ETV Bharat / bharat

ହଜିଯାଉଛି ମଣିଷପଣିଆ: ବେଲ୍ଟରେ କୁକୁରକୁ ପିଟିପିଟି ଦରମରା କରିଦେଲା ମଣିଷ, ଥାନାରେ ମାମଲା

author img

By

Published : Mar 12, 2023, 11:00 AM IST

କୁକୁରକୁ ନିର୍ମମ ଭାବେ ପିଟିପିଟି ଦରମରା କରିଦେଲା ମଣିଷ । ହରିୟାଣାରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ

ହରିୟାଣାରେ କୁକୁରକୁ ନିର୍ମମ ମାଡ
ହରିୟାଣାରେ କୁକୁରକୁ ନିର୍ମମ ମାଡ

ଚଣ୍ଡିଗଡ: ହଜିଗଲା ମାନବିକତା । କୁକୁରକୁ ବେଲ୍ଟରେ ପିଟିପିଟି ଦରମରା କରିଦେଲା ମଣିଷ । ହରିୟାଣା ରୋହତକ ସହରରୁ ସମସ୍ତଙ୍କୁ ବିଚଳିତ କଲାଭଳି ଏହି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି କୌଣସି କାରଣ ପାଇଁ ନିରୀହ ପଶୁକୁ ବେଲ୍ଟରେ ମାଡ ମାରି ଲହୁଲୁହାଣ କରିଦେଇଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ କୁକୁରକୁ ମାଡମରା ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହା ଘଟଣା ଜଣେ NGO ପରିଚାଳକଙ୍କ ଦୃଷ୍ଟିଗୋଚର ହେବାପରେ ସେ ସମ୍ପୃକ୍ତ ବ୍ୟକ୍ତି ବିରୁଦ୍ଧରେ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ପରେ ପୋଲିସ ପଶୁ କ୍ରୁରତା ନିବାରଣ ଅଧିନିୟମରେ ମାମଲା ରୁଜୁ କରି ତଦନ୍ତ କରୁଛି ।

ସୂଚନା ମୁତାବକ, କୁକୁରକୁ ନିର୍ମମ ଭାବେ ମାଡ ମାରିଥିବା ବ୍ୟକ୍ତିର ନାମ ସିଟୁ । ତା'ର ଘର ରୋହତକ ସହରର ଆର୍ଯ୍ୟ ନଗରରେ । ସହରରେ ବେସାହାରା ପଶୁଙ୍କ ସହାୟତା ପାଇଁ NGO ଚଳାଉଥିବା ଅରବିନ୍ଦ ସୋନି ନାମକ ବ୍ୟକ୍ତି ତାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି । ଅରବିନ୍ଦ କହିଛନ୍ତି ଯେ, ସିଟୁ ପୂର୍ବରୁ ମଧ୍ୟ ଗୋଟିଏ କୁକୁର ମାଡ ମାରି ହତ୍ୟା କରିଥିଲା । ଏବେ ପୁଣି ଆଉ ଗୋଟିଏ ନିରୀହ କୁକୁରକୁ ବେଲ୍ଟରେ ପିଟିଛି । ଯେଉଁ କାରଣରୁ କୁକୁରଟିର ଅବସ୍ଥା ଗୁରୁତର ଅଛି । ଏନେଇ ସେ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୁକ୍ତ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକ୍ରମେ ପୋଲିସ ପଶୁ କ୍ରୁରତା ନିବାରଣ ଅଧିନିୟମ ଅନ୍ତର୍ଗତ ଧାରାରେ ମାମଲା ରୁଜୁ କରିଛି ।

ଏହାମଧ୍ୟ ପଢନ୍ତୁ: ଏମିତି ବି ଆସେ ମୃତ୍ୟୁ ! ଅଟୋରେ ଯାଉଥିଲେ ମାଆ-ଝିଅ, ଉପରୁ ଖସିଲା ଲୁହା ଖୁଣ୍ଟ ଚାଲିଗଲା ଜୀବନ

ପ୍ରକାଶଥାଉ କି, ପଶୁଙ୍କ ଉପରେ ହେଉଥିବା ବର୍ବରତା ରୋକିବାକୁ ୧୯୬୦ ମସିହାରେ ପଶୁ କ୍ରୁରତା ନିବାରଣ ଅଧିନିୟମ ପ୍ରଣୟନ ହୋଇଥିଲା । ଏହି ଅଧିନିୟମ ଆକ୍ଟର ଧାରା ୪ରେ ୧୯୬୨ ମସିହାରେ ଭାରତୀୟ ପଶୁ କଲ୍ୟାଣ ବୋର୍ଡ ଗଠନ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ପଶୁମାନଙ୍କୁ ମାଡ ମାରିବା ଏହଂ ସେମାନଙ୍କ ପ୍ରତି ହେଉଥିବା ଉତ୍ପୀଡନ ରୋକିବା । ଏହି ଆକ୍ଟରେ ଅନେକ ପ୍ରକାର ପ୍ରାବଧାନ ସାମିଲ କରାଯାଇଛି । ଅନେକ ସମୟରେ ସମାଜରେ ନିରୀହ ପଶୁଙ୍କ ପ୍ରତି କ୍ରୁରତା ଘଟଣାମାନ ସାମ୍ନାକୁ ଆସୁଛି ।

ଏହାମଧ୍ୟ ପଢନ୍ତୁ: ପ୍ରେମ ବିବାହ କଲା ଝିଅ, ବଞ୍ଚି ଥାଉ ଥାଉ ପିଣ୍ଡ ଦାନ କଲା ବାପା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.