ETV Bharat / bharat

ବେକରେ ଦଉଡି ବାନ୍ଧି ଘୋଷାଡି ଥିଲେ, କୁକୁର ପରି ଭୁକାଇ ଥିଲେ: ଘର ଉପରେ ବୁଲିଲା ବୁଲଡୋଜର

author img

By

Published : Jun 19, 2023, 6:59 PM IST

ମଧ୍ୟ ପ୍ରଦେଶରେ ଯୁବକଙ୍କୁ ବର୍ବର ନିର୍ଯାତନାର ଭିଡିଓ ଭାଇରାଲ । ବେକରେ ଦଉଡି ବାନ୍ଧି ଘୋଷାଡିଲେ, କୁକୁର ପରି ଭୁକାଇଲେ । 24 ଘଣ୍ଟା ମଧ୍ୟରେ କର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ମଧ୍ୟ ପ୍ରଦେଶରେ ଯୁବକଙ୍କୁ ବର୍ବର ନିର୍ଯାତନା, ଭିଡିଓ ପରେ ଭାଇରାଲ ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ଘରେ ବୁଲିଲା ବୁଲଡୋଜର

ଭୋପାଳ: ମଧ୍ୟ ପ୍ରଦେଶରେ ଭାଇରାଲ ହେଉଛି ଜଣେ ଯୁବକଙ୍କୁ ଅମାନବୀୟ ନିର୍ଯାତନାର ଭିଡିଓ । ଯୁବକଙ୍କ ବେକରେ ଏକ ଦଉଡି ବାନ୍ଧି ସଂଘବଦ୍ଧ ନିର୍ଯାତନା ଦେଉଛନ୍ତି କିଛି ଯୁବକ । ଯୁବକଙ୍କ ବେକରେ ଦଉଡି ବାନ୍ଧି ଘୋଷାଡିବା ସହ କୁକୁର ପରି ଭୁକିବା ପାଇଁ କହୁଛନ୍ତି । ଯୁବକଜଣଙ୍କ ରାସ୍ତାରେ ଆଣ୍ଠେଇ ନେହୁରା ମଧ୍ୟ ହେଉଛନ୍ତି । ଏପରି ଏକ ଭିଡିଓ ଭାଇରାଲ ହେବା ପରେ ସମଗ୍ର ରାଜ୍ୟରେ ଉଦବେଗ ପ୍ରକାଶ ପାଇଛି । ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଭାଇରାଲ ଭିଡିଓ ଯାଞ୍ଚ କରିବାକୁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ । 24 ଘଣ୍ଟା ମଧ୍ୟରେ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ କମିଶନରଙ୍କୁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଥିଲା । ପ୍ରଶାସନ ଆକ୍ସନମୋଡକୁ ଆସି ଅଭିଯୁକ୍ତଙ୍କ ଘର ଭାଙ୍ଗିଛି ।

ଭାଇରାଲ ଭିଡିଓର ଯାଞ୍ଚ ଆଧାରରେ ପୋଲିସ ସମୀର, ସାଜିଦ ଏବଂ ଫୈଜାନ ନାମକ ତିନି ଯୁବକଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭାଇରାଲ୍ ହେଉଛି 48 ସେକେଣ୍ଡର ଭିଡିଓ:-

ଏହି ଅମାନବୀୟ ଅତ୍ୟାଚାରର ଏକ 48 ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ପୀଡିତ ଯୁବକଙ୍କ ନାମ ବିଜୟ ରାମଚନ୍ଦାନୀ ବୋଲି କୁହାଯାଉଛି । 48 ସେକେଣ୍ଡର ଭିଡିଓ କ୍ଲିପ୍‌ରେ ଅଭିଯୁକ୍ତମାନେ ପୀଡିତଙ୍କୁ କୁକୁର ପରି ଭୁକିବା ପାଇଁ ବାଧ୍ୟ କରିବା ସହ ବେକରେ ଏକ ଦଉଡି ବାନ୍ଧି ଘୋଷାଡିବାକୁ ପ୍ରୟାସ କରୁଛନ୍ତି । କୌଣସି ଏକ ଘଟଣାରେ କ୍ଷମା ପ୍ରାର୍ଥନା ମଧ୍ୟ କରିବାକୁ କହୁଛନ୍ତି । ପୀଡିତ ଯୁବକ ରାସ୍ତାରେ ଆଣ୍ଠେଇ କ୍ଷମା ମାଗିବା ସହ ସେ ସେପରି କିଛି କରିନଥିବା ମଧ୍ୟ ନେହୁରା ହେଉଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ:-

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘଟଣାକୁ କଡା ନିନ୍ଦା କରିଛନ୍ତି । ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏନଏସଏ ଲାଗୁ କରିବାକୁ ପୋଲିସକୁ ନିର୍ଦ୍ଦେଶ ମଧ୍ୟ ମିଳିଛି । ଗିରଫ ଅଭିଯୁକ୍ତଙ୍କୁ ଜେରା ଜାରି ରହିଛି । ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କ ପୃଷ୍ଠଭୂମି ମଧ୍ୟ ଯାଞ୍ଚ କରାଯାଉଛି । ଯଦି କୌଣସି ଅଭିଯୁକ୍ତର ପୂର୍ବରୁ ଅପରାଧିକ ମାମଲା କିମ୍ବା ଅଭ୍ୟାସଗତ ଅପରାଧିକ ପୃଷ୍ଠଭୂମି ଥିବା ପ୍ରମାଣ ମିଳେ, ତାହାଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ରହିଥିଲା । ବର୍ତ୍ତମାନ ତାହା ହିଁ କରିଛି ପ୍ରଶାସନ । ଏହି ଅଭିଯୁକ୍ତଙ୍କ ଘର ସରକାରୀ ଜମି ଠିଆ ହୋଇଥିଲା । ଏହି ଘର ଉପରେ ବୁଲଡୋଜର ବୁଲାଇଛି ପ୍ରଶାସନ ।

ପୀଡିତ ଯୁବକ ମଧ୍ୟ ଥାନାରେ ଏତଲା ଦେଇଛନ୍ତି । ତାଙ୍କୁ ହତ୍ୟା ଉଦ୍ୟମ ସହ ବର୍ବର ନିର୍ଯାତନା ଦିଆଯାଇଥିଲା । ମୁସଲିମ ସମ୍ପ୍ରଦାୟର ଏହି ଅଭିଯୁକ୍ତମାନେ ତାଙ୍କୁ ଦଉଡିରେ ବାନ୍ଧି ଗୋମାଂସ ଖାଇବା ପାଇଁ ମଧ୍ୟ ବାଧ୍ୟ କରିଥିଲେ । ତାଙ୍କ ସହ ତାଙ୍କ ମା’ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ଯ ଅଭିଯୁକ୍ତମାନେ ହତ୍ୟା ଧମକ ଦେଇଥିବା ସେ ଏତଲାରେ ଦର୍ଶାଇଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.