ETV Bharat / sports

ପ୍ଲେଇଂ-11 ବାଛିବା ରୋହିତଙ୍କ ପାଇଁ ହେବ ଚ୍ୟାଲେଞ୍ଜ; ଦେଖନ୍ତୁ କ'ଣ ରହିଛି ବିକଳ୍ପ - India vs Bangladesh 1st Test

author img

By ETV Bharat Sports Team

Published : Sep 18, 2024, 2:54 PM IST

India vs Bangladesh 1st Test : ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ କେମିତି ରହିବ ଭାରତର ଚୂଡ଼ାନ୍ତ ଏକାଦଶ ? ରୋହିତଙ୍କ ସହ ଓପନିଂ କରିବେ ଜୟସ୍ବାଲ ନା ଗିଲ ? ୱିକେଟ କିପିଂ ପାଇଁ ଋଷଭ ପନ୍ତ ନା ଧ୍ରୁବ ଜୁରେଲ ହେବେ ପ୍ରଥମ ପସନ୍ଦ ? ସର୍ଫରାଜଙ୍କୁ ମିଳିବ କି ମୌକା ? ପଢ଼ନ୍ତୁ ପୂରା ଖବର,

Indian Team
Indian Team (IANS Photo)

ଚେନ୍ନାଇ : ସେପ୍ଟେମ୍ବର 19ରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟପ୍ରେମୀଙ୍କ ବହୁ ପ୍ରତିକ୍ଷୀତ ଭାରତ ବନାମ ବାଂଲାଦେଶ ଟେଷ୍ଟ ସିରିଜ । ଦୁଇ ମ୍ୟାଚ୍‌ ବିଶିଷ୍ଟ ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ 19 ସେପଟେମ୍ବର (ଗୁରୁବାର) ସକାଳ 9:30 ମିନିଟ ସମୟରେ ଆରମ୍ଭ ହେବ । ଏହା ପୂର୍ବରୁ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଝାଳବୁହା ପରିଶ୍ରମ କରୁଥିବା ଦେଖିବାକୁ ମିଳୁଛି । ଏହି ସିରିଜରେ ରୋହିତଙ୍କ ସହ ଜୟସ୍ବାଲ ଓ ଗିଲ ମଧ୍ୟ ପାଳି ଆରମ୍ଭ କରିବା ପାଇଁ ଦାବିଦାର ଅଛନ୍ତି । ୱିକେଟ କିପିଂ ପାଇଁ ଋଷଭ ପନ୍ତଙ୍କ ସମେତ କେଏଲ୍‌ ରାହୁଲ ଓ ଧ୍ରୁବ ଜୁରେଲ ମଧ୍ୟ ରହିଛନ୍ତି ବିକଳ୍ପ । ଏଭଳି ସ୍ଥିତିରେ ଅଧିନାୟକ ଓ ମ୍ୟାନେଜମେଣ୍ଟକୁ ପ୍ଲେଇଂ 11 ବାଛିବା ଏକ ଚ୍ୟାଲେଞ୍ଜ ହେବ ନିଶ୍ଚିତ ।

Indian Team
Indian Team (IANS Photo)

ପ୍ଲେଇଂ-11 ବାଛିବା ହେବ ଚ୍ୟାଲେଞ୍ଜ :-

ବାଂଲାଦେଶ ବିପକ୍ଷରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ସହିତ ପାଳି ଆରମ୍ଭ କରିବା ପାଇଁ ଯଶସ୍ବୀ ଜୟସ୍ବାଲ ଓ ଶୁଭମନ ଗିଲ ମଧ୍ୟ ଦଳରେ ବିକଳ୍ପ ଭାବେ ରହିଛନ୍ତି । ଏଭଳି ସ୍ଥିତିରେ କୁହାଯାଉଛି ଯେ ରୋହିତ ଓ ଜୟସ୍ବାଲ ଭାରତ ପାଇଁ ପାଳି ଆରମ୍ଭ କରିପାରନ୍ତି । ଏହାପରେ ତୃତୀୟ ସ୍ଥାନରେ ଖେଳି ପାରନ୍ତି ଶୁଭମନ ଗିଲ । ଅନ୍ୟପଟେ 4ର୍ଥ ସ୍ଥାନ କୋହଲିଙ୍କର ପକ୍କା । ତେଣୁ ଚୂଡ଼ାନ୍ତ ଏକାଦଶରେ ଟପ୍‌-4ରେ ଏହି 4 ଜଣ ବ୍ୟାଟରଙ୍କୁ ସାମିଲ କରିବା ପରେ ଦ୍ବନ୍ଦ୍ବରେ ପଡ଼ିପାରନ୍ତି ରୋହିତ । କାରଣ ମଧ୍ୟକ୍ରମ ପାଇଁ ଦଳରେ ଅନେକ ବିକଳ୍ପ ରହିଛନ୍ତି । 5ମ ସ୍ଥାନରେ ଖେଳିବା ପାଇଁ ସର୍ଫରାଜ ଖାନ ଓ କେଏଲ୍‌ ରାହୁଲଙ୍କ ମଧ୍ୟରେ ଟକ୍କର ହୋଇପାରେ । ତେବେ ଅଭିଜ୍ଞତା ଦୃଷ୍ଟିରୁ କେଏଲ୍‌ ରାହୁଲଙ୍କୁ ଦଳରେ ସ୍ଥାନ ଦିଆଯିବାର ଅଧିକ ସମ୍ଭାବନା ରହିଛି । ଏହାପରେ ୱିକେଟ କିପର ଭୂମିକାରେ ଋଷଭ ପନ୍ତ ଓ ଧ୍ରୁବ ଜୁରେଲଙ୍କ ପରି ବିକଳ୍ପ ରହିଛି । ଦୀର୍ଘ ଦିନର ବ୍ୟବଧାନ ପରେ ଦଳକୁ ଫେରିଥିବା ପନ୍ତ 6ଷ୍ଠ ସ୍ଥାନ ପାଇଁ ରୋହିତଙ୍କ ପ୍ରଥମ ପସନ୍ଦ ହୋଇପାରନ୍ତି । ଆଗାମୀ ବିଶ୍ବ ଟେଷ୍ଟ ଚାମ୍ପିୟନସିପ (WTC)ରେ ପନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବେ ।

