେମିକାଙ୍କୁ ଯୌନ ନିର୍ଯ୍ୟାତନା ଦେଇଆସୁଥିଲା । ଯୁବତୀଜଣଙ୍କ ଅନ୍ତସତ୍ତ୍ବା ହେବା ଜଣାପଡିବାପରେ ଯୁବକଜଣଙ୍କ ବିବାହ ପାଇଁ ମନାକରିଥିଲା ଓ ନିଜର ଅସଲ ପରିଚୟ କହିଥିଲା ।

ଅନ୍ୟପଟେ ମଇମ ମିଆଁ ପ୍ରେମିକାର ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ ପରେ ଭିଡିଓ ବନାଇ ବ୍ଲାକମେଲ୍‌ କରୁଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ବିଜେପି ଜିଲ୍ଲା ସଭାପତି ଲକ୍ଷ୍ମଣ ବଦଇକ ଘଟଣା ସଂପର୍କରେ ଜାଣିବାପରେ ପୀଡିତା ପରିବାରକୁ ଭେଟି ମହିଳା ଥାନାରେ ଅଭିଯୋଗ କରିବାକୁ କହିଥିଲେ । ଏହାପରେ ସେଠାରେ ଥିବା ମହିଳା ଥାନା ଅଧିକାରୀ ଅଭିଯୁକ୍ତ ଯୁବକଙ୍କୁ ଶୀଘ୍ର ପୋଲିସ ଧରିବ ବୋଲି ଆଶ୍ବାସନା ଦେଇଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.