ETV Bharat / bharat

ମୁସଲିମ ଧର୍ମ ଗ୍ରହଣ କରିଥିବା ଘୋଷଣା କଲେ ହିନ୍ଦୁ ଯୁବକ, ମୁସଲିମ ଯୁବତୀଙ୍କ ସହ ଅବୈଧ ସମ୍ପର୍କ ଅଭିଯୋଗ ସହ ଥାନାରେ ପତ୍ନୀ

author img

By ETV Bharat Odisha Team

Published : Dec 25, 2023, 8:30 PM IST

Man Converted Religion: ମୁସଲିମ ଧର୍ମ ଗ୍ରହଣ କରିଥିବା ସୋସିଆଲ ମିଡିଆରେ ଘୋଷଣା କଲା ହିନ୍ଦୁ ଯୁବକ । ତିନି ମାସର ଶିଶୁକନ୍ୟାକୁ ଧରି ଥାନାରେ ପତ୍ନୀ । ମୁସଲିମ ମହିଳାଙ୍କ ସହ ଅବୈଧ ସମ୍ପର୍କ କାରଣରୁ ଏପରି କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

ମୁସଲିମ ଧର୍ମ ଗ୍ରହଣ କରିଥିବା ଘୋଷଣା କଲା ହିନ୍ଦୁ ଯୁବକ, ପତ୍ନୀ ଆଣିଲେ ମୁସଲିମ ଯୁବତୀଙ୍କ ସହ ପରକୀୟା ପ୍ରୀତି ଅଭିଯୋଗ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଧର୍ମାନ୍ତରୀକରଣର ଭିନ୍ନ ଏକ ଘଟଣା ସାମ୍ନାକୁ ଆସିଛି । ଅଢେଇ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିବା ଜଣେ ହିନ୍ଦୁ ଯୁବକ ଧର୍ମ ପରିବର୍ତ୍ତନ କରି ଇସଲାମ ଧର୍ମ ଗ୍ରହଣ କରିଥିବା ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ଏହି ଘଟଣା ପରେ ଯୁବକଙ୍କ ପତ୍ନୀ ନିଜ 3 ମାସର ଶିଶୁକନ୍ୟା ସହ ଥାନା ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ତାଙ୍କ ସ୍ବାମୀ ଜଣେ ମୁସଲିମ ମହିଳାଙ୍କ ସହ ପରକ୍ରିୟା ପ୍ରୀତି କାରଣରୁ ଏପରି କରିଥିବା ମହିଳାଜଣକ ଅଭିଯୋଗ କରିବା ସହ ସ୍ବାମୀଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି । ପୋଲିସ ଏକ ମାମଲା ଦାଏର କରି ତଦନ୍ତ ଆରମ୍ଭ କରିଛି । ଉତ୍ତର ପ୍ରଦେଶ ବରେଲୀ ଜିଲ୍ଲାରେ ଏହି ଘଟଣା ଏବେ ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ପାଲଟିଛି ।

ଅଭିଯୋଗ ଅନୁସାରେ, ବରେଲୀର ସୁଭାଷ ନଗର ଥାନା ଅଧୀନ ମଣିନାଥ ଅଞ୍ଚଳରେ ରହୁଥିବା 23 ବର୍ଷୀୟ ଆକାଶ ମୌର୍ଯ୍ୟ ନାମକ ଜଣେ ଯୁବକ କୋରିଅର ବଏ ଭାବେ କାର୍ଯ୍ୟ କରନ୍ତି । ଗତ ପ୍ରାୟ ଅଢେଇ ବର୍ଷ ପୂର୍ବରେ ସେ ଲକ୍ଷ୍ମୀ ନାମ୍ନୀ ଜଣେ ଯୁବତୀଙ୍କ ସହ ପ୍ରେମ ବିବାହ କରିଥିଲେ । ଉଭୟଙ୍କର ଏକ 3 ମାସର କନ୍ୟା ସନ୍ତାନ ମଧ୍ୟ ରହିଛି । ତେବେ ହଠାତ ସେ 4 ଦିନ ପୂର୍ବରୁ ଘରୁ କିଛି ଟଙ୍କା ଓ ଗହଣା ନେଇ କେଉଁଆଡେ ଫେରାର ହୋଇଯାଇଥିଲା । ଆଜି ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଧର୍ମ ପରିବର୍ତ୍ତନ କରିଥିବା ଓ ଇସଲାମ ଧର୍ମ ଗ୍ରହଣ କରିଥିବା ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଯୁବକଙ୍କୁ ମୁସଲିମ ପୋଷାକ ଓ ଟୋପିରେ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ :- କେହି ଯଦି ହାସ୍ୟ ବୁଝିବାରେ ଅକ୍ଷମ, ସେ ସଭ୍ୟ ମସ୍ତିସ୍କ ସମ୍ପନ୍ନ ନୁହନ୍ତି: କଲ୍ୟାଣ ବାନାର୍ଜୀ

ଯୁବକ ଏବେ କେଉଁଠାରେ ଅଛନ୍ତି ପରିବାର ସଦସ୍ୟ ମଧ୍ୟ ଜାଣିନାହାନ୍ତି । ଯୁବକଙ୍କ ପତ୍ନୀ ଲକ୍ଷ୍ମୀ ଏବେ ଥାନାରେ ଦ୍ବାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । ତାଙ୍କ ସ୍ବାମୀ ଆକାଶ କୋରିଅର ବଏ ଭାବେ କାମ କରିବା ବେଳେ ଇଜ୍ଜତ ନଗରର ଜଣେ ମୁସଲିମ ମହିଳାଙ୍କ ସହ ସମ୍ପର୍କରେ ଆସିଥିଲେ । ଉଭୟଙ୍କ ମଧ୍ୟରେ ପରକୀୟା ପ୍ରୀତି ଆରମ୍ଭ ହୋଇଥିଲା । ତେବେ ମୁସଲିମ ମହିଳାଙ୍କ ପ୍ରରୋଚନାରେ ସେ ଏପରି ଧର୍ମ ପରିବର୍ତ୍ତନ କରିଥିବା ପତ୍ନୀ ଅଭିଯୋଗ କରିଛିନ୍ତି ।

ସେ ଜଣେ ବିବାହିତା ମହିଳା ଓ ତାଙ୍କର ଏକ 3 ମାସର ଶିଶୁକନ୍ୟା ଥିବାରୁ ତାଙ୍କ ସ୍ବାମୀଙ୍କୁ ସମ୍ପୃକ୍ତ ମହିଳାଙ୍କ ଠାରୁ ମୁକ୍ତ କରିବା ଓ ସମ୍ପୃକ୍ତ ମହିଳାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଅଭିଯୋଗ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ସେ ନିବେଦନ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଉଭୟ ଯୁବକ ଓ ତଥାକଥିତ ମୁସଲିମ ମହିଳାଙ୍କୁ ଖୋଜୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.