ଚେନ୍ନାଇ: ତାମିଲନାଡୁର ପ୍ରସିଦ୍ଧ ଜାଲିକାଟୁ ଚାଲିଥିବାବେଳେ(ଷଣ୍ଢ ଲଢେଇ) ଜଣେ ମୃତ। ଖେଳ ଚାଲିଥିବା ସମୟରେ ଜଣକୁ କଚାଡି ମାରିଲା ଷଣ୍ଢ । ମୃତକ ହେଲେ ନଭାମଣି।
ଶନିବାର ମଦୁରାଇରେ ଅନୁଷ୍ଠିତ ଆଲାନକାନାଲୁର ଜାଲିକାଟୁ ପ୍ରତିଯୋଗିତା ପାଇଁ ନଭାମଣି ତାଙ୍କ ବନ୍ଧୁଙ୍କ ଠାରୁ ଷଣ୍ଢ ଆଣିଥିଲେ । ହେଲେ ଷଣ୍ଢ ସହ ଖେଳିବା ସମୟରେ ତାଙ୍କୁ କଚାଡି ମାରିଥିଲା ।
ନଭାମଣିଙ୍କୁ ଗୁରୁତର ଅବସ୍ଥାରେ ଜାଲିକାଟୁ ପଡିଆରେ ପ୍ରାଥମିକ ଚିକିତ୍ସା ଯୋଗାଇବା ପରେ ମଦୁରାଇ ସରକାର ରାଜାଜୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