ETV Bharat / bharat

ଜର୍ମାନୀରୁ ଚିଠି ଲେଖି ପତ୍ନୀଙ୍କୁ ତିନି ତଲାକ, ମାମଲା ରୁଜୁ

author img

By

Published : Apr 29, 2022, 12:27 PM IST

ଯୌତୁକ ପାଇଁ ତିନି ତଲାକ । ଦେଶରେ ତିନି ତଲାକକୁ ଅମାନ୍ୟ ଘୋଷଣା କରିବା ପରେ ମଧ୍ୟ ପୁଣି ସାମ୍ନାକୁ ଆସିଛି ତିନି ତଲାକ ଅଭିଯୋଗ । ଉତ୍ତରପ୍ରଦେଶର ଲକ୍ଷ୍ନୌ ଗୋମତି ନଗରରେ ଏଭଳି ଘଟଣା ଦେଖିବାକୁ ମିଳିଛି।

man gave triple talaq to wife for dowry in lucknow
ଜର୍ମାନୀରୁ ଚିଠି ଲେଖି ପତ୍ନୀଙ୍କୁ ତିନ ତଲାକ, ମାମଲା ରୁଜୁ

ଲକ୍ଷ୍ନୌ: ଯୌତୁକ ପାଇଁ ତିନି ତଲାକ । ଦେଶରେ ତିନି ତଲାକକୁ ଅମାନ୍ୟ ଘୋଷଣା କରିବା ପରେ ମଧ୍ୟ ପୁଣି ସାମ୍ନାକୁ ଆସିଛି ତିନି ତଲାକ ଅଭିଯୋଗ । ଉତ୍ତରପ୍ରଦେଶର ଲକ୍ଷ୍ନୌ ଗୋମତି ନଗରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଯୌତୁକ ପାଇଁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ତିନି ତଲାକ ଦେଇଛନ୍ତି । ଏନେଇ ପତ୍ନୀ ବିଭୁତି ଖଣ୍ଡ ଥାନାରେ ଅଭିଯୋଗ କରିବା ପରେ ସ୍ବାମୀ ଓ ଶ୍ବଶୁରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଉତ୍ତରପ୍ରଦେଶର ପଞ୍ଚାନନ ନଗର ଅଞ୍ଚଳରେ ରହୁଥିବା କରିମ ମକବୁଲ ମୁସଲିମ ରୀତିନୀତି ଅନୁଯାୟୀ ଜଣେ ମହିଳାଙ୍କୁ ବିବାହ କରିଥିଲେ । ବିବାହରେ ମହିଳାଙ୍କ ପିତା 12 ଲକ୍ଷ 50 ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ଏହା ସତ୍ତ୍ବେ କରିମ ଓ ତାଙ୍କ ପରିବାର ଲୋକେ ଉକ୍ତ ମହିଳାଙ୍କୁ ମାରପିଟ କରିବା ସହ ଗାଳି ଗୁଳଜ କରିଥିଲେ । ତାଙ୍କ ଶାଶୁ ଶ୍ବଶୁର ଅଧିକ ଯୌତୁକ ଦାବି କରି ବାରମ୍ବାର ଟଙ୍କା ମାଗୁଥିଲେ।

ଏହାରି ଭିତରେ ସ୍ବାମୀ କରିମ ଚାକିରି ପାଇଁ ଜର୍ମାନୀ ପଳାଇଥିଲେ । ଯାହାପରେ ମହିଳାଙ୍କ ଶାଶୁ-ଶ୍ବଶୁର ମାଡ଼ ମାରି ବାପଘରକୁ ପଠାଇ ଦେଇଥିଲେ ଏବଂ ଗତ ଏପ୍ରିଲ 16 ତାରିଖ କରିମଙ୍କ ଦ୍ବାରା ଏକ ଚିଠିରେ ତିନି ତଲାକ ଲେଖି ଉକ୍ତ ମହିଳାଙ୍କୁ ପଠାଇ ଦେଇଥିଲେ । ନିଜ ସମ୍ପର୍କକୁ ବଞ୍ଚାଇବା ପାଇଁ ସେ ଉଦ୍ୟମ କରିଥିଲେ ବି ଏଥିରେ ବିଫଳ ହୋଇଥିଲେ । ଏନେଇ ବିଭୁତି ଖଣ୍ଡ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.