Indian Team
Indian Team (IANS Photo)

ବୋଲିଂ ବିଭାଗରେ କାହାକୁ ମିଳିବ ସ୍ଥାନ ? :-

ବୋଲିଂ ବିଭାଗରେ ଭାରତ ପାଖରେ ଯେଉଁସବୁ ବିକଳ୍ପ ମହଜୁଦ ରହିଛି, ସେମାନଙ୍କ ମଧ୍ୟରୁ କାହାକୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦିଆଯିବ, ତାହା ସବୁଠାରୁ ବଡ଼ ଆଲୋଚନାର ବିଷୟ ହେବ । କାରଣ ସପ୍ତମ ଓ ଅଷ୍ଟମ ସ୍ଥାନରେ ସ୍ପିନ ଯୋଡ଼ି ରବିଚନ୍ଦ୍ରନ ଅଶ୍ବିନ ଓ ରବିନ୍ଦ୍ର ଜାଡେଜା ଦଳରେ ସାମିଲ ହୋଇ ପାରନ୍ତି । ଏହାପରେ ତୃତୀୟ ସ୍ପିନ ବୋଲିଂ ବିକଳ୍ପ ଭାବେ ରୋହିତଙ୍କ ପାଖରେ ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କ ଭଳି ବିକଳ୍ପ ରହିଛନ୍ତି । ଯଦି ତୃତୀୟ ସ୍ପିନରଙ୍କୁ ଭରସା କରାଯାଏ, ତେବେ ଏମାନଙ୍କ ମଧ୍ୟରୁ ଅକ୍ଷର ପଟେଲ ମୈଦାନକୁ ଓହ୍ଲାଇବାର ସମ୍ଭାବନା ବେଶୀ । ଶେଷରେ ପେସ୍‌ ବିଭାଗରେ ଜସପ୍ରୀତ ବୁମ୍‌ରା ଓ ମହମ୍ମଦ ସିରାଜଙ୍କ ସ୍ଥାନ 9ମ ଓ 10ମ ସ୍ଥାନରେ ପ୍ରାୟ ପକ୍କା ବୋଲି ଅନୁମାନ କରାଯାଉଛି । ଏହାର ଅର୍ଥ ତୃତୀୟ ସ୍ପିନ ବୋଲିଂ ବିକଳ୍ପ ଭାବେ ଅକ୍ଷର ପଟେଲ କିମ୍ବା କୁଲଦୀପ ଯାଦବ ଯଦି ଚୂଡାନ୍ତ ଏକାଦଶ ସ୍ଥାନ ପାଉନାହାନ୍ତି, ତେବେ ଆକାଶଦୀପ ଓ ନବାଗତ ୟଶ ଦୟାଲଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନ ମିଳିପାରେ ।

ପ୍ରଥମ ଟେଷ୍ଟ ପାଇଁ ଭାରତର ସମ୍ଭାବିତ ପ୍ଲେଇଂ-11 :-

ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଶୁଭମନ ଗିଲ, ବିରାଟ କୋହଲି, କେଏଲ୍‌ ରାହୁଲ/ସର୍ଫରାଜ ଖାନ, ଋଷଭ ପନ୍ତ/ଧ୍ରୁବ ଜୁରେଲ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା/ଅକ୍ଷର ପଟେଲ/କୁଲଦୀପ ଯାଦବ, ଜସପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ, ୟଶ ଦୟାଲ/ଆକାଶଦୀପ

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.