ETV Bharat / bharat

ଜୀବନ ନେଲା କଙ୍ଗାରୁ କୋର୍ଟ, ମୃତ୍ୟୁ ପୂର୍ବରୁ ଭିଡିଓ ଜାରି କରି ମାଗିଲେ ନ୍ୟାୟ - ଅର୍ଦ୍ଦଲଗ୍ନ କରି ଗାଁ ଦାଣ୍ଡରେ ଚଲାଇଲେ

ଜୀବନ ହାରିବା ପୂର୍ବରୁ ଭିଡିଓ କରି ନ୍ୟାୟ ମାଗିଲେ ଜଣେ ବ୍ୟକ୍ତି ।ଜଣେ ବ୍ୟକ୍ତିଙ୍କୁ କିଛି ଜଣ ଯୁବକ ମାଡ ମାରିବା ସହ ଅର୍ଦ୍ଦଲଗ୍ନ କରି ଗାଁରେ ବୁଲାଇଥିଲେ । ଏହା ପରେ ଉକ୍ତ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିବା ପାଇଁ ନିଷ୍ପତି ନେଇଥିଲେ । ଅଧିକ ପଢନ୍ତୁ

ଜୀବନ ନେଲା କଙ୍ଗାରୁ କୋର୍ଟ , ମୃତ୍ୟୁ ପୁର୍ବରୁ ଭିଡିଓ ଜାରିକରି ମାଗିଲେ ନ୍ୟାୟ

author img

By ETV Bharat Odisha Team

Published : Oct 8, 2023, 8:05 PM IST

ରାଞ୍ଚି: ସହିପାରିଲେନି କଙ୍ଗାରୁ କୋର୍ଟର ନିର୍ଯାତନା । ଚରମ ନିଷ୍ପତ୍ତି ନେଲେ ବ୍ୟକ୍ତି ଜଣକ । ମୃତ୍ୟୁ ପୂର୍ବରୁ ଭିଡିଓ କରି ମାଗିଲେ ନ୍ୟାୟ । ଏଭଳି ଏକ ଘଟଣା ଘଟିଛି ଝାଡଖଣ୍ଡର ଧନବାଦ ଜିଲ୍ଲାର ନିରଶା ଅଞ୍ଚଳରେ । ଜଣେ ବ୍ୟକ୍ତିଙ୍କୁ କିଛି ଜଣ ଯୁବକ ମାଡ ମାରିବା ସହ ଅର୍ଦ୍ଧନଗ୍ନ କରି ଗାଁରେ ବୁଲାଇଥିଲେ । ଏହା ପରେ ଉକ୍ତ ବ୍ୟକ୍ତି ଜଣକ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ପୂର୍ବରୁ ବ୍ୟକ୍ତି ଜଣକ ଏକ ଭିଡିଓ କରି ସରକାରଙ୍କୁ ନ୍ୟାୟ ମାଗିଛନ୍ତି । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ତାଙ୍କ ପ୍ରତି ଅତ୍ୟାଚାର କରିଥିବା ଯୁବକଙ୍କ ନାଁ କହିଛନ୍ତି ମୃତକଜଣକ ।

ସୂଚନା ଯୋଗ୍ୟ ଧନବାଦ ଜିଲ୍ଲାର ଭାଲଡଜୋଡିଆନରେ ରହୁଥିବା ତପନ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ନିଜ ସମ୍ପର୍କୀୟଙ୍କ ସହ ଜମିଜମା ବିବାଦ ଲାଗି ରହିଥିଲା । ତାଙ୍କ ଜମି ଉପରେ ଅଧିକାର ସାବ୍ୟସ୍ତ କରୁଥିବା କାରଣରୁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଯାହାକୁ ନେଇ ତାଙ୍କ ସମ୍ପର୍କୀୟ ନିର୍ଷା ପୋଲିସ ଥାନାରେ ତାଙ୍କ ସ୍ତ୍ରୀଙ୍କୁ ତପନ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ପରେ ଏହି ମାମଲାର ସମାଧାନ ହେବା ପରେ ଉକ୍ତ ସମ୍ପର୍କୀୟ ଜଣକ ତାଙ୍କର କିଛି ବନ୍ଧୁଙ୍କୁ ନେଇ ଗାଁରେ ଏକ ପଞ୍ଚାୟତ ବସାଇଥିଲେ । ସେଠାରେ ତପନକୁ ମାଡ ମାରିବା ସହ ସର୍ବ ସମ୍ମୁଖରେ ଅର୍ଦ୍ଧନଗ୍ନ କରି ଚଲାଇ ଥିଲେ । ଏହି ଘଟଣା ପରେ ଲୋକଲଜ୍ଜା ସହି ପାରିନଥିଲେ ବ୍ୟକ୍ତି ଜଣକ ।

ଏହା ମଧ୍ୟ ପଢନ୍ତୁ...କୋର୍ଟରୁ ଫେରିବା ବାଟରେ ଯୁବକଙ୍କୁ ଅପରହରଣ ଅଭିଯୋଗ; ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାରବର୍ଗ

ଏହା ପରେ ତପନ ମାନସିକ ଭାରସମ୍ୟ ହରାଇ ଜୀବନ ହରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ପୂର୍ବରୁ ସେ ଏକ ଭିଡିଓ କରି ଘଟଣାର ବିଷୟରେ କହିବା ସହ ତାଙ୍କ ମୃତ୍ୟୁ ପାଇଁ ଦାୟୀ ରହିଥିବା ବ୍ୟକ୍ତିମାନଙ୍କ ନାଁ ମଧ୍ୟ ପ୍ରକାଶ କରିଥିଲେ । ଏହା ସହ ମୃତ୍ୟୁ ପୂର୍ବରୁ ତାଙ୍କୁ ନ୍ୟାୟ ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଘଟଣାଟି ସାମ୍ନାକୁ ଆସିଲା ପରେ ପୋଲିସ ଏକ ମାମଲା ରୁଜୁ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଗ୍ରାମାଞ୍ଚଳ ଏସପି ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.