ପାଟନା: ବିହାର କଟିହାରରେ ଅଭାବନୀୟ ଘଟଣା । ମହିଳାଙ୍କ ଆଖି ନଷ୍ଟ କଲେ ଜଣେ ବ୍ୟକ୍ତି । ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ କଟିହାର ସଦର ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ମଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ପୀଡିତାଙ୍କ ଝିଅ ରେଖା ଦେବୀ କହିଛନ୍ତି ଯେ, "ବିଳମ୍ବିତ ରାତିରେ ସେହି ଅଞ୍ଚଳରେ ଜଣେ ୪୫ ବର୍ଷିୟ ବ୍ୟକ୍ତି ମହମ୍ମଦ ସମିମ୍ ତାଙ୍କ ଘର ସମ୍ମୁଖକୁ ଆସିଥିଲା । ପରେ ତାଙ୍କ ମାଆଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରିଥିଲା । ହେଲେ ମହିଳା ଜଣକ ବ୍ୟକ୍ତିଙ୍କ ସହ କଥା ନ ହୋଇ ଘର ଭିତରକୁ ଯିବାକୁ ପ୍ରୟାସ କରିଥିଲା ।"
ହେଲେ ଏଥିରେ ରାଗି ଯାଇଥିଲେ ବ୍ୟକ୍ତି ଜଣକ । ପରେ ମହିଳାଙ୍କୁ ଅଭିଯୁକ୍ତ ଜଣକ ଏକ ଫାର୍ମକୁ ଟାଣି ନେଇ ତାଙ୍କ ଆଖିକୁ ଆକ୍ରମଣ କରି ଛାଡି ଚାଲିଯାଇଥିଲେ । ସେପଟେ ମହିଳାଙ୍କ ଝିଅର ପାଟି ଶୁଣି ପରିବାର ଲୋକେ ପୀଡିତାଙ୍କ ନିକଟରେ ପହଞ୍ଚି ଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଦାର କରି ସଦର ହସପିଟାଲକୁ ନେଇଥିଲେ ।
ହେଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମେଡିକାଲ ହସପିଟାଲକୁ ନେଇଥିଲେ । ହେଲେ ଅବସ୍ଥା ଗୁରୁତର ହେବାରୁ ମଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ସେପଟେ, ଏନେଇ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ, ମହିଳାଙ୍କୁ ଆକ୍ରମଣ କରିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଘଟଣାର ତଦନ୍ତ ନେଇ ଏକ ଟିନ ଗଠନ ହୋଇଛି । ଖୁବ ଶିଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଛନ୍ତି ପୋଲିସ ଏସପି ।